ନାବାଳିକା ଗଣଦୁଷ୍କର୍ମ ପ୍ରସଙ୍ଗ: ହାଇକୋର୍ଟରେ ଜନସ୍ୱାର୍ଥ ମାମଲା…

ଭୁବନେଶ୍ୱର: ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଏକ ସ୍ୱତନ୍ତ୍ର ତଦନ୍ତକାରୀ ସଂସ୍ଥାକୁ ଦାୟିତ୍ୱ ଦେବା ପାଇଁ ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ ରହିଛି । ଓକିଲ ଗୌତମ ସିଦ୍ଦିକି ଏହି ଜନସ୍ୱାର୍ଥ ମାମଲା ଦାୟର କରିଛନ୍ତି ।

ରାଜ୍ୟ ଗୃହ ବିଭାଗ ପ୍ରମୁଖ ସଚିବ ଓ ଭୁବନେଶ୍ୱର ଡିସିପିଙ୍କୁ ପକ୍ଷଭୁକ୍ତ କରିବା ପାଇଁ ମଧ୍ୟ ଜନସ୍ୱାର୍ଥ ମାମଲାରେ ଅପିଲ କରାଯାଇଛି । ଅନ୍ୟପକ୍ଷରେ ଆଉ ଏକ ସଂସ୍ଥା ସିବିଆଇ ତଦନ୍ତ ଦାବି କରି ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ଏବେ ତଦନ୍ତ ପ୍ରକ୍ରିୟାରେ ସ୍ୱଚ୍ଛାତା ନେଇ ପ୍ରଶ୍ନ ଉଠୁଥିବା ହେତୁ ସିବିଆଇ ତଦନ୍ତ ହିଁ ନାବାଳିକାକୁ ନ୍ୟାୟ ଦେଇପାରିବ ବୋଲି ଜନସ୍ୱାର୍ଥ ମାମଲାରେ ଉଲ୍ଲେଖ ରହିଛି ।

Leave a Reply