କଟକରେ ହଜିଲା ଭୁବନେଶ୍ୱରରୁ ମିଳିଲା, ୧୨ ଦିନ ପରେ ଘରକୁ ଫେରିଲା ଶୁଆ

କଟକ: ୧୨ ଦିନ ପରେ ମିଳିଲା କୋକୋ । ଶେଷରେ ଘରକୁ ଫେରିଲା ହଜିଯାଇଥିବା ଶୁଆ । ପାଳିତ ଶୁଆକୁ ହରାଇ ପାଗଳ ହୋଇଯାଇଥିବା ସସ୍ମିତା ବେହେରା ଏବେ ଭାରି ଖୁସି । ଗତକାଲି ଭୁବନେଶ୍ୱର କେସୁରା ଅଞ୍ଚଳର ଗୋଟିଏ ପରିବାର ଶୁଆଟିକୁ ପାଇ ରଖିଥିଲେ । ଆଜି ସେହି ଶୁଆକୁ ସସ୍ମିତାଙ୍କୁ ଫେରାଇଛନ୍ତି । ଶୁଆଟି ହଜିଯିବା ପରେ ଶୁଆକୁ ପାଇବା ପାଇଁ ସହର ସାରା ପୋଷ୍ଟର, ଲିଫଲେଟ୍ ମାରିବା ସହ ଶୁଆକୁ ଆଣିଦେଲେ ୫ହଜାର ଟଙ୍କା ପୁରସ୍କାର ଦେବେ ବୋଲି ଘୋଷଣା କରିଥିଲେ ସସ୍ମିତା ।

ଆଉ ଏବେ କୋକୋକୁ ପାଇ ସସ୍ମିତା ବେଶ୍ ଖୁସି ଅଛନ୍ତି । ସମସ୍ତଙ୍କ ଉଦ୍ୟମ ପାଇଁ କୋକୋ ମିଳିଯାଇଥିବାରୁ ପ୍ରଶଂସା କରିଛନ୍ତି ପରିବାର ଲୋକ । ଖୋଲାରେ ବୁଲୁଥିବା ବେଳେ ଗତ ୫ ତାରିଖରେ କୁଆଡେ ଉଡିଯାଇଥିଲା ଆଉ ଫେରିନଥିଲା । ବହୁ ଖୋଜାଖୋଜି ପରେ ମଧ୍ୟ ମିଳିନଥିଲା କୋକୋ । ଯାହା ଫଳରେ ସେ କଟକରେ ପୋଷ୍ଟର ଓ ଲିଫଲେଟ୍ ବାଣ୍ଟିଥିଲେ ଏବଂ ଯିଏ ଶୁଆକୁ ଖୋଜି ଦେବେ ତାଙ୍କୁ ୫ ହଜାର ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ ସସ୍ମିତା । ତେବେ ୧୨ ଦିନ ପରେ ଆଜି ସସ୍ମିତାଙ୍କ ଘରକୁ ପୁଣି ଫେରିଛି କୋକୋ ।

Leave a Reply