ସ୍ପାଇୱେୟାର ଏନଏସଓ ପେଗାସସକୁ ଧକ୍କା, NSOର ମାଲିକାନା ଥିବା ଘରୋଇ ଇକ୍ୱିଟି ସଂସ୍ଥା ରଦ୍ଦ ହେବ

1 min read

ନୂଆଦିଲ୍ଲୀ: ଭାରତରେ ଝଡ ସୃଷ୍ଟି କରିଥିବା ସ୍ପାଇଓ୍ବେୟାର ଏନଏସଓ ପେଗାସସକୁ ଝଟକା । NSOର ମାଲିକାନା ଥିବା ଘରୋଇ ଇକ୍ୱିଟି ସଂସ୍ଥାକୁ ରଦ୍ଦ କରାଯାଉଛି ବୋଲି ଖବର ପ୍ରକାଶ ପାଇଛି । ସହପ୍ରତିଷ୍ଠାତାଙ୍କ ସହ ବିବାଦ ପରେ ଏନଏସଓକୁ ୨୦୧୯ରେ କ୍ରୟ କରିଥିବା ଲଣ୍ଡନସ୍ଥିତ ନୋଭାଲପିନା କ୍ୟାପିଟାଲକୁ ଲିକ୍ୟୁଡେଟ ବା ରଦ୍ଦ କରାଯାଉଛି ।

ଗୁପ୍ତଚର କାର୍ଯ୍ୟକଳାପ ସଂକ୍ରାନ୍ତ ଗୁରୁତର ଅଭିଯୋଗ ଆସିବା ପରେ ନୋଭାଲପିନା ଏହି ପଦକ୍ଷେପ ନେଇଛି । କମ୍ପାନୀ ଏହି ପଦକ୍ଷେପ ନେବା ପରେ ଏନଏସଓର ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏସ୍ତୋନୀୟ କ୍ୟାସିନୋ ଗ୍ରୁପ ଅଲିମ୍ପିକ ଏଣ୍ଟରଟେନମେଣ୍ଟ ଓ ଫ୍ରାନ୍ସ ଫାର୍ମାସ୍ୟୁଟିକାଲ କମ୍ପାନୀ ଏକ୍ସଓର ମଧ୍ୟ ମାଲିକାନା ହାସଲ କରିଛି ନୋଭାଲପିନା ।

ଏହାର ସହପ୍ରତିଷ୍ଠାତାଙ୍କ ସହ ମତପାର୍ଥକ୍ୟପରେ ନୋଭାଲପିନାକୁ ଲିକ୍ୟୁଡେଟ କରାଯିବ ବୋଲି କୁହାଯାଇଛି । କେବଳ ଭାରତ ନୁହେଁ ଅନେକ ଦେଶରେ ପେଗାସସ ଜରିଆରେ ଫୋନ ହ୍ୟାକ ମାମଲା ନେଇ ଝଡ ସୃଷ୍ଟି ହୋଇଥିଲା । ସାମାଜିକ କର୍ମୀ, ନେତା, ମନ୍ତ୍ରୀ, ବିଚାପରତି ପ୍ରମୁଖଙ୍କ ଫୋନ ହ୍ୟାକ ନେଇ ଲୋକସଭାରେ ଜାରି ରହିଛି ତମ୍ବିତୋଫାନ ।

Leave a Reply