ରାଜନୀତିକୁ ଆସିବା ନେଇ କ’ଣ ନିଷ୍ପତ୍ତି ନେଲେ ରଜନୀକାନ୍ତ, ୬ ମାସ ପରେ ତାମିଲନାଡୁ ନିର୍ବାଚନ

ଚେନ୍ନାଇ: ରଜନୀକାନ୍ତ ଦକ୍ଷିଣ ଭାରତୀୟ ସିନେମାର ସବୁଠୁ ବଡ଼ ନାମ । କେବଳ ଦକ୍ଷିଣ ଭାରତୀୟ ସିନେମା ନୁହେଁ । ଭାରତୀୟ ମୁଖ୍ୟ ଧାରାର ହିନ୍ଦୀ ସିନେମାରେ ମଧ୍ୟ ତାଙ୍କ ଯାଦୁ ଦେଖିବାକୁ ମିଳିଛି । ସାମାନ୍ୟ ବସ୍ କଣ୍ଡକ୍ଟରରୁ ସିନେମାର ସୁପରଷ୍ଟାର । ବୟସରେ ସାତ ଦଶନ୍ଧି ଛୁଇଁ ଥିଲେ ବି ତାଙ୍କ ଅଭିନୟର ଯାଦୁ ହ୍ରାସ ପାଇନାହିଁ । ପରିଣତ ବୟସରେ ରୋବଟ୍ ସିନେମାର ସଫଳତା ଯାଦୁ ଏକ ଝଲକମାତ୍ର ।

ହେଲେ ବର୍ତ୍ତମାନ ସମୟରେ ସିନେମା ପାଇଁ ନୁହେଁ  । ରାଜନୀତିକୁ ନେଇ ରଜନୀକାନ୍ତ ଚର୍ଚ୍ଚାକୁ ଆସିଛନ୍ତି । ଗତକାଲି ସୋସିଆଲ ମିଡିଆରେ ରଜନୀକାନ୍ତ ରାଜନୀତିଙ୍କୁ ପ୍ରବେଶ କରିବା ବିଳମ୍ବ କରିପାରନ୍ତି । ଏଥିପାଇଁ ତାଙ୍କୁ ଡାକ୍ତରମାନେ ପରାମର୍ଶ ଦେଇଥିବା ଏକ ଚିଠି ଭାଇରାଲ ହୋଇଥିଲା । ଏହି ଚିଠିରେ ଲେଖା ଥିବା ସମସ୍ତ ପ୍ରସଙ୍ଗ ସତ୍ୟ , ହେଲେ ଏହି ଭାଇରାଲ ଚିଠିଟି ତାଙ୍କର ନୁହେଁ ବୋଲି ରଜନୀକାନ୍ତ ସଫେଇ ଦେଇଛନ୍ତି । ସେହିଭଳି ଆଗାମୀ ଦିନରେ ରଜନୀ ମକ୍କଲ ମନଡ୍ରାମ ସହ ଆଲୋଚନା କରି ରାଜନୀତି ସମ୍ପର୍କରେ ସେ ନିଷ୍ପତ୍ତି ନେବେ ବୋଲି ରଜନୀକାନ୍ତ କହିଛନ୍ତି ।

୨ ବର୍ଷ ପୂର୍ବେ ଅର୍ଥାତ ଡିସେମ୍ବର ୩୧, ୨୦୧୭ ମସିହାରେ ସେ ରାଜନୀତିକୁ ପ୍ରବେଶ କରିବାକୁ ଚାହୁଁଥିବା ଉଲ୍ଲେଖ କରିଥିଲେ । ଏହା ପରେ ରଜନୀ କାହା ସହ ଯୋଡି ହେଉଛନ୍ତି କି ଅଲଗା ଦଳ କରୁଛନ୍ତି । ତାହାକୁ ନେଇ ଚର୍ଚ୍ଚା ଲାଗି ରହୁଥିଲା । ହେଲେ ଏ ଯାବତ୍ ରାଜନୀତି ପ୍ରବେଶ ନେଇ ରଜନୀ ଅସ୍ପଷ୍ଟ ରହିଛନ୍ତି । ତାମିଲନାଡୁ ବିଧାନସଭା ନିର୍ବାଚନକୁ ୭ ମାସ ସମୟ ରହିଛି । ତେଣୁ ରଜନୀ ଚଳିତ ବର୍ଷ ଡିସେମ୍ବର ଶେଷ ସପ୍ତାହ କିମ୍ବା ଜାନୁୟାରୀ ପ୍ରଥମାର୍ଦ୍ଧରେ ନିଜର ରାଜନୈତିକ ପ୍ରବେଶ ପାଇଁ ଘୋଷଣା କରିପାରନ୍ତି ବୋଲି ଜଣାପଡ଼ିଛି ।

୧୯୯୬ ମସିହାରେ ରଜନୀଙ୍କୁ ଯେତେବେଳେ ୪୫ ବର୍ଷ ବୟସ ହୋଇଥିଲା । ସେ ରାଜନୀତିକୁ ଆସି ପାରିଥାଆନ୍ତେ ବୋଲି କହିଥିଲେ । ହେଲେ ତାହା ହୋଇ ନ ଥିଲା । ସେହି ବର୍ଷ ନିର୍ବାଚନରେ ଜୟଲଳିଥା ଯଦି ନିର୍ବାଚିତ ହୁଅନ୍ତି, ତେବେ ତାମିଲନାଡୁକୁ ରକ୍ଷା କରିହେବ ନାହିଁ ବୋଲି ମନ୍ତବ୍ୟ ଦେଇ ରଜନୀକାନ୍ତ ଚର୍ଚ୍ଚିତ ହୋଇଥିଲେ ।

Leave a Reply