ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

1 min read
PM Modi Greets Naveen On Occasion Of Birth Day

ଭୁବନେଶ୍ୱର: ୭୬ ବର୍ଷରେ ପାଦ ଥାପିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଦୀର୍ଘ ଓ ନିରାମୟ ଜୀବନ ସମସ୍ତେ କାମନା କରୁଥିବେ ବେଳେ ନବୀନ ପାଳୁନାହାନ୍ତି ଜନ୍ମଦିନ । କୋଭିଡ୍ ସଂକଟକୁ ଦୃଷ୍ଟିରେ ରଖି ଜନ୍ମଦିନ ପାଳନ ପାଇଁ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ।

ସେଥିପାଇଁ ଏବେ ସେଲିବ୍ରେସନ ନୁହେଁ, ବରଂ ସେବାର ସମୟ ବୋଲି ନେତା, କର୍ମୀ ଓ ରାଜ୍ୟବାସୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ୍‌ ମୃତକଙ୍କ ପରିବାରକୁ ସହଯୋଗ, ରକ୍ତଦାନ ଶିବିର ଭଳି କାର୍ଯ୍ୟରେ ସାମିଲ ହେଲେ ତାହା ତାଙ୍କ ପାଇଁ ବଡ଼ ଶୁଭେଚ୍ଛା ହେବ ବୋଲି ନବୀନ ବାର୍ତ୍ତା ଦେଇଛନ୍ତି ।

ନବୀନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଟ୍ୱିଟ୍ କରି ମୋଦି, ନବୀନଙ୍କ ଦୀର୍ଘ ଜୀବନ କାମନା କରିବା ସହ ଓଡ଼ିଶାବାସୀଙ୍କ ସେବା କରିଚାଲନ୍ତୁ ବୋଲି ଲେଖିଛନ୍ତି ।

ସେହିଭଳି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣଭ ମଧ୍ୟ ନବୀନଙ୍କୁ ଜଣାଇଛନ୍ତି ଜନ୍ମଦିନର ଶୁଭେଚ୍ଛା । ଟ୍ୱିଟ୍ କରି ଅଶ୍ୱନୀ ଲେଖିଛନ୍ତି, ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ଓ ଖୁସି ଦିଅନ୍ତୁ ।

 

Leave a Reply