ରାଜ୍ଯରେ ୪ ଶହ ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

1 min read
Odisha Reports Less Than 400 Covid Cases In A Single Day

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । ଖସୁଛି ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଦ୍ୱିତୀୟ ଲହର ସଂକ୍ରମଣରେ ପ୍ରଥମଥର ପାଇଁ ଦୈନିକ ମାମଲା ୪ ଶହ ତଳକୁ ହ୍ରାସ ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୨୩ ଜିଲ୍ଲାର ଚିହ୍ନଟ ହୋଇଛନ୍ତି ଆଉ ୩୫୮ କରୋନା ସଂକ୍ରମିତ । ଆକ୍ରାନ୍ତଙ୍କ ମଧ୍ୟରେ ୪୭ ଜଣ ଶୂନରୁ ୧୮ ବର୍ଷର । ୨୦୯ଟି ମାମଲା କ୍ୱାରେଣ୍ଟାଇନରୁ ଆସିଥିବା ବେଳେ ୧୪୯ଟି ମାମଲା ସ୍ଥାନୀୟ ସଂକ୍ରମଣ ।

ଖୋର୍ଦ୍ଧା ଜିଲ୍ଲାରୁ ୧୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୩, ବରଗଡ଼ରୁ ୩, ଭଦ୍ରକରୁ ୮, ବଲାଙ୍ଗିରରୁ ୪, ବୌଦ୍ଧରୁ ଜଣେ, କଟକରୁ ୧୫, ଦେବଗଡ଼ରୁ ଜଣେ, ଗଜପତିରୁ ୭, ଗଞ୍ଜାମରୁ ଜଣେ, ଜଗତସିଂହପୁରରୁ ୮, ଯାଜପୁରରୁ ୧୧, କେନ୍ଦ୍ରାପଡ଼ାରୁ ୧୩, କେନ୍ଦୁଝରରୁ ଜଣେ, କୋରାପୁଟରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିଭଳି ମୟୂରଭଞ୍ଜରୁ ୧୧, ନୟାଗଡ଼ରୁ ୩, ରାୟଗଡ଼ାରୁ ୫, ସମ୍ବଲପୁରରୁ ୪, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୩ ଓ ଷ୍ଟେଟପୁଲରୁ ୪୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୪ ହଜାର ୬୩୪କୁ ବୃଦ୍ଧି ପାଇଛି । ଏବେ ୫ ହଜାର ୧୧୯ଟି ସକ୍ରିୟ ମାମଲା ଥିବାବେଳେ ୧୦ ଲକ୍ଷ ୨୧ ହଜାର ୧୮୦ ଜଣ କରୋନାକୁ ମାତ୍ ଦେଇଛନ୍ତି ।

Opn Commnet Area

Leave a Reply

Your email address will not be published. Required fields are marked *