ପାକିସ୍ତାନରେ ଭାରତ ସହ ଜଡ଼ିତ ଥିବା ପ୍ରତିମୂର୍ତ୍ତିକୁ ବାରମ୍ବାର ଭାଙ୍ଗିବାକୁ ଚେଷ୍ଟା କରୁଛି ପାକିସ୍ତାନ

1 min read

ନୂଆଦିଲ୍ଲୀ: ସମୟ ଥିଲା ବିଭାଜନର। ଅଖଣ୍ଡ ଭାରତ ବିଭାଜିତ ହୋଇ ୨ ଭାଗରେ ବିଭକ୍ତ ହୋଇଥିଲା। ଏହାପରେ ତିଆରି ହୋଇଥିଲା ସତ୍ରୁ ଦେଶ ପାକିସ୍ତାନ। ଯେହେତୁ ୧୯୪୭ ରେ ଭାରତ ଏବଂ ପାକିସ୍ତାନ ଅଲଗା ହୋଇଥିଲେ ସେଥିପାଇଁ ପାକିସ୍ତାନରେ ଭାରତର ଅସ୍ତିତ୍ୱ ଦେଖିବାକୁ ମିଳେ। ଏବେ ଏମିତି ଅନେକ କିଛି ହିନ୍ଦୁ ସମ୍ପ୍ରଦାୟର ଛାପ ପାକିସ୍ତାନରେ ପାକିସ୍ତାନର ଇତିହାସକୁ ଲେଉଟାଇଲେ ସାମ୍ନାକୁ ଆସିବ। କିନ୍ତୁ ପାକିସ୍ତାନ ଏବେ ଭାରତ ସହ ଜଡ଼ିତ ଥିବା ସବୁ ଇତିହାସକୁ ନଷ୍ଟ କରିବାରେ ଲାଗିଛି।

ଲାହୋରରେ ମହାରାଜା ରଣଜିତ ସିଂଙ୍କ ପ୍ରତିମୂର୍ତ୍ତିକୁ ପୁଣି ଥରେ ଭାଙ୍ଗିବାକୁ ଚେଷ୍ଟା କରିଛି ପାକିସ୍ତାନ। ଏମିତି ନିନ୍ଦନୀୟ କାର୍ଯ୍ୟ ତେହେରିକ୍-ଇ-ଲବେକ୍ ପାକିସ୍ତାନ ସହ ଜଡିତ ଜଣେ ବ୍ୟକ୍ତି କରିଛନ୍ତି। ଲାହୋରର ଦୁର୍ଗ ଉପରେ ନିର୍ମିତ ଏହି ପ୍ରତିମୂର୍ତ୍ତିକୁ ଜୁନ୍ ୨୦୧୯ ରେ ଉନ୍ମୋଚନ କରାଯାଇଥିଲା। ୨୦୧୯ ପୂର୍ବରୁ ପାକିସ୍ତାନର କଳା ଇତିହାସ ଭିତରେ ଲୁଚିଯାଇଥିଲା। ଯେତେବେଳେ ଏହି ପ୍ରତିମା ଉନ୍ମୋଚନ ହେଲା ସେବେଠାରୁ ଏହି ପ୍ରତିମାକୁ ଭାଙ୍ଗିବାକୁ ଚେଷ୍ଟା କରୁଛି ପାକିସ୍ତାନ।

ମହାରାଜା ରଣଜିତ ସିଂଙ୍କ ପ୍ରତିମୂର୍ତ୍ତିକୁ ଭାଙ୍ଗୁଥିବା ଏକ ଭିଡିଓ ଭାଇରାଲ ହେଉଛି। ଯେଉଁ ଭିଡିଓରେ ଧଳା କୁର୍ତ୍ତା-ପାଇଜାମା ଏବଂ ଟୋପି ପିନ୍ଧିଥିବା ଜଣେ ବ୍ୟକ୍ତି ଏହି ପ୍ରତିମା ଭାଙ୍ଗୁଥିବା ଦେଖିବାକୁ ମିଳିଛି। ମୂର୍ତ୍ତିକୁ ଭାଙ୍ଗିବା ସମୟରେ ସ୍ଲୋଗାନ ମଧ୍ୟ ଦେଉଥିଲେ ବ୍ୟକ୍ତି ଜଣକ। ତେବେ ମୂର୍ତ୍ତି ଭାଙ୍ଗିବା ସମୟରେ ପାଖରେ ଥିବା ଲୋକେ ବ୍ୟକ୍ତି ଜଣକୁ ଧରିଥିଲେ।

ପ୍ରତିମୂର୍ତ୍ତିକୁ ଭାଙ୍ଗିଥିବା ବ୍ୟକ୍ତି ତେହେରିକ୍-ଇ-ଲାବେକ୍ ପାକିସ୍ତାନ ସହ ଜଡିତ ଥିବା କୁହାଯାଉଛି। ତେହେରିକ୍-ଇ-ଲାବେକ୍ ପାକିସ୍ତାନ ଅର୍ଥାତ୍ TLP ହେଉଛି ପାକିସ୍ତାନର ଏକ ରାଜନୈତିକ ଦଳ। ଏହି ଦଳ ନିଜକୁ ସମ୍ପୂର୍ଣ୍ଣ ଇସଲାମ ଦଳ ବୋଲି କହିଥାଏ। ଏହି ପାର୍ଟି ୨୦୧୫ ରେ ଗଠିତ ହୋଇଥିବା ବେଳେ ୨୦୨୧ ଏପ୍ରିଲରେ ଏହାକୁ ନିଷିଦ୍ଧ କରାଯାଇଛି।

ଆମେ ଏଠାରେ ଆପଣଙ୍କୁ ଜଣାଇଦେବାକୁ ଚାହୁଁଯେ, ସିଖ ଶାସକ ମହାରାଜା ରଣଜିତ ସିଂଙ୍କ ନିଧନ ୧୮୩୯ରେ ଲାହୋରରେ ହୋଇଥିଲା। ସେତେବଳେ ଭାରତ ଠାରୁ ପାକିସ୍ତାନ ଅଲଗା ହୋଇନଥିଲା । ଯେଉଁଥିପାଇଁ ଲାହୋର ମଧ୍ୟ ଭାରତ ସହ ଯୋଡ଼ି ହୋଇ ଥିଲା। ସେଥିପାଇଁ ତାଙ୍କ ସ୍ମୃତିରେ, ଏହି ପ୍ରତିମୂର୍ତ୍ତି ଲାହୋର ଦୁର୍ଗ ଯଥା ରାଜକୀୟ ଦୁର୍ଗ ଉପରେ ନିର୍ମିତ ହୋଇଥିଲା।

Leave a Reply