ହକି ବିଶ୍ୱକପ୍‌-୨୦୨୩: ଦ୍ୱିତୀୟ ଦିନରେ କେଉଁ ଟିମ୍ ବିଜୟୀ ହେଲେ ଜାଣନ୍ତୁ

1 min read

ନନ୍ଦିଘୋଷ ବ୍ୟୁରୋ: ହକି ବିଶ୍ୱକପ୍‌ର ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡର ଦମଦାର ପ୍ରଦର୍ଶନ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଚିଲି । ପ୍ରଥମକୁ ଖେଳକୁ ନିଜ କବଜାକୁ ନେଇଥିଲେ ନ୍ୟୁଜିଲାଣ୍ଡ ଖେଳାଳି । ଶେଷ ସମୟରେ ଚିଲ୍ଲି ଗୋଟିଏ ଗୋଲ ଦେଇଥିଲେ ସୁଦ୍ଧା 3-1 ଗୋଲରେ ମ୍ୟାଚ ଜିତି ନେଇଛି ନ୍ୟୁଜିଲାଣ୍ଡସ୍ । ସେହିପରି ଅପରାହ୍‌ଣ ୩ଟାରେ ମୁହାଁମୁହିଁ ହୋଇଥିଲେ ନେଦରଲ୍ୟାଣ୍ଡସ ଓ ମାଲେସିଆ । ନେଦରଲ୍ୟାଣ୍ଡସ୍ ଟିମ ପଡ଼ିଆକୁ ଓହ୍ଲାଇବା ପରେ ଆରମ୍ଭ ହୋଇଥିଲା ଗୋଲ ବର୍ଷା ।

ଯାହାକୁ ଅଟକାଇବାରେ ଅକ୍ଷମ ହୋଇଥିଲେ ମାଲେସିଆ ଡିଫେଣ୍ଡର । ଖେଳ ଶେଷ ସୁଦ୍ଧା ମାଲେସିଆକୁ ୦-୪ ଗୋଲରେ ପରାସ୍ତ କରିଥିଲା ନେଦରଲ୍ୟାଣ୍ଡସ । ଏପଟେ କଳିଙ୍ଗରେ କୋରିଆ ବିପକ୍ଷରେ ଡ଼ିଫେଣ୍ଡିଂ ଚାମ୍ପିଅନ ବେଲଜୟମର ବୃହତ ବିଜୟ । ପୁଲ-B ର ଏକ ମ୍ୟାଚରେ ଡ଼ିଫେଣ୍ଡି ଚାମ୍ପିଅନ ବେଲଜିୟମ କୋରିଆକୁ 5-0 ଗୋଲରେ ପରାସ୍ତ କରିଛି । ମ୍ୟାଚର ପ୍ରଥମ ଦୁଇଟି କ୍ବାର୍ଟର ଗୋଲଶୂନ ରହିଥିଲା । ହେଲେ ତୃତୀୟ କ୍ବାର୍ଟରରୁ ବେଲେଜିୟମ ଆଟାକିଙ୍ଗ ଗେମ ଆରମ୍ଭ କରିଥିଲା । ସଂଧ୍ୟା ୭ଟାରେ କଳିଙ୍ଗରେ ହୋଇଥିବା ଦ୍ବିତୀୟ ମ୍ୟାଚରେ ଜାପାନକୁ ପରାସ୍ତ କରିଛି ଜର୍ମାନୀ । ଜାପାନକୁ ୩-୦ ଗୋଲରେ ପରାଜିତ କରିଛି ଜର୍ମାନୀ ।