ଜାତୀୟ ଶିକ୍ଷା ନୀତିକୁ ପୁରିଲା ଏକ ବର୍ଷ, ଦୀକ୍ଷା ପୋର୍ଟାଲ ଶିକ୍ଷା ନୀତି ପାଇଁ ମାଇଲଖୁଣ୍ଟ ହୋଇଛି

ନୂଆଦିଲ୍ଲୀ: ଜାତୀୟ ଶିକ୍ଷା ନୀତିକୁ ପୁରିଛି ଏକ ବର୍ଷ। ଏହି ଅବସରରେ ଦେଶର ସମସ୍ତ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କରୋନା କାଳରେ ନୂଆ ଶିକ୍ଷା ନୀତିକୁ ନେଇ ଅନେକ କାମ ହୋଇଛି। ଗତ ଏକ ବର୍ଷ ଭିତରେ ଶିକ୍ଷା କ୍ଷେତ୍ରକୁ ବହୁ ମାତ୍ରାରେ ଗୁରୁତ୍ୱଦେଇଛନ୍ତି ସରକାର। ଜାତୀୟ ଶିକ୍ଷା ନୀତିରେ ବହୁ ନିଷ୍ପତ୍ତି ନିଆଯାଇଛି। ଆଞ୍ଚଳିକ ଶିକ୍ଷାରେ ଉଚ୍ଚଶିକ୍ଷା ପାଇଁ ଜାତୀୟ ଶିକ୍ଷା ନୀତିରେ ବ୍ୟବସ୍ଥା ରହିଛି। ଏହା ଖୁସିର କଥାଯେ ୮ ରାଜ୍ୟର ୧୪ ଇଞ୍ଜିନିୟରିଂ କଲଜରେ ୫ଟି ଭାଷାରେ ପାଠପଢା ହେବ। ହିନ୍ଦୀ, ତାମିଲ, ତେଲୁଗୁ, ମରାଠୀ ଓ ବଙ୍ଗଳା ଭାଷାରେ ଛାତ୍ରଛାତ୍ରୀ ପାଠ ପଢିପାରିବେ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ନୂଆ ଶିକ୍ଷା ନୀତିରେ ସ୍କୁଲ ଶିକ୍ଷାଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ କରାଯାଇଛି। ଦୀକ୍ଷା ପୋର୍ଟାଲ ଶିକ୍ଷା ନୀତି ପାଇଁ ଏକ ମାଇଲଖୁଣ୍ଟ ପାଲଟିଛି। ଛାତ୍ରଛାତ୍ରୀମାନେ ଏବେ ଅନଲାଇନ୍ ଜରିଆରେ ପାଠ ପଢିବା ପାଇଁ ଅଧିକରୁ ଅଧିକ ଆଗ୍ରହ ପ୍ରକାଶ କରୁଛନ୍ତି। ଏହା ଡିଜିଟାଲ ଇଣ୍ଡିଆକୁ ନୂଆ ଗତି ଦେଇଛି। ରାଷ୍ଚ୍ର ନିର୍ମାଣରେ ନୂଆ ଶିକ୍ଷା ନୀତିର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିବା କହିଛନ୍ତି ମୋଦି। ଆଗରୁ ଆମ ଦେଶର ଛାତ୍ରଛାତ୍ରୀ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାଉଥିଲେ, ହେଲେ ଏବେ ଦେଶରେ ନିଜ ଇଛା ଅନୁସାରେ ସମସ୍ତ ପାଠ ପଢି ପାରୁଛନ୍ତି ଛାତ୍ରଛାତ୍ରୀ। ବିଦେଶରୁ ଅନେକ ଛାତ୍ରାଛାତ୍ରୀ ମଧ୍ୟ ଭାରତ ଆସି ପାଠ ପଢୁଛନ୍ତି। ଗତବର୍ଷ ଆଜିର ଦିନରେ ୩୪ ବର୍ଷର ପୁରୁଣା ଶିକ୍ଷା ନୀତିରେ ପରିବର୍ତ୍ତନ କରିଥିଲେ କେନ୍ଦ୍ର ସରକାର।

Leave a Reply