ଫେବ୍ରୁଆରୀ ୧୪ରୁ ରାଜ୍ୟରେ ଖୋଲିବ ଘରୋଇ ପ୍ରି- ସ୍କୁଲ

1 min read

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ପ୍ରାଇଭେଟ୍ ପ୍ରି-ସ୍କୁଲ । ପ୍ଳେ, ନର୍ସରୀ ଓ କେଜି ପିଲାଙ୍କ ପାଇଁ ସ୍କୁଲ ଖୋଲିବ । ୧୪ ଫେବ୍ରୁଆରୀ ଠାରୁ ଖୋଲିବ ସ୍କୁଲ । ଏ ନେଇ ଚିଠି ଲେଖି ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା  ବିଭାଗ ପ୍ରମୁଖ ସଚିବ ବିଷ୍ରୁପଦ ସେଠୀ । ସ୍କୁଲରେ କୋଭିଡ ନିୟମର କଡ଼ାକଡ଼ି ପାଳନ ହେବ । ଉଭୟ ଟିଚିଂ ଏବଂ ନନ୍‌ଟିଚିଂ ଷ୍ଟାଫ୍ କରୋନା ଟିକାର ଉଭୟ ଡୋଜ୍ ନେଇଥିବା ବାଧ୍ୟତାମୂଳକ ।

ଅନ୍ୟପକ୍ଷରେ ଆଜିଠୁ ଅଷ୍ଟମ ଶ୍ରେଣୀରୁ ଊର୍ଦ୍ଧ୍ୱ ସମସ୍ତ ଶ୍ରେଣୀରେ ପାଠପଢ଼ା ଆରମ୍ଭ ହୋଇଛି ।  କୋଭିଡ କଟକଣା ଭିତରେ ଅଫଲାଇନରେ ଚାଲିବ କ୍ଲାସ୍ । ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ କ୍ଲାସ୍ ଚାଲିବ । ମଧ୍ୟାହ୍ନ ଭୋଜନରେ କେବଳ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯିବ । ୧୪ ତାରିଖରୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ସକାଳ ୧୦ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ହେବ ପାଠପଢା । କ୍ଳାସରୁମ୍ ସାନିଟାଇଜ୍ ହେବା ସହ ଚେୟାର ଟେବୁଲ୍ ପ୍ରସ୍ତୁତ କରୁଛନ୍ତି ସ୍କୁଲ କର୍ତ୍ତୃପକ୍ଷ । ସଂକ୍ରମଣ କମୁଥିବାରୁ ଅଫଲାଇନ୍ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦଶମ ଏବଂ କାଉନ୍ସିଲ ବୋର୍ଡକୁ ପ୍ରସ୍ତୁତ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁବିଧା ଦେଖି ପରୀକ୍ଷା ତାରିଖ ଘୋଷଣା କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ବୋର୍ଡ । ତେବେ ଦୀର୍ଘଦିନ ପରେ ସ୍କୁଲ ଖୋଲିବାକୁ ନେଇ ଛାତ୍ରଛାତ୍ରୀ ଉତ୍ସାହିତ ଅଛନ୍ତି ।

Leave a Reply