ବଲାଙ୍ଗୀର ଜେଲରେ ବଡ଼ଧରଣର ରେଡ୍, ବିପୁଳ ପରିମାଣର ନିଶାଦ୍ରବ୍ଯ ଜବତ

1 min read

ବଲାଙ୍ଗୀର : ବଲାଙ୍ଗୀର ଜେଲରେ ବଡ଼ଧରଣର ରେଡ୍ । ଗ୍ଯାଙ୍ଗୱାର ଖବର ପ୍ରକାଶ ପରେ ବଡ଼ଧରଣର ଚଢାଉ କରିଛି ପୋଲିସ ବିଭାଗ । ସକାଳ ସାଢେ ୬ଟାରୁ  ଏସପି ଋଷିକେଶ ଖିଲାରୀଙ୍କ ନେତୃତ୍ବରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ ହୋଇଥିଲା । ରେଡରେ ୨ ପ୍ଲାଟୁନ ଫୋର୍ସ ଓ ୯ ଜଣ ଅଧିକାରୀ ସାମିଲ ହୋଇଥିଲେ । ଜେଲରୁ ବିପୁଳ ପରିମାଣର ନିଶାଦ୍ରବ୍ଯ ଜବତ ହୋଇଛି । ଭାଙ୍ଗ, ବିଡି, ଗଞ୍ଜେଇ ଓ ଚିଲମ ସହ ବିଭିନ୍ନ ସମାଗ୍ରୀ ଜବତ ହୋଇଥିବା ସୂଚନା ମିଳିଛି  I ଏସପିଙ୍କ ସୂଚନା ଅନୁସାରେ, ଜେଲର ୧୨ଟି ୱାର୍ଡ ସମେତ ଡାଇନିଂ, କିଚେନ ଆଦି ସ୍ଥାନରେ ଯାଞ୍ଚ କରାଯାଇଥିଲା । ନିଶାଦ୍ରବ୍ଯ ମିଳିବା ନେଇ ଜେଲର ରିପୋର୍ଟ ପ୍ରଦାନ କରିବେ । ତେବେ ପ୍ରଶ୍ନ ଉଠୁଛି- ଜେଲକୁ ଏତେ ପରିମାଣର ନିଶାଦ୍ରବ୍ଯ ଚାଲାଣ ହେଉଥିଲା କେମିତି ? କଏଦୀଙ୍କୁ କିଏ ଯୋଗାଉଥିଲା ମାଦକଦ୍ରବ୍ଯ ? ଏଥିରେ ଜେଲ କର୍ତ୍ତୃପକ୍ଷଙ୍କର ସଂପୃକ୍ତି ନାହିଁ ତ ? ନିଶାକାରବାରରେ କିଛି ଜେଲ କର୍ମଚାରୀଙ୍କ ସଂପୃକ୍ତି ଥିବା ଜେଲର ସନ୍ଦେହ କରିଛନ୍ତି । ତେବେ କେମିତି ଜେଲ ଭିତରକୁ ନିଶାଦ୍ରବ୍ଯ ଯାଉଥିଲା ସେନେଇ ତଦନ୍ତ ପରେ ଜଣାପଡ଼ିବ ।