ବୋଟ୍ ଯୋଗେ ଶ୍ରମିକ ଫେରିବା ଘଟଣାର ହେବ ତଦନ୍ତ: ନିର୍ଦ୍ଦେଶ ଦେଲେ ପରିବହନ ମନ୍ତ୍ରୀ

ବ୍ରହ୍ମପୁର: ଲକ୍‌ଡାଉନ୍‌ ବେଳେ ସମୁଦ୍ରରେ ବୋଟ୍‌ ଯୋଗେ ଚେନ୍ନାଇରୁ ଗଞ୍ଜାମକୁ ଶ୍ରମିକ ଆସିବା ଘଟଣାର ତଦନ୍ତ ନିର୍ଦ୍ଦେଶ । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଗଞ୍ଜାମ ପ୍ରଶାସନ ବୋଟ୍‌କୁ ଜବତ କରିଛି ।

ଏହି ଶ୍ରମିକମାନଙ୍କୁ ଏବେ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେପଟେ ଭଦ୍ରକରେ ମଧ୍ୟ ସମୁଦ୍ର ପଥରେ ଲୋକ ଆସୁଥିବାରୁ ଫେରିଘାଟରେ କଟକଣା ଲଗାଯାଇଛି ।

ସମୁଦ୍ରରେ କେମିତି ଓ କହିଁକି ଆସିଲେ ଶ୍ରମିକ? ଲକ୍‌ଡାଉନ୍‌ ବେଳେ କିଏ ଦେଲା ଅନୁମତି? ମୁକୁଳା ପଡ଼ିଛି କି ଜଳପଥ? ଶ୍ରମିକଙ୍କ ପାଇଁ ଅନ୍ୟ ରାଜ୍ୟରେ ନାହିଁକି ସୁବ୍ୟବସ୍ଥା ? ଘଟଣାର ତଦନ୍ତ ପାଇଁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଦେଇଛନ୍ତି । ସମୁଦ୍ରରେ ବୋଟ୍‌ ଯ଼ୋଗେ ଚେନାଇରୁ ଗଞ୍ଜାମୃକୁ ୩୮ ଜଣ ଆସିଛନ୍ତି । ସମୁଦ୍ର କୂଳରେ କଡ଼ା ପ୍ରହରା ପାଇଁ ମେରାଇନ୍‌ ଥାନାଗୁଡିକୁ ନିର୍ଦ୍ଦେଶ ଦିଆଯାଇଥିଲା । ତଥାପି ଏମାନେ କିଭଳି ଆସିଲେ, ତାହାର ତଦନ୍ତ ପାଇଁ ପ୍ରଶାସନକୁ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ନିର୍ଦ୍ଦେଶ ଦେଇଛନ୍ତି ।

ଚେନ୍ନାଇରୁ ଗଞ୍ଜାମ ଫେରିଥିବା ସମସ୍ତ ଶ୍ରମିକଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯାଇଛି । ସମସ୍ତଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛି । ସ୍ୱାବ୍‌ ପରୀକ୍ଷା ମଧ୍ୟ କରାଯିବ ।

ସେପଟେ ଭଦ୍ରକରେ ଲକ୍‌ଡାଉନ୍‌ ସତ୍ତ୍ୱେ ଅନେକ ଲୋକ ଚାନ୍ଦବାଲି ମୁହାଣ ଅତିକ୍ରମ କରୁଥିବା ଅଭିଯୋଗ ହୋଇଛି । ତିନିତର, ଧାନଖଣିଆ, ମୁଅଁ। ଭଳି ଅନେକ ଘାଟ ଦେଇ ଅନ୍ୟରାଜ୍ୟରୁ ଡଙ୍ଗାରେ ଫେରୁଛନ୍ତି ଶ୍ରମିକ । ଅଭିଯୋଗ ପରେ ଏବେ ସମସ୍ତ ଫେରି ଘାଟରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟ ରାଜ୍ୟରୁ ଆସୁଥିବା ଲୋକଙ୍କ ପାଇଁ ଓଡ଼ିଶାରେ ବଢ଼ି ଚାଲିଛି କରୋନା ସଂକ୍ରମଣ । ସୀମା ସିଲ୍‌ ସତ୍ତ୍ୱେ ଗଳାବାଟ ଦେଇ ରାଜ୍ୟକୁ ଫେରୁଛନ୍ତି ଲୋକ । ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

Leave a Reply