ନାଖୁସ ଶିଳ୍ପପତି: ପୁତିନଙ୍କୁ ବିଷଦେଇ ହତ୍ୟା ଷଡ଼ଯନ୍ତ୍ର !

1 min read

ନନ୍ଦିଘୋଷ ବ୍ୟୁରୋ: ୟୁକ୍ରେନ ଉପରେ ବାରୁଦ ବର୍ଷା କରୁଥିବା ଭ୍ଲାଦିମିର ପୁତିନଙ୍କୁ ହତ୍ୟା ପାଇଁ ଷଡ଼ଯନ୍ତ୍ର । ଖାଦ୍ୟରେ ବିଷ ଦେଇ ମାରିବାକୁ ଯୋଜନା । ଋଷର କିଛି ନାମାଦାମୀ ବ୍ୟକ୍ତି ରଚୁଛନ୍ତି ଏହି ପ୍ଲାନ । ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢି ନିଜ ଦେଶକୁ ଅକଳରେ ପକାଇଦେଇଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ । ଆର୍ଥିକ ସଂକଟର ସାମ୍ନା କରିବାକୁ ଯାଉଛି ଋଷିଆ । ପାଶ୍ଚାତ୍ୟ ଦେଶରେ ବ୍ୟବସାୟିକ ପ୍ରତିବନ୍ଧକ ଭିତରେ ଋଷର ଶିଳ୍ପପତି ଶକ୍ତ କ୍ଷତି ସହିବାକୁ ଯାଉଛନ୍ତି । ଫଳରେ ବ୍ୟବସାୟିକ ଭବିଷ୍ୟତ ଏବେ ଅନିଶ୍ଚିତତାରେ ଗତି କରୁଛି । ଏସବୁ ପଛରେ କେବଳ ପୁତିନ ଦାୟୀ ବୋଲି ସେମାନେ ବିବେଚିତ କରୁଛନ୍ତି । ଆଉ ଯେଉଁଥିପାଇଁ ପୁତିନଙ୍କୁ ରାସ୍ତାରୁ ସବୁଦିନ ପାଇଁ ହଟାଇବାର ମାଷ୍ଟର ଷଡ଼ଯନ୍ତ୍ର ରଚିଛନ୍ତି ।

ଫେଡେରାଲ ସିକ୍ୟୁରିଟ ସର୍ଭିସ FSS ମୁଖ୍ୟ ଆଲେକଜାଣ୍ଡର ବର୍ଟିନକୋଭଙ୍କୁ କ୍ଷମତାରେ ବସାଇବାକୁ ଚାହୁଁଛନ୍ତି ଋଷର ଶିଳ୍ପପତି । କର ବା ମର ପଦ୍ଧତି ଏକ ନିର୍ଦ୍ଧିଷ୍ଟ ଗୋଷ୍ଠୀ ଆପଣାଇବା ପାଇଁ ଯାଉଛି । ଅର୍ଥାତ ଯେକୌଣସି ଉପାୟରେ ମଧ୍ୟ ଭ୍ଲାଦିମିର ପୁତିନଙ୍କୁ ଗାଦିଚ୍ୟୁତ କରିବା ପାଇଁ ଚାହୁଁଛନ୍ତି ଏମାନେ । ତେଣୁ ଖାଦ୍ୟରେ ବିଷ ଦେଇ ହେଉ ଅବା ଏକ ଆକସ୍ମିକ ଦୁର୍ଘଟଣା ଦ୍ୱାରା ପୁତିନହ୍କୁ ହତ୍ୟା ପାଇଁ ଚାଲିଛି ଷଡ଼ଯନ୍ତ୍ର । ଆଉ ଯଦି ଏହି ଷଡ଼ଯନ୍ତ୍ର ସଫଳ ହୁଏମ, ତେବେ ଏହା ଫଛରେଲ ରହିବ ବର୍ଟିନକୋଭଙ୍କ ବଡ଼ ହାତ । ପୂର୍ବରୁ ଋଷ ସରକାରରେ ପୁତିନଙ୍କ ସହ ମିଶି କାର୍ଯ୍ୟ କରୁଥିଲେ ଆଲେକଜାଣ୍ଡର ବର୍ଟିନକୋଭ । ପୁତିନଙ୍କ ଅତ୍ୟନ୍ତ ଘନିଷ୍ଠ ଅଟନ୍ତି ବର୍ଟିନକୋଭ । କିନ୍ତୁ ୟୁକ୍ରେନ ବିରୋଧରେ ଯୁଦ୍ଧ ଲଢି ବିଫଳ ହେବାପରେ ପୁତିନଙ୍କ ବିଶ୍ୱାସ ହରାଇଛନ୍ତି ବର୍ଟିନକୋଭ ।
ଋଷରେ ନିଜର ପ୍ରଭାବ ବଜାୟ ରଖିଛନ୍ତି ଆଲେକଜାଣ୍ଡର ବର୍ଟିନକୋଭ ।

