ଘରସଫା ବେଳେ ମହିଳାଙ୍କୁ ମିଳିଲା ୧୭ କୋଟିର ହୀରା

1 min read

ଇଂଲଣ୍ଡର ଜଣେ ବୟସ୍କ ମହିଳାଙ୍କୁ ଘରସଫେଇ କରୁଥିବା ବେଳେ ମିଳିଲା କୋଟିଏ ଟଙ୍କାର ହୀରା  । ଏହା ଶୁଣି ଆପଣମାନଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ ମାତ୍ର ଏ ଘଟଣାଟି ପୁରାପୁରି ସତ  । ଘରେ ଅଧିକ ମଇଳା ଜମିଯାଇଥିବାରୁ ମହିଳା ଜଣକ ନିଜ ଘର ସଫା କରିବାକୁ ଚିନ୍ତା କଲେ  । ଘର ସଫା କରିବା ସମୟରେ ତାଙ୍କ ଘରୁ ଏକ ହୀରା ଖଣ୍ଡକ ମିଳିଥିଲା  ।  ଏହା ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ  । ଏହି ହୀରାଟିର ବଜାର ମୂଲ୍ୟ ୧୭ କୋଟି ଟଙ୍କା ହେବ ବୋଲି କୁହାଯାଉଛି  । ହୀରାଟିର ବଜାର ମୂଲ୍ୟ ଏତେ ହୋଇପାରେ ବୋଲି ମହିଳା ଜଣକ ଶୁଣିବା ପରେ ବିଶ୍ୱାସ କରିପାରିନଥିଲେ  ।

ବିବସି ରିପୋର୍ଟ ଅନୁଯାୟୀ ମହିଳା ଜଣକ ନରଥମବରଲ୍ୟାଣ୍ଡର ହୋଇଥିବାବେଳେ ସେ ନିଜ ନାମ ଗୋପନୀୟ ରଖିବାକୁ କହିଛନ୍ତି  । ଲଣ୍ଡନର ମାର୍କ ଲେନ ନାମକ ଜଣେ ବ୍ୟକ୍ତି ଦାମୀ ଜିନିଷର ବିକ୍ରୟ କରାଇଥାନ୍ତି  । ମହିଳା ଜଣକ ଏହି ହୀରାକୁ ନେଇ ତାଙ୍କ ନିକଟକୁ ଯାଇଥିଲେ  । ମାର୍କ ହୀରାଟିକୁ ୨-୩ ଦିନ ଧରି ଏକ୍ସପର୍ଟ ଦ୍ୱାରା ଯାଞ୍ଚ କରାଇଥିଲେ  । ପୁରାପୁରି ଯାଞ୍ଚ କରିବା ପରେ ହୀରାଟିର ପ୍ରକୃତ ମୂଲ୍ୟ ୩୪ କୋଟି ବୋଲି ଜଣାପଡ଼ିଥିଲା  । ବର୍ତ୍ତମାନ ଏହି ହୀରାଟିର ମୂଲ୍ୟ ୨ ମିଲିୟନ ଯୁରୋ ଯାହାର ଭାରତୀୟ ମୂଲ୍ୟ ପାଖାପାଖି ୧୭ କୋଟି  ।

ବୟସ୍କ ମହିଳାଙ୍କ କହିବାନୁଯାୟୀ ଏହି ହୀରା ବିଷୟରେ ତାଙ୍କର ସ୍ପଷ୍ଟ ଭାବେ ମନେନଥିବା ବେଳେ ବୋଧହୁଏ ସେ ଏହାକୁ କାର ବୁଥ୍ ସେଲ୍ ଜୁଏଲାରୀରୁ କିଣିଥିଲେ ବୋଲି କହିଛନ୍ତି ।  ମାତ୍ର ଏହି ହୀରାଟିର ମୂଲ୍ୟ ଏତେ ଟଙ୍କା ହୋଇଥାଇପାରେ ବୋଲି ସେ ସ୍ୱପ୍ନରେ ସୁଦ୍ଧା ଭାବିନଥିଲେ ।

 

Leave a Reply