ଅକ୍ଷୟ ତୃତୀୟା ଭେଟି; ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଦୁଇ ହଜାର ଟଙ୍କା

ଭୁବନେଶ୍ୱର: ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅକ୍ଷୟ ତୃତୀୟା ଭେଟି। କ୍ଷୁଦ୍ର, ନାମମାତ୍ର, ଭାଗ ଓ ଭୂମିହୀନ ଚାଷୀଙ୍କୁ ସହାୟତା ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ । ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ଉପହାର ଦେବେ ମୁଖ୍ୟମନ୍ତ୍ରୀ। ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ କାଳିଆ ଟଙ୍କା। ଆସନ୍ତାକାଲି ଅପରାହ୍ନରେ କାଳିଆ ଯୋଜନାର ହିତାଧିକାରୀଙ୍କୁ ମିଳିବ ୨ହଜାର ଟଙ୍କା ।

CM Announces 7 days relief for all families of 128 marooned villages

ଅକ୍ଷୟ ତୃତୀୟା ଅବସରରେ ଚାଷୀଙ୍କୁ ୨୦୨୨ ବର୍ଷ ପାଇଁ କାଳିଆ ଯୋଜନାରେ ଖରିଫ ସହାୟତା ଟଙ୍କା ମିଳିବ। ୪୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପାଇବେ ଏହି ଟଙ୍କା। ଏ ବାବଦରେ ରାଜ୍ୟ ସରକାର ୮ଶହ କୋଟି ଟଙ୍କା ପ୍ରଦାନ କରିବେ। ଅକ୍ଷୟ ତୃତୀୟା ଅବସରରେ ତଥା ଆସନ୍ତାକାଲି ଅପରାହ୍ନରେ ଲୋକସେବା ଭବନରେ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ପାଳନ ହେବ ସ୍ୱତନ୍ତ୍ର କାର୍ଯ୍ୟକ୍ରମ।

ଭିଡ଼ିଓ କନଫରେନ୍ସିଂ ଜରିଆରେ ଏହାର ଶୁଭ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ କାଳିଆ ଯୋଜନା ହିତାଧିକାରୀଙ୍କୁ ୨୦୨୨ ବର୍ଷ ଖରିଫ ଚାଷ ପାଇଁ ୨ ହଜାର ଟଙ୍କା ଲେଖାଏ ମିଳିବ । ଅକ୍ଷୟ ତୃତୀୟ ଉତ୍ସବ ଅବସରରେ ସୁଗମ ପୋର୍ଟାଲ , କୃଷକ ଓଡ଼ିଶା ପୋର୍ଟାଲ, ଓଡ଼ିଶା ମିଲେଟ୍ ମିଶନର ପ୍ରଶସ୍ତୀକରଣ ପ୍ରମୁଖ କାର୍ଯ୍ୟକ୍ରମ ଶୁଭାରମ୍ଭ ହେବାକୁ ଥିବା ବେଳେ ଏହି ଅବସରରେ ଚାଷୀଙ୍କୁ ସମ୍ବର୍ଦ୍ଧନା କରିବାର କାର୍ଯ୍ୟକ୍ରମ ରହିଛି।