ରାଜ୍ୟରେ ପୁଣି ବଦଳିବ ପାଗ: ବଢ଼ିବ ତାପମାତ୍ରା, କମିବ ଶୀତ

ଭୁବନେଶ୍ୱର: ପୁଣି ରାଜ୍ୟକୁ ଭିଜାଇବ ବର୍ଷା । ଗତ ଦୁଇଦିନ ହେଲା ତାପମାତ୍ରା କମିଥିବାବେଳେ ଆଜିଠୁ ପାଗରେ ପରିବର୍ତ୍ତନ ଆସିବ  । ତାପମାତ୍ରା ବଢିବା ସହିତ ଶୀତ କମିବ  । ସ୍ବାଭାବିକ ଠାରୁ ୩ ରୁ ୪ ଡ଼ିଗ୍ରୀ ଯାଏଁ ରାତ୍ରି ତାପମାତ୍ରାରେ ବୃଦ୍ଧି ହେବ । ଏହା ସହିତ ଆସନ୍ତାକାଲିଠୁ ରାଜ୍ୟକୁ ଭିଜାଇବ ପଶ୍ଚିମାଝଡ଼  । ଉତ୍ତର ଆଭ୍ୟନ୍ତରୀଣ ଓଡିଶାରେ ଘଡଘଡି ବିଜୁଳି ସହିତ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ ଏବଂ ଝାରସୁଗୁଡାରେ ବର୍ଷା ହେବାର ସମ୍ଭାବନା ରହିଛି  । କିଛି ଜିଲ୍ଲାରେ କୁଆପଥର ସହିତ ବର୍ଷା ହେବାର ସମ୍ଭାବନା ରହିଛି  । ଏନେଇ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡ଼ିକୁ ସତର୍କ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର  ।

Leave a Reply