ସୁପ୍ରିମକୋର୍ଟରେ ପହଞ୍ଚିଲେ ରିୟା ଚକ୍ରବର୍ତ୍ତୀ: ମୁମ୍ୱାଇକୁ କେସ୍ ଟ୍ରାନ୍ସଫର ପାଇଁ ଅନୁରୋଧ

ମୁମ୍ବାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ନେଇ ତାଙ୍କ ପିତା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ପାଟଣାରେ ମାମଲା ରୁଜୁ କରିଛନ୍ତି । ଏହା ପରେ ରିୟା ଚକ୍ରବର୍ତ୍ତୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ରିୟା ଚକ୍ରବର୍ତ୍ତୀଙ୍କ ଓକିଲ ସତୀଶ ମନାସିନ୍ଦେ କହିଛନ୍ତି, ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଛି । ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାର ତଦନ୍ତ ମୁମ୍ବାଇକୁ ସ୍ଥାନାନ୍ତର କରିବାକୁ ଅନୁରୋଧ କରାଯାଇଛି ।

Sushant singh rajput death probe Rhea Chakraboty : सुशांत ...

ସ୍ୱର୍ଗତ ଅଭିନେତାଙ୍କ ପିତା କେ.କେ ସିଂହ ଉକ୍ତ ଏଫଆଇଆର ପାଟଣା ସହରର ରାଜୀବ ନାଗର ପୋଲିସ ଷ୍ଟେସନ ଅଧୀନରେ 306, 341, 342, 380, 406 ଏବଂ 420 ଆଇପିସି ଅଧୀନରେ ଦାଖଲ କରିଛନ୍ତି । ରାଜୀବ ନାଗର ପୋଲିସ ଷ୍ଟେସନର ଅତିରକ୍ତ ଥାନା ଅଧିକାରୀ ଯୋଗେନ୍ଦ୍ର କୁମାର ମଙ୍ଗଳବାର କହିଛନ୍ତି ଯେ, ସୁଶାନ୍ତ ସିଂହଙ୍କ ପିତା କେ.କେ ସିଂହ ଜୁଲାଇ ୬ରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ସମେତ ୬ ଜଣଙ୍କ ବିରୋଧରେ ଏଫଆଇଆର ଦାଖଲ କରିଛନ୍ତି ।

Sushant Singh Rajput Father Registers Fir Against Rhea Chakraborty ...

            ଏହି ଘଟଣାର ତଦନ୍ତ ପାଇଁ କୌଣସି ଦଳ ମୁମ୍ବାଇ ଯାଇଛନ୍ତି କି ବୋଲି ପଚରାଯିବାରୁ ପୋଲିସ ଅଧିକାରୀ କହିଛନ୍ତି ଯେ, ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି କିନ୍ତୁ ତଦନ୍ତ ସମ୍ପର୍କରେ ଅଧିକ କିଛି ତଥ୍ୟ ଦେବାକୁ ମନା କରିଦେଇଛି ।

