ପିପିଲି ଉପନିର୍ବାଚନ ପାଇଁ ବିଜେଡିର ପଞ୍ଚାୟତ ରଣନୀତି

1 min read
Pipili Bye Election BJd Strategy For Panchayat

ଭୁବନେଶ୍ୱର: ପାଖେଇ ଆସୁଛି ପିପିଲି ଉପନିର୍ବାଚନ । ୧୭ ତାରିଖରେ ପଡ଼ିବ ଭୋଟ୍ । ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି ବିଭିନ୍ନ ଦଳ । ଏଥିରେ ଆଗରେ ଅଛି ବିଜେଡି । ପ୍ରାର୍ଥୀ ଚୟନ ଲାଗି ଦଳ ପୂର୍ବରୁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିବା ବେଳେ ଏବେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳିରେ ନେତାଙ୍କୁ ଦେଇଛି ପଞ୍ଚାୟତ ଦାୟିତ୍ୱ ।

ଏଥିସହ ପଢ଼ନ୍ତୁ- ପିପିଲିରେ କାହା ଉପରେ କିଏ ପଡ଼ିବ ଭାରି ? କ’ଣ କହୁଛି ରାଜନୀତିକ ଇତିହାସ…

ପିପିଲି ବ୍ଲକର ୨୫ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସମୀର ରଞ୍ଜନ ଦାଶ ଓ ବିଜେଡି ନେତା ଅତନୁ ସବ୍ୟସାଚୀ ନାୟକଙ୍କୁ ବିଜେଡି ଦେଇଛି । ସେହିଭଳି ଡେଲାଙ୍ଗ ବ୍ଲକର ୨୧ ପଞ୍ଚାୟତ ଦାୟିତ୍ୱ ମନ୍ତ୍ରୀ ସୁଶାନ୍ତ ସିଂହଙ୍କୁ ଦେଇଛି ଦଳ । ୧୬ ୱାର୍ଡ ବିଶିଷ୍ଟ ପିପିଲି ଏନଏସି ଦାୟିତ୍ୱ ସୁଧିର କୁମାର ସାମଲଙ୍କୁ ଦେଇଛି ବିଜେଡି ।

ଏଥିସହ ପଢ଼ନ୍ତୁ- ପିପିଲି ଉପନିର୍ବାଚନ: ‘ଆମେ ଜିତିବୁ’

ଏମାନଙ୍କ ନେତୃତ୍ୱରେ ଅନ୍ୟ ନେତା ଓ ବିଧାୟକଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି । ରାଜ୍ୟ ବିଜେଡି କାର୍ଯ୍ୟାଳୟର କର୍ମକର୍ତ୍ତା, ବିଜୁ ଯୁବ ଜନତା ଦଳର ନେତା, ବିଜୁ ଛାତ୍ର ଜନତା ଦଳର ନେତା ଓ ବିଜୁ ମହିଳା ଜନତା ଦଳର ନେତ୍ରୀ ମଧ୍ୟ ପ୍ରତି ପଞ୍ଚାୟତ ସ୍ତରରେ ନେତା ଓ ବିଧାୟକଙ୍କ ନେତୃତ୍ୱରେ କାର୍ଯ୍ୟ କରିବେ । ଏଥିସହ ଦଳ ସୋସିଆଲ୍ ମିଡିଆ ଓ ଭର୍ଚୁଆଲ୍ ମିଟିଂ କୋଅର୍ଡିନେସନ୍ ଲାଗି ୨ ଜଣଙ୍କୁ ଦାୟିତ୍ୱ ଦେଇଛି ।

Leave a Reply