ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ବସ୍‌ରେ ଛାଡ଼ିଲା ପୋଲିସ

1 min read

ଭୁବନେଶ୍ୱର: ମାହାମାରୀ ସମୟରେ ମାନବିକତାର ପରିଚୟ ଦେଇଛି ଓଡ଼ିଶା ପୋଲିସ । କେବଳ ଓଡ଼ିଆ କିମ୍ୱା ପ୍ରବାସୀ ଓଡ଼ିଆଙ୍କ ସେବା ଓ ସହଯୋଗରେ ନିଜକୁ ସୀମିତ ରଖିନି ବରଂ ଅନ୍ୟ ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ମଧ୍ୟ ସହଯୋଗ କରିଛି ପୋଲିସ ।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ପରେ ଅନ୍ୟ ରାଜ୍ୟରୁ ଓଡ଼ିଶା ଦେଇ ନିଜ ରାଜ୍ୟକୁ ଅର୍ଥାତ ଘରକୁ ଯାଉଥିବା ଶ୍ରମିକଙ୍କୁ ସହାୟତ କରିଛି ଓଡ଼ିଶା ପୋଲିସ । ପାଦରେ ଚାଲି ଚାଲି ନିଜ ଘରକୁ ଯାଉଥିବା ପଶ୍ଚିମବଙ୍ଗ ମାଲଦା, ମୁର୍ସିଦାବାଦ ଏବଂ କୋଲକାତାକୁ ଯାଉଥିବା ୫୨ ଜଣ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍‌ର ବ୍ୟବସ୍ଥା କରିଛି ଖୋର୍ଦ୍ଧା ପୋଲିସ । ଏ ନେଇ ଆବଶ୍ୟକ ଅର୍ଥ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଯୋଗାଇଦିଆଯାଇଛି । ଏବଂ ସେମାନଙ୍କ ସୀମାନ୍ତ ଲକ୍ଷ୍ମଣନାଥ ବର୍ଡର ଚେକ୍ ପଏଣ୍ଟ ନିକଟରେ ଛଡ଼ାଯାଇଛି ।

ସେହିଭଳି ଗିରିସୋଲା ବର୍ଡର ଚେକ୍‌ ପଏଣ୍ଟ ଦେଇ ପାଦରେ ଚାଲି ଚାଲି ଯାଉଥିବା ଅନ୍ୟ ରାଜ୍ୟର ୨୭୦ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍‌ର ବ୍ୟବସ୍ଥା କରିଛି ବ୍ରହ୍ମପୁର ପୋଲିସ । ଅପରପକ୍ଷରେ ରାୟଗଡ଼ାର କେରଡା ବର୍ଡର ଚେକ୍‌ ପଏଣ୍ଟ ଦେଇ ପାଦରେ ଚାଲି ଚାଲି ଓଡ଼ିଶାରେ ପ୍ରବେଶ କରୁଥିବା ଅନ୍ୟ ରାଜ୍ୟର ୫୪୪ ପ୍ରବାସୀ ଶ୍ରମିକଙ୍କ ପାଇଁ ବସ୍‌ ବ୍ୟବସ୍ଥା କରିଛି ରାୟଗଡ଼ା ପୋଲିସ । ଏ ନେଇ ମଧ୍ୟ ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡରୁ ଟଙ୍କା ଯୋଗାଇ ଦିଆଯାଇଛି ।  ଏ ସବୁ ନେଇ ଟ୍ୱିଟ୍ ଯୋଗେ ଡିଜିପି ଅଭୟ ସୂଚନା ଦେବା ସହ ପୋଲିସର ଏଭଳି କାର୍ଯ୍ୟକୁ ସେ ପ୍ରଶଂସା କରିଛନ୍ତି ।

ଓଡ଼ିଶା ମାଟିରେ ପ୍ରବାସୀ ଶ୍ରମିକଙ୍କୁ ଚାଲିବାକୁ ପଡ଼ିବନି : ଡିଜିପି ଅଭୟ

Leave a Reply