ରାୟଗଡାରେ ଋଷିୟ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ

ରାୟଗଡା: ରାୟଗଡାରେ ଆଉ ଜଣେ ଋଷିୟ ପର୍ଯ୍ୟଟକଙ୍କ ସନ୍ଦେହ ଜନକ ମୃତ୍ୟୁ । ମୃତକ ହେଲେ ପାବେଲ ଅନ୍ଥମ । ପାବେଲ ହୋଟେଲ ସାଇ ଇଣ୍ଟନ୍ୟାସନାଲରେ ରହିଥିଲେ । ସେ ହୋଟେଲ ଛାତ ଉପରୁ ତଳକୁ ଡେଇଁ ପଡି ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ରିପୋର୍ଟ ଅନୁସାରେ ତାଙ୍କ ଗାଇଡ ଜିତେନ୍ଦ୍ର ସିଂହ ଆମ୍ବୁଲାନ୍ସ ଡକାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ହେଲେ ହସ୍ପିଟାଲରେ ତାଙ୍କୁ ମୃତ ଘୋଷଣା କରିଛନ୍ତି ଡାକ୍ତର । ୪ ଜଣ ଋଷିୟ ପର୍ଯଟକଙ୍କ ସହିତ ପାବେଲ ଓଡ଼ିଶା ବୁଲିବାକୁ ଆସିଥିଲେ। ଗତ ୨୧ ତାରିଖରେ ଦାରିଙ୍ଗବାଡ଼ିରୁ ରାୟଗଡ଼ା ଆସିଥିଲେ ପାବେଲ। ତେବେ ଗତ ୨୨ ତାରିଖ ଦିନ ପାବେଲଙ୍କ ସହିତ ଥିବା ଋଷିୟ ପର୍ଯ୍ୟଟକ ଭ୍ଲାଦିମିର ଭିଦାନୋଭଙ୍କ ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଆଜି ପାବେଲ ଅନ୍ଥମଙ୍କର ମଧ୍ୟ ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି ।