କେବଳ ରାଜନୀତି ନୁହେଁ, ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସିଦ୍ଧି ହିଁ ନବୀନଙ୍କ ଏକମାତ୍ର ନୀତି

1 min read
1997-2021, Political Journey Of Unbeatable Leader Odisha CM Naveen Patnaik

ଭୁବନେଶ୍ୱର: ନବୀନ ପଟ୍ଟନାୟକ- ଅପରାଜେୟ, ଅପ୍ରତିଦ୍ୱନ୍ଦ୍ୱୀ ଓ ଅପ୍ରମେୟ । ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ତାଙ୍କ ସାନ ପୁଅ ଓଡ଼ିଶାବାସୀଙ୍କ ଭାବାବେଗକୁ ସମ୍ମାନ ଦେଇ ଯେତେବେଳେ ରାଜନୀତିକୁ ପ୍ରବେଶ କଲେ, ସେ ସମୟରେ କେହି ଭାବିନଥିଲେ ଦିନେ ନବୀନ ପଟ୍ଟନାୟକ ସବୁ ବିଚକ୍ଷଣଙ୍କ ବୁଦ୍ଧି ହଜେଇ ଦେବେ ବୋଲି । ସେବା, ବିକାଶ, ସୁଶାସନ ଜରିଆରେ ରାଜନୀତିକୁ ନୂଆ ଦିଶା ଦେଲେ ନବୀନ । ଯେଉଁଥିପାଇଁ ଗତ ୨୪ ବର୍ଷ ଧରି କ୍ରମାଗତ ଭାବେ ତାଙ୍କ ବିରୋଧରେ ବିରୋଧୀଙ୍କ ସବୁ ଅସ୍ତ୍ର ଫେଲ ମାରୁଛି । କାରଣ ସେ ଲୋକଙ୍କ ହୃଦୟର ନେତା, ଜନମାନସର ନେତା ।

1997-2021, Political Journey Of Unbeatable Leader Odisha CM Naveen Patnaik

୧୯୯୭ ଆସିକା ଲୋକସଭା ଆସନ ପାଇଁ ଉପନିର୍ବାଚନ ଠାରୁ ଆରମ୍ଭ କରି ୨୦୧୯ ସାଧାରଣ ନିର୍ବାଚନ । ଅନବିଟେବୁଲ ଇନିଂସ । ବିଜୁ ପଟ୍ଟନାୟକଙ୍କ ଅବର୍ତ୍ତମାନରେ ଓଡ଼ିଶା ରାଜନୀତିକୁ ପ୍ରବେଶ କରିଥିଲେ ନବୀନ ପଟ୍ଟନାୟକ । ବିଜୁଙ୍କ ପ୍ରତି ଥିବା ଓଡ଼ିଶାବାସୀଙ୍କ ଭଲ ପାଇବା ଓ ସ୍ନେହ ଶ୍ରଦ୍ଧାକୁ ସମ୍ମାନ ଦେଇ ପ୍ରଥମେ ୧୯୯୭ରେ ଜନତା ଦଳ ପ୍ରାର୍ଥୀ ଭାବେ ଆସିକା ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ଜିତିଥିଲେ ନବୀନ । ପରେ ୧୯୯୭ ଡିସେମ୍ବର ୨୬ ତାରିଖରେ କିଛି ବିଜୁ ଅନୁଗତଙ୍କୁ ନେଇ ଗଠନ ହେଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ମଧ୍ୟ ହେଲେ । ୧୯୯୯ ମହାବାତ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲାରେ ତତ୍କାଳୀନ କଂଗ୍ରେସ ସରକାରର ଚରମ ବିଫଳତା ପରେ ଓଡ଼ିଶାବାସୀ କଂଗ୍ରେସ ଉପରୁ ମୁହଁ ଫେରାଇ ଆଣିଲେ । ଭରସା କଲେ ବିଜୁ ପଟ୍ଟନାୟକଙ୍କ ଉତ୍ତରାଧିକାରୀ ନବୀନ ପଟ୍ଟନାୟକଙ୍କ ଉପରେ । ନବୀନ ମଧ୍ୟ ୨୦୦୦ ମସିହାରେ ଶାସନ ଭାର ସମ୍ଭାଳିବା ଦିନରୁ ଓଡ଼ିଶାବାସୀଙ୍କୁ ଦୁର୍ନୀତିମୁକ୍ତ, ସ୍ୱଚ୍ଛ, ଲୋକାଭିମୁଖୀ ଶାସନର ନୂଆ ସଂଜ୍ଞା ଦେଇଛନ୍ତି ।

1997-2021, Political Journey Of Unbeatable Leader Odisha CM Naveen Patnaik

ଦୁର୍ନୀତିର ଛିଟା ପଡ଼ିବା ମାତ୍ରେ କାର୍ଯ୍ୟାନୁଷ୍ଠାନ । ନେତା, ମନ୍ତ୍ରୀ, ପ୍ରଶାସକ କେହି ବି ବାଦ ପଡିନାହାଁନ୍ତି । କିଏ ମନ୍ତ୍ରୀପଦ ହରାଇଛି ତ କାହାକୁ ଦଳରୁ ବିଦା କରାଯାଇଛି । ଗତ ୨୧ ବର୍ଷ ମଧ୍ୟରେ ୪୦ରୁ ଅଧିକ ନେତା, ମନ୍ତ୍ରୀ ବଳି ପଡ଼ିଛନ୍ତି । ଆଉ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ ହୋଇଛି ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ । କେବଳ କଥାରେ ନୁହେଁ, କାମରେ ବିଶ୍ୱାସ କରୁଥିବା ଏଭଳି ଜଣେ ସ୍ୱଳ୍ପଭାଷୀ ଓ ଚୀର କୁମାର ନେତାଙ୍କୁ କ୍ରମାଗତ ଭାବେ ରାଜ୍ୟବାସୀ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଜିତାଇଛନ୍ତି । ୨୦୦୦ରୁ ୨୦୦୯ ପର୍ଯ୍ୟନ୍ତ ବିଜେପି ସହ ମେଣ୍ଟରେ ଶାସନ କରିବା ପରେ ୨୦୦୯ ପରଠାରୁ ଏକାକୀ ବିଜେଡି ରାଜ୍ୟ ବିକାଶର ଦାୟିତ୍ୱ ନେଇଛି । ନବୀନଙ୍କ ଲୋକପ୍ରିୟତା ଓ ସାଧାରଣରେ ଗ୍ରହଣୀୟତା ଯୋଗୁଁ ପ୍ରତିଟି ନିର୍ବାଚନରେ ବିଜେଡିର ଭୋଟ୍ ହାର ବଢୁଛି । ୨୦୦୦ ଓ ୨୦୦୪ରେ ମେଣ୍ଟ ସରକାରରେ ବିଜେଡି ୮୪ଟି ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ୨୭ରୁ ୨୯ ପ୍ରତିଶତ ଭୋଟ୍ ପାଉଥିଲା । ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ପଣ୍ଡିତଙ୍କ ସବୁ ଆକଳନକୁ ଭୁଲ୍ ପ୍ରମାଣିତ କରି ବିଜେଡିର ଭୋଟ ହାର ୩୮.୮୬ ପ୍ରତିଶତକୁ ବଢିଥିଲା ଏବଂ ଏକାକି ଦଳ ୧୦୩ ଆସନ ଦଖଲ କରିଥିଲା । ୨୦୧୪ରେ ବିଜେଡିର ଭୋଟ ହାର ୪୩.୪ ପ୍ରତିଶତକୁ ଏବଂ ୨୦୧୯ରେ ୪୪.୭୧ ପ୍ରତିଶତକୁ ବଢିଥିଲା ।

1997-2021, Political Journey Of Unbeatable Leader Odisha CM Naveen Patnaik

ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ୱଚ୍ଛଳ ଓଡ଼ିଶା- ଯାହା ଦିନେ ସ୍ୱପ୍ନ ଭଳି ଲାଗୁଥିଲା ତାହା ଆଜି ସମ୍ଭବ ହୋଇଛି । କାହା ପାଖରେ ହାତ ପତେଇବାକୁ ପଡୁନି । ଓଭରଡ୍ରାଫ୍ଟ ସିଷ୍ଟମରେ ପଡ଼ିଛି ତାଲା । ଚାଷୀଙ୍କ ଆୟ ବଢିଛି, ରୋଜଗାର ବଢିଛି, ବ୍ୟାପକ ଶିଳ୍ପାୟନରେ ଯୁବକଙ୍କ ପାଇଁ ନିଯୁକ୍ତିର ପର୍ଯ୍ୟାପ୍ତ ସୁଯୋଗ, ରାସ୍ତାଘାଟ ଠାରୁ କ୍ରୀଡ଼ା କ୍ଷେତ୍ର ଯାଏଁ ସବୁଠି ବିଶ୍ୱସ୍ତରୀୟ ଭିତ୍ତିଭୂମିଷ ଭୋକର ଭୁଗୋଳରୁ ଓଡ଼ିଶା ଆଜି ଶସ୍ୟ ସମୃଦ୍ଧ । କେବଳ ରାଜନୀତି ନୁହେଁ, ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ସିଦ୍ଧି ହିଁ ନବୀନଙ୍କ ଏକମାତ୍ର ନୀତି । ରାଜନୀତିରେ ପାଦ ଦେବା ଦିନରୁ ହିଁ ଫ୍ରଣ୍ଟଫୁଟର ଏହି ଖେଳାଳି ପ୍ରମାଣିତ କରିଛନ୍ତି ଯେ, ଦିଲ୍ଲୀରେ ଓଡ଼ିଆ ଅଛୁଆଁ ନୁହେଁ । ବିକାଶ ସାଙ୍ଗକୁ ରାଜନୀତିକୁ ମଧ୍ୟ ନୂଆ ଫଣ୍ଡା ଦେଇଛନ୍ତି ନବୀନ । ସେ ଆକ୍ଷେପ-ପ୍ରତିଆକ୍ଷେପର ଚିରାଚରିତ ରାଜନୀତିରୁ ବହୁ ଊର୍ଦ୍ଧ୍ୱରେ ଥାଆନ୍ତି । ବିରୋଧୀଙ୍କ ସବୁ ଚାଲ ଓ ଅସ୍ତ୍ର ଯେତେବେଳେ ଫେଲ୍ ମାରେ ସେତେବେଳେ ନବୀନ ଆରମ୍ଭ କରନ୍ତି ନିଜର ଗୋଟି ଚାଳନା । କେହି କିଛି ବିଝିବା ଆଗରୁ ଗଡ଼ ଦଖଲ ହୋଇ ସାରିଥାଏ । ଏହାହିଁ ତାଙ୍କ ବିଚକ୍ଷଣତା ଓ ଦୂରଦୃଷ୍ଟି ସମ୍ପନ୍ନ ରାଜନୀତିକୁ ପ୍ରମାଣିତ କରୁଛି ।

ରାଷ୍ଟ୍ରପତି ନିର୍ବାଚନ ଠାରୁ ରାଜ୍ୟସଭା ନିର୍ବାଚନ ଯାଏଁ ସବୁଠି ନବୀନଙ୍କ ଅପ୍ରତ୍ୟାଶିତ ଗେମ୍ ବୁଝିବା କାଠିକର ପାଠ । ଗୋଟିଏ ରାଜ୍ୟସଭା ଆସନ ବିଜେପିକୁ ଛାଡିବା ଏବଂ ପରବର୍ତ୍ତି ସମୟରେ ଚାରୋଟି ଯାକ ଆସନ ଏକାକୀ ଦଖଲ କରିବାର କଳା କେବଳ ନବୀନଙ୍କୁ ହିଁ ଜଣା । ସେହିଭଳି ତାଙ୍କ ଡାଇନିଂ ଟେବୁଲ ରଣନୀତି ବି ନିଆରା । ପରସ୍ପର ବିରୋଧୀ ଆଭିମୁଖ୍ୟ ରଖୁଥିବା ନେତାଙ୍କୁ ଗୋଟିଏ ଟେବୁଲରେ ଏକାଠି ବସାଇବାର କ୍ଷମତା ବି ରଖନ୍ତି ନବୀନ ।

Leave a Reply