ରାଜ୍ୟରେ ଆସିବ ନୂଆ ଶିଳ୍ପନୀତି, ନୂଆ ଶିଳ୍ପନୀତିରେ ରହିବ ଅନେକ ସୁବିଧା ସୁଯୋଗ

1 min read

ଭୁବନେଶ୍ୱର: ମେକ ଇନ ଓଡ଼ିଶାରେ ରାଜ୍ୟକୁ ଆସିବ ନୂଆ ଶିଳ୍ପ ନୀତି । ପ୍ରତି ଦୁଇ ବର୍ଷରେ ଥରେ Make In Odisha Conclave ହେଉଛି । ପ୍ରତି ଚାରି ପାଞ୍ଚ ବର୍ଷ ଭିତରେ ବଜାର ଅନୁସାରେ ନୀତି ପରିବର୍ତ୍ତନ ନହେଲେ ଆମେ ପ୍ରତିଯୋଗିତାରେ ରହି ପାରିବୁ ନାହିଁ ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ନୂଆ ଶିଳ୍ପ ନୀତିରେ ଅନେକ ସୁବିଧା ସୁଯୋଗ ରହିବ । ଏହା ଦ୍ୱାରା ଅଧିକ ପୁଞ୍ଜିନିବେଶ ହୋଇପାରିବ ।

ସେହିପରି ଏସିଆନ ଦେଶର ୬ ରାଷ୍ଟ୍ରଦୂତଙ୍କ ସହ ଆଲୋଚନା ହୋଇଛି । ବାଣିଜ୍ୟ ଓ ସାଂସ୍କୃତିକ ଆହୁରି ମଜଭୁତ କରିବା ଉପରେ ଆଲୋଚନା ହୋଇଛି । ବାଣିଜ୍ୟ ସହ ଗମନାଗମନ ଆହୁରି କେମିତି ବଢ଼ିବ ତାହା ଉପରେ ଆଲୋଚନା ହୋଇଛି । ଏସିଆନ ଦେଶର ରାଷ୍ଟ୍ରଦୂତମାନେ ହସ୍ତତନ୍ତ୍ର ଓ ବୟନ ଶିଳ୍ପ ଉପରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ଦେଖାଇଛନ୍ତି । ଏନେଇ ସେହି ଦେଶଗୁଡ଼ିକ ସହ ଭଲ ବାଣିଜ୍ୟ ହୋଇପାରିବ ।