ପିପିଲି ଉପନିର୍ବାଚନ: ‘ଆମେ ଜିତିବୁ’

1 min read

ଭୁବନେଶ୍ୱର: କିଏ ଜିତିବ ପିପିଲିବାଜି । ପିପିଲି ଉପନିର୍ବାଚନ ଲାଗି ନିର୍ବାଚନ କମିଶନ ତାରିଖ ଘୋଷଣା କରିବା ପରେ ସମାନ ଢଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ତିନିଦଳ । ପ୍ରମୁଖ ତିନିଦଳ ବିଜେଡି, ବିଜେପି ଓ କଂଗ୍ରେସ ନେତା କହିଛନ୍ତି ଦଳ ପିପିଲି ଉପନିର୍ବାଚନରେ ଭଲ କରିବ । ତେବେ, ଏଯାଏଁ କୌଣସି ଦଳ ପିପିଲି ଉପନିର୍ବାଚନ ଲାଗି ପ୍ରାର୍ଥୀ ଘୋଷଣା କରିନାହିଁ ।

Politicians Reaction Who Will Win Pipili Bye Election

ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି- ବିଜେଡି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ସବୁବେଳେ ସମସ୍ତ ଆହ୍ୱାନ ଲାଗି ପ୍ରସ୍ତୁତ ଥାଏ । ପିପିଲି ୱାର୍ ପାଇଁ ବିଜେଡି ପ୍ରସ୍ତୁତ ଥିବା କହିଛନ୍ତି ଦେବୀ ମିଶ୍ର । ପିପିଲି ଉପନିର୍ବାଚନ ପାଇଁ ବିଜେଡି ଏକ କମିଟି ଗଠନ କରିଛି । ଯାହାର ପର୍ଯ୍ୟବେକ୍ଷକ ଅଛନ୍ତି ପ୍ରତାପ ଦେବ । ପିପିଲି ବିଜେଡିର ଅଭେଦ୍ୟ ଦୁର୍ଗ । ବିଜେଡି ଗଡ଼ ବଜାୟ ରଖିବ ଏଥିରେ ସନ୍ଦେହର କୌଣସି ଅବକାଶ ନାହିଁ ବୋଲି ଦେବୀ ମିଶ୍ର କହିଛନ୍ତି ।

Politicians Reaction Who Will Win Pipili Bye Election

ସେହିଭଳି ପିପିଲି ଉପନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯିବ ବୋଲି ବିଜେପି ନେତା ମୋହନ ମାଝି କହିଛନ୍ତି । ପିପିଲି ଉପନିର୍ବାଚନ ଲାଗି ଦଳ ପ୍ରସ୍ତୁତ ରହିଛି । ଦଳର ସ୍ଥିତି ଓ ରେକର୍ଡ ଭଲ ରହିଛି । ଗତ ନିର୍ବାଚନରେ ଦଳର ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ଥିଲେ ବୋଲି କହିଛନ୍ତି ମୋହନ ମାଝି । ବିଜେପିର ଓଡ଼ିଶା ପ୍ରଭାରୀ ଆସୁଥିବାରୁ କିଏ ପ୍ରାର୍ଥୀ ହେବ ସେନେଇ ଆଲୋଚନା କରାଯିବ । ବିଜେପି ଲଢ଼େଇ କରିବ, ନିଶ୍ଚୟ ଜିତିବ ବୋଲି କହିଛନ୍ତି ମୋହନ ।

Politicians Reaction Who Will Win Pipili Bye Election

ଅନ୍ୟପଟେ ପିପିଲି ବିଜୟ ନେଇ ଆଶା ରଖିଛି କଂଗ୍ରେସ । କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି ପିପିଲିରେ ଆମ ସରକାର ହାଇସ୍କୁଲ ଓ ଡାକ୍ତରଖାନା କରିଛି । ତେବେ ଦଳ ପିପିଲିରେ କାହାକୁ ଟିକେଟ୍ ଦେବେ ସେ ନିଷ୍ପତ୍ତି ସୋନିଆ ନେବେ ବୋଲି ସୁର କହିଛନ୍ତି । ତେବେ ପିପିଲିରେ କଂଗ୍ରେସ ଟିକେଟ୍ ପାଇଁ ୪ ଜଣ ନେତା ରେସରେ ଥିବା ଜଣାପଡ଼଼ିଛି ।

ଏଥିସହ ପଢ଼ନ୍ତୁ- ପିପିଲିରେ କାହା ଉପରେ କିଏ ପଡ଼ିବ ଭାରି ? କ’ଣ କହୁଛି ରାଜନୀତିକ ଇତିହାସ…

ରାଜ୍ୟ ରାଜନୀତିର ତିନିଦଳ ସମସ୍ତେ ପିପିଲିରେ ନିଜ ନିଜର ବିଜୟ ନେଇ ବେଶ୍ ଆଶାବାଦୀ ଅଛନ୍ତି । ଆସନ୍ତ ଏପ୍ରିଲ୍ ୧୭ରେ ଭୋଟ୍ ଗ୍ରହଣ ପରେ ମେ’ ୨ କହିବ ପିପିଲି କାହାର ।

Leave a Reply