ହାତ ବଢାଇଲା ଓଡ଼ିଶା ମୋ ପରିବାର, ଦୁବାଇରୁ ଓଡ଼ିଶା ଫେରିଲା ପାର୍ଥିବ ଶରୀର

1 min read

ଭୁବନେଶ୍ୱର: ଓଡ଼ିଶା ମୋ ପରିବାରର ସହାୟତାରେ ଦୁବାଇରୁ ଓଡ଼ିଶା ଫେରିଲା ପାର୍ଥିବଶରୀର । କେନ୍ଦ୍ରାପଡ଼ା କପାଳେଶ୍ୱର ଗରାପୁର ଆଞ୍ଚଳର ୪୧ ବର୍ଷିୟ ଶେଖ୍ ସାଜିଦ ଗତ ଏପ୍ରିଲ ୯ ତାରିଖରେ ହୃଦ୍-ଘାତରେ ଚିତ୍କିସା ହେଉଥିବା ବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ସଦସ୍ୟ ମୃତ ଦେହ ପାଇବା ପାଇଁ ଗାଁ ସରପଞ୍ଚଙ୍କ ସହାୟତା ଲୋଡିଥିଲେ । ସରପଞ୍ଚଙ୍କ ପୁଅ ଲୋହିତ କୁମାର ମହାନ୍ତି ଓ ବିଧାୟକ ଶଶୀ ଭୂଷଣ ବେହେରା ଓଡ଼ିଶା ମୋ ପରିବାରକୁ ଘଟଣା ସମ୍ପର୍କରେ ସୂଚନା ଅବଗତ କରାଇଲେ ।

ଓଡ଼ିଶା ମୋ ପରିବାରର ପ୍ରତିନିଧି ପାର୍ଥିବ ଶରୀରକୁ ଓଡ଼ିଶା ଫେରାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ଭୁବନେଶ୍ୱର ବିମାନ ବନ୍ଦରରେ ମୃତ ଦେହ ପହଞ୍ଚିବା ପରେ ଆବାହକ ଅରୁପ ପଟ୍ଟନାୟକ, ଯୁଗ୍ମ ସମ୍ପାଦକ ରୁଦ୍ର ସାମନ୍ତରାୟ ଓ ମୋ ପରିବାରର ପ୍ରତିନିଧି ମାନେ ଉପସ୍ଥିତ ରହି ପରିବାର ଲୋକଙ୍କୁ ସାନ୍ତ୍ୱନା  ଦେବା ସହ ସାଜିଦଙ୍କ ମର ଶରୀର ତାଙ୍କ ଗ୍ରାମକୁ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ସାଜିଦ ଏକ ମାତ୍ର ରୋଜଗାର କ୍ଷମ ଥିବାରୁ ତାଙ୍କର ମୃତ୍ୟୁ ପରେ ପରିବାର ବର୍ଗଙ୍କୁ ୩୦ ହଦାର ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି । ଆଗାମୀ ଦିନରେ ଜୀବିକା ନିର୍ବାହ ପାଇଁ ସହାୟତା ଯୋଗାଇ ଦେବାକୁ ମଧ୍ୟ ଓଡ଼ିଶା ମୋ ପରିବାରର ଆବାହକ ପ୍ରତିଶୃତି ଦେଇଛନ୍ତି ।