IPL 2021: କଣ ଥିଲା ବିରାଟଙ୍କ ଭୁଲ ?

1 min read

ଭୁବନେଶ୍ୱର: ପ୍ରଥମ ମ୍ୟାଚରେ ବାଜିମାତ । କେବେ ବି ଟ୍ରଫି ଟେକି ନଥିବା RCB ଡିଫେଣ୍ଡି ଚମ୍ପିଆନ ମୁମ୍ବାଇକୁ ଫାଷ୍ଟ ମ୍ୟାଚରେ କରିଛି ପରାଜୟ । ବିରାଟ କୋହଲିଙ୍କ ରୟାଲ୍ସ ଚ୍ୟାଲେଞ୍ଜର ବ୍ୟାଙ୍ଗଲୋର ରୋହିତଙ୍କ ଏମଆଇକୁ 2 ୱିକେଟରେ ପଡିଆରୁ ଆଉଟ କରିଛି । ସେପଟେ ଆଇପିଏଲର ଓପନିଙ୍ଗ ମ୍ୟାଚରେ RCB ର ଦମଦାର ପଦର୍ଶନ ଫ୍ୟାନ ଫଲୋର୍ସଙ୍କ ଉତ୍ସାହ ବଢାଇ ଦେଇଛି । RCBର ୱିନ ଦର୍ଶକଙ୍କ ଉତ୍ସାହ ବଢାଇଛି ସତ କିନ୍ତୁ କ୍ୟାପଟେନ କୋହଲିଙ୍କ ଏମିତି କିଛି ନିଷ୍ପତି ତାଙ୍କ ଅଧିନାୟକତ୍ବ ଉପରେ ପ୍ରଶ୍ନ ମଧ୍ୟ ଉଠାଇଛି ।

ପ୍ରଥମ ଟିସ ଜିତିବା ସ୍ବତେ ଫିଲ୍ଡଙ୍ଗ କରିବାର ନିଷ୍ପତି ନେଇଥିଲା RCB । ମୁମ୍ବାଇ ପ୍ରଥମେ ବ୍ୟାଟିଂ କରିବା ସହ ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ ହରାଇ 159 ରନ କରିଥିଲା । ସେପେଟେ ଆରସିବି 8 ୱିକେଟ ହରାଇବା ସହ ଶେଷ ଓଭରରେ ବିଜୟ ହାସଲ କରିବାରେ ସମର୍ଥ ହୋଇଥିଲା । ବିରାଟଙ୍କ ଟିମ ବିଜୟୀ ହେଲା କିନ୍ତୁ ମ୍ୟାଚରେ ତାଙ୍କର ଏଭଳି କିଛି ନିଷ୍ପତି ଯାହା ଅବୁଝା ହୋଇ ରହିଗଲା, ହଁ ଏକଥା ମଧ୍ୟ ସତ କି ଏହି ନିଷ୍ପତି ଯୋଗୁ ବୋଧ ହୁଏ ଦଳକୁ ଶେଷ ଓଭର ପର୍ଯ୍ୟନ୍ତ ମଧ୍ୟ କସରତ କରିବାକୁ ପଡିଲା ।

IPL ବୋଲିଂରେ ନିଜର ଦମଦାର ପଦର୍ଶନ ଏବେ ମଧ୍ୟ କାଏମ ରଖିଛନ୍ତି ୱାସିଂଙ୍ଗଟନ ସୁନ୍ଦର । ପାୱରପ୍ଲେ ରେ ମଧ୍ୟ ଚମତ୍କାର ବୋଲିଂ କରିବାର ଦକ୍ଷତା ରଖିଛନ୍ତି ଏହି ବୋଲର । କିନ୍ତୁ କ୍ୟାପଟେନ କୋହଲି ନା ତାଙ୍କୁ ପାୱର ପ୍ଲେ ରେ ବୋଲିଂ କରିବାର ସୁଯୋଗ ଦେଲେ, ନା କୋଟାର 4 ଓଭର ପୂରଣ କରାଇଲେ । ସେପେଟେ ଦଳ ପକ୍ଷରୁ 13 ଓଭର ବୋଲିଂ କରିଥିଲେ ୱାସିଂଙ୍ଗଟନ ସୁନ୍ଦର, ଆଉ ସେହି ଓଭରରେ ହିଁ କ୍ରିସ ଲିନଙ୍କୁ ବୋଲ୍ଡ କରିଥିଲେ । ଏହା ପରେ ମଧ୍ୟ ୱାସିଂଙ୍ଗଟନକୁ ବୋଲିଂ ପାଇଁ ପଠାଇନଥିଲେ କୋହଲି ।

