ଉତ୍ତର କୋରିଆରେ ବ୍ୟାନ୍ ହେଲା ଲେଦର ଜ୍ୟାକେଟ, କାରଣ ଜାଣିଲେ ହୋଇଯିବେ ତାଜୁବ

ଉତ୍ତର କୋରିଆ: ଉତ୍ତର କୋରିଆରେ ବ୍ୟାନ ହେଲା ଲେଦର ଜ୍ୟାକେଟ । ଏଭଳି ଅଜବ ନିୟମ ଆଣିଛନ୍ତି ଉତ୍ତର କୋରିଆ ଶାସକ କିମ ଜୋଙ୍ଗ ଉନ । ତାଙ୍କ ଲେଦର ଜ୍ୟାକେଟ ଲୁକକୁ ସାଧାରଣ ଜନତା କପି କରିପାରିବେ ନାହିଁ ବୋଲି ସେ କହିଛନ୍ତି । କେବଳ ସାଧାରଣ ଜନତା ନୁହେଁ ନିଜ ପରିବାର ଲୋକ ମଧ୍ୟ ତାଙ୍କ ଭଳି ଲେଦର ଜ୍ୟାକେଟକୁ ପିନ୍ଧିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଉତ୍ତର କୋରିଆରେ ବର୍ତ୍ତମାନ ଲମ୍ବା ଲେଦର ଟ୍ରେଞ୍ଚ କୋଟ୍ ବିକ୍ରୟ ହେବ ନାହିଁ କିମ୍ବା କୌଣସି ବ୍ୟକ୍ତି ଏହାକୁ କିଣି ପିନ୍ଧିପାରିବେ । ଏହି ଦେଶରେ ଚାଇନାରୁ ଅନେକ ଚମଡା କୋଟ ଆମଦାନୀ ହେଉଥିଲା । ସାଧାରଣ ଲୋକମାନେ ମଧ୍ୟ ଏହି ପ୍ରକାରର କୋଟକୁ ପସନ୍ଦ କରୁଥିଲେ ଏବଂ ଏହାକୁ କିଣିବାକୁ ଆଗ୍ରହ ଦେଖାଉଥିଲେ । ଏଭଳି ପରିସ୍ଥିତିରେ ସେମାନେ ଏପରି କୋଟ ଆଉ ପିନ୍ଧି ପାରିବେ ନାହିଁ ବୋଲି ନିର୍ଦ୍ଦେଶ ନିଆଯାଇଛି ।

କାହିଁକି ଲାଗିଲା ଲେଦର କୋଟ ଉପରେ ପ୍ରତିବନ୍ଧକ ?

୨୦୧୯ ମସିହାରେ ହୋଇଥିବା ଏକ କାର୍ଯ୍ୟକ୍ରମରେ ଉତ୍ତର କୋରିଆର ମୁଖ୍ୟ କିମ ଜୋଙ୍ଗ ଉନ ଏକ କଳା ରଙ୍ଗର ଲେଦର କୋଟ ପିନ୍ଧିଥିଲେ । ଏହି କାର୍ଯ୍ୟକ୍ରମର ଫୁଟେଜ୍ ମଧ୍ୟ ଜାତୀୟ ଟେଲିଭିଜନରେ ପ୍ରଦର୍ଶିତ ହୋଇଥିଲା । କିମ୍ ଏବଂ ତାଙ୍କ ସହକର୍ମୀଙ୍କ ଏହି ଷ୍ଟାଇଲ ଦେଖିବା ପରେ ଉତ୍ତର କୋରିଆର ଅନେକ ଲୋକ ଏହିପରି କୋଟ୍ ପସନ୍ଦ କରିବାକୁ ଲାଗିଲେ । ସେମାନେ ଚାଇନାରୁ ବହୁ ସଂଖ୍ୟାରେ କୋଟ୍ ଆମଦାନୀ କରିବା ଆରମ୍ଭ କଲେ । ଏହାରି ଭିତରେ ଉତ୍ତର କୋରିଆ ପକ୍ଷରୁ ଆନୁଷ୍ଠାନିକ ଭାବେ କୁହାଯାଇଛି ଯେ ବର୍ତ୍ତମାନ ଲୋକମାନେ ଏପରି କୋଟ ପିନ୍ଧି ପାରିବେ ନାହିଁ । ଡେଲି ଷ୍ଟାର ରିପୋର୍ଟ ଅନୁଯାୟୀ, ଏପରି କୋଟ ପିନ୍ଧିବା କିମ ଜୋଙ୍ଗ ଉନଙ୍କୁ କପି କରିବା ସଦୃଶ ଏବଂ ଏହା ତାଙ୍କ ପାଇଁ ଅପମାନ ଅଟେ । କିମ ଉନ ଜୋଙ୍ଗଙ୍କ ଆଇକୋନିକ୍ ଲୁକକୁ କେହି କପି କରିପାରିବେ ନାହିଁ ବୋଲି ସୁପ୍ରିମ ଲିଡରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହି କାରଣରୁ ଏଠାରେ ସାଧାରଣ ଲୋକମାନେ ଆଉ ଲେଦର ଜ୍ୟାକେଟ୍ ପିନ୍ଧିବେ ନାହିଁ ବୋଲି ସ୍ଥିର କରାଯାଇଛି ।

ରେଡିଓ ଫ୍ରି ଏସିଆ ସହିତ କଥାବାର୍ତ୍ତା କରି ପ୍ୟୋଙ୍ଗସଙ୍ଗର ଜଣେ ନାଗରିକ କହିଛନ୍ତି ଯେ, ଚଳିତ ବର୍ଷ କିମ ଜୋଙ୍ଗ ଉନଙ୍କ ଭଉଣୀ ମଧ୍ୟ ଏପରି ଲେଦର ଟ୍ରେଞ୍ଚ କୋଟ ପିନ୍ଧିଥିଲେ। ଏହା ବ୍ୟତୀତ, ଏହି କୋଟ୍ ଉତ୍ତର କୋରିଆର ଅନେକ ଶକ୍ତିଶାଳୀ ଲୋକଙ୍କ ଷ୍ଟାଇଲରେ ଅନ୍ତର୍ଭୁକ୍ତ । ଏଭଳି ପରିସ୍ଥିତିରେ ଏହା ଦେଶର ଶକ୍ତିଶାଳୀ ଲୋକଙ୍କ ସଙ୍କେତ ବୋଲି ବିବେଚନା କରାଯାଉଥିଲା। ଅବଶ୍ୟ, ଏହି ପ୍ରକାରର ଡିଜାଇନ୍ ର ସିନ୍ଥେଟିକ୍ ଚମଡା କୋଟ୍ ମଧ୍ୟ ଦେଶର ବଜାରରେ ଉପଲବ୍ଧ ଥିଲା । ଏହାକୁ ଦୃଷ୍ଟିରେ ରଖି ଏକ ନୂତନ ନିୟମ କରାଯାଇଥିଲା ଏବଂ ଏହିପରି କୋଟକୁ ପିନ୍ଧିବା ଉପରେ ବାରଣ କରାଯାଇଥିଲା । ସରକାରଙ୍କ ଏହି ନିଷ୍ପତ୍ତିରେ ସେଠାକାର ଯୁବକମାନେ ଅତ୍ୟଧିକ କ୍ରୋଧିତ, କାରଣ ସେମାନେ ଏହାକୁ ଫ୍ୟାଶନେବଲ୍ ପୋଷାକ ଭାବରେ ପସନ୍ଦ କରୁଥିଲେ ।

Leave a Reply