ଏମିତିକି ଦେଶର ପ୍ରତିରକ୍ଷା ବ୍ୟବସ୍ଥା ଠାରୁ ଆରମ୍ଭ କରି ସେନା, ଗୁଇନ୍ଦା ସଂସ୍ଥା ଏବଂ ରାଜନୀତିରେ ବେଶ ପ୍ରଭାବ ବିସ୍ତାର କରିଛନ୍ତି । ପଡୋଶୀ ୟୁକ୍ରେନ ଉପରେ ମାସାଧିକ ସମୟ ଋଷ ଆକ୍ରମଣ କରିଥିଲେ ମଧ୍ୟ ସଫଳ ହୋଇପାରିନାହିଁ । ଅର୍ଥାତ କେଉଁଠି ନା କେଉଁଠି ପୁତିନଙ୍କ ପ୍ଲାନ ବିଫଳ ହୋଇଛି । କାରଣ ଏକ ଛୋଟିଆ ଦେଶକୁ ନିଜ ଅକ୍ତିଆର ନେବାକୁ ଖୁବ କମ ସମୟ ଲାଗିବା ନେଇ ଭାବିନେଇଥିଲେ ପୁତିନ । ଏହାରି ଭିତରେ ଯୁଦ୍ଧକୁ ମାସେ ବିତିବାକୁ ବସିଥିବାବେଳେ ୟୁକ୍ରେନ ରେ ମୃତ୍ୟୁ ବରଣ କଲେଣେ ଋଷିଆର ୧୦ ହଜାରରୁ ଅଧିକ ସେନା । ଅନ୍ତରାଷ୍ଟ୍ରୀୟ ସ୍ତରର କଟକଣା ଭିତରେ ସାମରିକ ଖର୍ଚ୍ଚ ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ଋଷ ପାଇଁ ।

ସେପଟେ ଋଷର ଅର୍ଥନୀତିଜ୍ଞ ଅନୁମାନ କରିଛନ୍ତି କି ୧୫ ପ୍ରତିଶତରୁ ଅଧିକ କ୍ଷତି ସହିବାକୁ ଯାଉଛି ଋଷିଆ । ୧୯୯୮ ରେ ଋଷର ଷ୍ଟକ ବଜାର ଯେଉଁଭଳି ଭୁଷୁଡିଥିଲା ତାହା ଥିଲା ଋଷ ଇତିହାସର ସବୁଠାରୁ ବଡ଼ କ୍ଷତି । କିନ୍ତୁ ଏହି କ୍ଷତି ୯୮ ମସିହା ଠାରୁ ବଳିଯିବା ନେଇ କହିଛନ୍ତି ଅର୍ଥନୀତିଜ୍ଞ । ବିଶେଷକରି ଯଦି ଦେଖିବା ଋଷ ଅର୍ଥନିତି କହିଲେ ତୈଳ ଓ ଗ୍ୟାସକୁ ବୁଝାଏ । ୟୁକ୍ରେନକୁ ସମର୍ଥନ କରି ଋଷ ବିରୋଧରେ ୟୁରୋପୀୟ ଦେଶ ଆର୍ଥିକ ପ୍ରତିବନ୍ଧକ ଲଗାଇଛନ୍ତି । ଫଳରେ ବ୍ରିଟେନ ଓ ଆମେରିକା ଋଷ ମାର୍କେଟରୁ ତେଲ ନକିଣିବା ନେଇ ଘୋଷଣା କରିଛନ୍ତି । ଯଦି ୟୁରୋପୀୟ ରାଷ୍ଟ୍ର ଋଷ ସହ ଏହି କଟକଣା ଜାରି ରଖନ୍ତି, ତେବେ ଋଷ ଆର୍ଥିକ ଅବ୍ୟବସ୍ଥା ୧୦୦ ବର୍ଷ ପଛକୁ ନେଇଯିବ ବୋଲି ଅନୁମାନ କରିଛନ୍ତି ଫାଇନେସିଆଲ ଏକ୍ସପର୍ଟ । ତେବେ ସବୁଦିନ ପାଇଁ ରାସ୍ତାରୁ କଣ୍ଟା ହଟାଇବାକୁ ଚାହୁଁଛନ୍ତି ଋଷର ବ୍ୟବସାୟୀ ଓ ଶିଳ୍ପପତି । ଖୋଦ ନିଜ ଦେଶରେ ହିଁ ସୃଷ୍ଟି ହୋଇଛନ୍ତି ବିଭୀଷଣ । ମାନେ ପୁତିନଙ୍କୁ ହତ୍ୟା ପାଇଁ ଋଷିଆରେ ହେଉଛି ଷଡ଼ଯନ୍ତ୍ର ।