କିନ୍ତୁ କୋହଲି ଆଫଣେଇଥିଲେ ନୂଆ କିଛି ଷ୍ଟାଟ୍ରେଜି । ବୋଲିଂ କରିବାର ସୁଯୋଗ ଦେଇ ନଥିବା କୋହଲି ୱାସିଂଙ୍ଗଟନଙ୍କୁ ଓପନିଙ୍ଗ ବ୍ୟାଟିଂ କରିବାର ସୁଯୋଗ ଦେଇଥିଲେ । କିନ୍ତୁ ବ୍ୟାଟିଂରେ ସେତେ ସଫଳ ହୋଇନଥିଲେ ସେ । 16ଟି ବଲ ଖେଳିଥିବା ୱାସିଂଙ୍ଗଟନ ସୁନ୍ଦର 10ରନ କରି ପାଭିଲିୟନକୁ ଫେରିଥିଲେ । ଯାହା କୋହଲିଙ୍କ ଷ୍ଟାଟ୍ରେଜିର ଫେଲ କରିଥିଲା ।

4 ଓଭର 2ଟି ବଲରେ ସେତେବେଳେ ଦଳର ସ୍କୋର ଥାଏ 36 । ଆଉଟ ହୋଇସାରିଥାନ୍ତି ୱାସିଙ୍ଗଟନ ସୁନ୍ଦର । ତଥାପି ମଧ୍ୟ ନିଜ ଷ୍ଟାଟ୍ରେଜି ବଦାଳାଇ ନଥିଲେ କ୍ୟାପଟେନ ବିରାଟ । 3 ନମ୍ବରରେ ଡେବ୍ୟୁ କରିଥିବା ରତଜ ପାଟିଦାରଙ୍କୁ ପଡିଆକୁ ପଠାଇଥିଲେ । ଆଉ ପାଟିଦାର ମଧ୍ୟ 8 ବଲରେ 8 ରନ କରି ଅଟକି ଯାଇଥିଲେ । ଏଠି ମଧ୍ୟ ପୁଣି ଥରେ ଫେଲ ମାରିଥିଲା କୋହଲିଙ୍କ କୌଶଳ ।

ଗ୍ଲେନ ମ୍ୟାକ୍ସୱେଲ ଏବଂ ଏବି ଡିଭିଲୟସଙ୍କ ପଦର୍ଶନ ଦଳକୁ ଆଗେଇ ନେଇଥିଲା । ଏମିତିକି ବିଜୟ ଦ୍ବାରରେ ପହଁଚାଇଥିଲେ ଏହି ଦୁଇ ବ୍ୟାଟ୍ସମ୍ୟାନ । ବିରାଟଙ୍କ ଏହି ଷ୍ଟାଟ୍ରେଜି ଯୋଗୁ ବୋଧହୁଏ RCB କୁ ଶେଷ ଓଭର ପର୍ଯ୍ୟନ୍ତ ମଧ୍ୟ ଲଢେଇ କରିବାକୁ ପଡିଲା । ଯଦି ଠିକ ସମୟରେ ସଠିକ ଖେଳାଳୀଙ୍କୁ ସୁଯୋଗ ଦିଆ ହୋଇଥାନ୍ତା ହୁଏ ତ ନିର୍ଦ୍ଧାରିତ ଓଭରର ଯଥେଷ୍ଟ ପୂର୍ବରୁ ମ୍ୟାଚ ଅକ୍ତିଆର କରିପାରିବାରେ ସଫଳ ହୋଇଥାନ୍ତା RCB । ସେପଟେ ବିରାଟ କହିଛନ୍ତି ପାଟିଦାର ସ୍ପିନ ବଲକୁ ଭଲ ଭାବରେ ଖେଳିପାରନ୍ତି, ତେଣୁ ତାଙ୍କୁ ୩ ନମ୍ବର ସ୍ଥାନରେ ପଠାଯାଇଥିଲା ।

Leave a Reply