ବିବାହ କରିବେ ରାଜକୁମାର ରାଓ, ୩ ଦିନ ପରେ ପ୍ରେମିକାଙ୍କ ହାତ ଧରିବେ

ବିବାହକୁ ଆଉ ମାତ୍ର ତିନି ଦିନ ବାକି । ହାତକୁ ଦି ହାତ ହେବେ ବଲିଉଡ ଅଭିନେତା ରାଜକୁମାର ରାଓ । ରିପୋର୍ଟ ଅନୁସାରେ ଚଣ୍ଡିଗଡ଼ରେ ପାରମ୍ପରିକ ରୀତିନୀତିରେ ବିବାହ କରିବେ ରାଜକୁମାର ଓ ତାଙ୍କ ପ୍ରେମିକା ପତ୍ରଲେଖା । ଉଭୟେ ଜୟପୁରରେ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ମାତ୍ର ବର୍ତ୍ତମାନ ସେ ଚଣ୍ଡିଗଡ଼ରେ ବିବାହ କରିବାକୁ ଧାର୍ଯ୍ୟ କରିଛନ୍ତି । ଚଳଚ୍ଚିତ୍ର ଜଗତରୁ ଖୁବ୍ କମ୍ ଅତିଥି ବାହାଘରରେ ସାମିଲ ହେବା କଥା ଶୁଣାଯାଉଛି ।

ଦୀର୍ଘ ୧୧ ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିବା ବେଳେ ଆସନ୍ତା ନଭେମ୍ବର ୧୩ ତାରିଖରେ ଦୁହେଁ ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି । ୨୦୧୦ରୁ ଉଭୟଙ୍କ ମଧ୍ୟରେ ଭଲପାଇବା ଆରମ୍ଭ ହୋଇଥିଲା ଏବଂ ଅନେକ ବର୍ଷ ଧରି ଦୁହେଁ ଲିଭଇନରେ ରହୁଥିଲେ । ରାଜକୁମାର ପତ୍ରଲେଖାଙ୍କୁ ପ୍ରଥମ ଥର ପାଇଁ ଏକ ଟିଭି ବିଜ୍ଞାପନରେ ଦେଖିଥିଲେ । ସେବେଠୁ ପତ୍ରଲେଖା ତାଙ୍କୁ ପସନ୍ଦ ଆସିଥିଲେ । ଏହାପରେ ପତ୍ରଲେଖା ମଧ୍ୟ ରାଜକୁମାରଙ୍କୁ ଭଲପାଇ ବସିଥିଲେ ।  ହଂସଲ ମେହେତା ନାମକ ଚଳଚ୍ଚିତ୍ର ସିଟିଲାଇଟସରେ ଉଭୟେ କାମ ମଧ୍ୟ କରିଛନ୍ତି । ଏବେ ଦୁହେଁ ବିବାହ କରିବାକୁ ଯାଉଛନ୍ତି ।

Leave a Reply