୬୧ ବର୍ଷିୟ ବୟଫ୍ରେଣ୍ଡକୁ ପରିବାର ସହ ଦେଖା କରାଇଲେ ୧୯ ବର୍ଷିୟା ଯୁବତୀ, ରାଗରେ ପୋଲିସ ଡାକିଲେ ମାଆବାପା

1 min read

ନ୍ୟୁୟର୍କ: ୬୧ ବର୍ଷିୟ ବରକୁ ୧୯ ବର୍ଷିୟା କନିଆ । କଥା ଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ଆମେରିକାରେ ଜଣେ ୧୯ ବର୍ଷର ଯୁବତୀ ଜଣେ ୬୧ ବର୍ଷର ବୃଦ୍ଧାଙ୍କ ସହ ବିବାହ କରିଛନ୍ତି । ବିବାହ ପରେ ସେ ତାଙ୍କ ପ୍ରେମ କାହାଣୀ ସେୟାର କରିଛନ୍ତି । ବିବାହ ପରେ ସେ କହିଛନ୍ତି ଯେ, ଯେତେବେଳେ ପ୍ରଥମ ଥର ପାଇଁ ସେ ତାଙ୍କ ୬୧ ବର୍ଷିୟ ବୟଫ୍ରେଣ୍ଡକୁ ନିଜ ପରିବାର ସହ ସାକ୍ଷାତ କରିବା ପାଇଁ ଘରକୁ ଡାକିଥିଲେ, ସେଦିନ ଯୁବତୀଙ୍କ ବାପା ମାଆ ରାଗରେ ପୋଲିସକୁ ଡାକିଥିଲେ । କିନ୍ତୁ ୧୯ ବର୍ଷିୟା ଯୁବତୀ ଜଣଙ୍କ ବୃଦ୍ଧାଙ୍କୁ ଭଲପାଇବା ପରେ ଦୁହେଁ ବିବାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସୂଚନା ଅନୁଯାୟୀ, ବୃଦ୍ଧା ଜଣଙ୍କର ପୂର୍ବ ପତ୍ନୀଙ୍କ ଠାରୁ ଦୁଇଟି ସନ୍ତାନ ଅଛି ।

ଯୁବତୀଙ୍କ କହିବା ହେଉଛି ଯେ, ତାଙ୍କ ପିତାମାତା ପ୍ରଥମ ଥର ପୋଲିସକୁ ଡାକିଥିଲେ କିନ୍ତୁ ବର୍ତ୍ତମାନ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବା  ପରେ ସେମାନେ ତାଙ୍କୁ ପରିବାରରେ ସ୍ୱାଗତ କରିଛନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି ବୃଦ୍ଧ ଏବଂ ଉକ୍ତ ଯୁବତୀଙ୍କ ବୟସ ମଧ୍ୟରେ ୪୨ ବର୍ଷର ପାର୍ଥକ୍ୟ ରହିଛି ।

୧୯ ବର୍ଷିୟୀ ସାମରିକ ପୋଲିସ୍ ଅଧିକାରୀ ଅଡ୍ରି ଚେଏନ୍- ସ୍ମାଇଲୀ ମୁନ୍ ପ୍ରଥମେ ୬୧ ବର୍ଷିୟ ସ୍ୱାମୀ କେଭିନଙ୍କୁ ଏକ ଡେଟିଂ ସାଇଟରେ ୨୦୨୦ ମସିହାରେ ଭେଟିଥିଲେ। ସେମାନଙ୍କ ମଧ୍ୟରେ ୪୨ ବର୍ଷ ବୟସ ପାର୍ଥକ୍ୟ ସତ୍ତ୍ୱେ ସେ ପ୍ରଥମେ ତାଙ୍କ ବାୟୋ ପ୍ରତି ଆକର୍ଷିତ ହୋଇଥିଲେ ଯେଉଁଥିରେ ଲେଖାହୋଇଥିଲା ​​, ଯେ ସେ ଜଣେ ଅନୁଭବୀ ମିଲିଟାରୀ ପୋଲିସ୍ ଅଧିକାରୀ ଅଟନ୍ତି ।

ଅନଲାଇନରେ ଚାଟିଂ କରିବାର କିଛି ମାସ ମଧ୍ୟରେ ସ୍ମାଇଲୀ ମୁନ୍ ବ୍ୟକ୍ତିଗତ ଭାବରେ ପରସ୍ପରକୁ ଭେଟିଥିଲେ ଏବଂ ପରସ୍ପରକୁ ” I Love You” କହିଥଲେ । ଅଡ୍ରେ ଗଣମାଧ୍ୟମକୁ କହିଛନ୍ତି ଯେ, “ମୁଁ ତାଙ୍କୁ ଦେଖି ଉତ୍ସାହିତ ହେବା ସହ ଡରିଯାଇଥିଲି ।

ଏହା ପରେ କିଛି ଦିନର ଡେଟିଂ ପରେ ଉଭୟ ବିବାହ କରିବା ପାଇଁ ନିଷ୍ପତ୍ତି କରିଥିଲେ । ସୂଚନା ଅନୁଯାୟୀ ଆଡ୍ରେଙ୍କ ସହ ଦେଖାହେବା ପୂର୍ବରୁ କେବିନଙ୍କ ବିବାହକୁ ୧୯ ବର୍ଷ ବିତିଯାଇଥିଲା ଏବଂ ତାଙ୍କର ୧୬ ଏବଂ ୨୩ ବର୍ଷର ଦୁଇ ସନ୍ତାନ ମଧ୍ୟା ଅଛନ୍ତି  ।

Leave a Reply