ପୋଲିସ ସୂତ୍ରରୁ ପ୍ରକାଶ ଯେ କେ.କେ ସିଂଙ୍କ ଦ୍ୱାରା ପଞ୍ଜୀକୃତ ହୋଇଥିବା ଘଟଣାର ତଦନ୍ତ ନେଇ ଚାରିଜଣିଆ ଟିମ୍ ମୁମ୍ବାଇରେ ଅଛନ୍ତି । ସୂଚନାଯୋଗ୍ୟ ଯେ ୩୪ ବର୍ଷର ସୁଶାନ୍ତଙ୍କ ମୃତଦେହ ଜୁନ୍ ୧୪ରେ ମୁମ୍ବାଇର ବାନ୍ଦ୍ରାସ୍ଥିତ ତାଙ୍କ ବାସଭବନରୁ ମିଳିଥିଲା। ତାଙ୍କ ଅଭିଯୋଗରେ ସୁଶାନ୍ତଙ୍କ ବାପା ଅଭିଯୋଗ କରିଛନ୍ତି, “ରିୟା, ତାଙ୍କ ପରିବାର ଏବଂ ସପୋର୍ଟ ଷ୍ଟାଫ୍ ମୋ ପୁଅକୁ ଏକ ଷଡ଼ଯନ୍ତ୍ରରେ ଠକିଥିଲେ । ସେମାନେ ଦୀର୍ଘ ସମୟ ଧରି ସୁଶାନ୍ତଙ୍କୁ ବନ୍ଧକ ରହିଥିଲେ ଏବଂ ଏହାକୁ ଆର୍ଥିକ ଲାଭ ପାଇଁ ଚାପ ପ୍ରୟୋଗ କରୁଥିଲେ । ଏବଂ ଶେଷରେ ମୋ ପୁଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କରିଥିଲେ। ” ସେ ତାଙ୍କ ଅଭିଯୋଗରେ କହିଛନ୍ତି, ୨୦୧୯ ପୂର୍ବରୁ ମୋ ପୁଅ ସୁଶାନ୍ତଙ୍କର କୌଣସି ମାନସିକ ସମସ୍ୟା ନଥିଲା। ରିୟାଙ୍କ ସଂସ୍ପର୍ଶରେ ଆସିବା ପରେ ଯାହା ଘଟିଥିଲା ​​ସେଥିଯୋଗଁ ସେ ଏପରି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଏହାର ଅନୁସନ୍ଧାନ କରାଯିବା ଉଚିତ୍।  ସିଂହ କହିଛନ୍ତି, ମୋ ପୁଅ ଚଳଚ୍ଚିତ୍ର ଜଗତ ଛାଡ଼ି କେରଳରେ ଜୈବିକ ଚାଷ ବ୍ୟବସାୟ କରିବାକୁ ଚାହୁଁଥିଲ । କିନ୍ତୁ ରିୟା ଏହାକୁ ବିରୋଧ କରି ଧମକ ଦେଇଥିଲେ ଯେ, ଯଦି ସେ ଏହା କରନ୍ତି ତେବେ ସେ ତାଙ୍କ ଚିକିତ୍ସା ରିପୋର୍ଟକୁ ସାର୍ବଜନୀନ କରିବେ ।

ରିୟାଙ୍କୁ ଖୋଜୁଛି ବିହାର ପୋଲିସ,ଫ୍ଲାଟରୁ ଉଭାନ ଅଭିନେତ୍ରୀ !

            ସେ ଆହୁରୀ କହିଛନ୍ତି ଯେ, ରିୟା ସୁଶାନ୍ତଙ୍କ ସହ ରହୁଥିଲେ। ଜୁନ୍ ୮ ରେ ସେ ତାଙ୍କ ଘରୁ ନଗଦ ଟଙ୍କା, ଲାପଟପ୍, ଏଟିଏମ୍ କାର୍ଡ, ଅଳଙ୍କାର, ଅନେକ ଲଗେଜ୍ ଏବଂ ଚିକିତ୍ସା କାଗଜପତ୍ର ସମେତ ଅନ୍ୟାନ୍ୟ ଦଲିଲକୁ ନେଇ ଯାଇଥିଲେ। ସୁଶାନ୍ତଙ୍କ ପିତା ଅଭିଯୋଗ କରିଛନ୍ତି ଯେ, ତାଙ୍କ ପୁଅର ବ୍ୟାଙ୍କ ଆକାଉଣ୍ଟରେ ଅତି କମରେ 15 କୋଟି ଟଙ୍କା ରହିଛି। ଅଜ୍ଞାତ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଛି ।

ବିହାର ବିଧାନସଭା ​​ବିରୋଧୀ ଦଳର ନେତା ତେଜସ୍ୱୀ ପ୍ରସାଦ ଯାଦବ, ଅଭିନେତା ଶେଖର ସୁମନ,  ବିଜେପି ରାଷ୍ଟ୍ରୀୟ ସଚିବ ତଥା ପୂର୍ବତନ ବିଧାୟକ ରମେଶ୍ୱର ଚୈରାସିଆ ସୁଶାନ୍ତଙ୍କ ମୃତ୍ୟୁ ଘଟଣାରେ ସିବିଆଇ ଯାଞ୍ଚ କରିବାକୁ ଦାବି କରିଛନ୍ତି।

Leave a Reply