ନୟାପଲ୍ଲୀରେ ଘରେ ପଶି ସଂଘବଦ୍ଧ ଆକ୍ରମଣ ଘଟଣା, ଆଉ ଜଣେ ଗିରଫ

1 min read
nayapali-police-arrested-one-in-attacks-home-rent-case

ଭୁବନେଶ୍ୱର: ନୂଆପଲ୍ଲୀ ଆଇଆରସି ଭିଲେଜ୍‌ ପ୍ଲଟ ନମ୍ବର ଏନ୍‌-୩/୨୧୧ରେ ଥିବା ଘରେ ପଶି ସଂଘବଦ୍ଧ ଆକ୍ରମଣ କରିବା ଏବଂ ଆସବାବପତ୍ର ଭାଙ୍ଗିବା ଘଟଣା । ଅନ୍ୟ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣଙ୍କ ନାଁ ଫେଲୁ ଓରଫ ଦେବବ୍ରତ ନାୟକ । ଗତକାଲି ରାତିରେ କଟକ ନିକଟରୁ ଦେବବ୍ରତଙ୍କୁ ଗିରଫ କରାଯାଇଛି । ଦେବବ୍ରତଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ବୋଲି ଜଣାପଡିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ଜ୍ୱାଇଁ ଶୁଭ୍ରାଂଶୁ ଶେଖର ବିଶ୍ୱାଳଙ୍କ ସହଯୋଗୀ ଭାବେ କାମ କରୁଥିଲେ ଫେଲୁ ।

ଏକ ମାଇନିଂ କମ୍ପାନୀର ବ୍ୟବସାୟିକ ଡିଲ ଚାଲିଥିବା ବେଳେ ନିଜେ ଥାନାଧିକାରୀ ଶରତ ସାହୁ ଛାପା ମାରିଥିଲେ । ସେହିଠାରୁ ହିଁ ଦେବବ୍ରତଙ୍କୁ ଗିରଫ କରାଯାଇଥିଲା । ଏହି ଘଟଣାରେ ପୂର୍ବରୁ ୧୭ ଜଣଙ୍କୁ ଗିରଫ କରାଯାଇଥିଲା । ଏବେବି ପାଖାପାଖି ୩୦ ଜଣ ଫେରାର ଥିବା ସୂଚନା ରହିଛି ।

ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ନେତୃତ୍ୱରେ ବିଲଡର ସାଗର ରାୟଙ୍କ ସମେତ ୫୦ରୁ ଅଧିକ ଯୁବକ ଘରେ ପଶି ଭାଙ୍ଗାରୁଜା କରିବା ସହ ଫିଙ୍ଗାଫୋପଡା କରିଥିଲେ । ବେଶ କିଛି ସମୟ ପର୍ଯ୍ୟନ୍ତ ଉତ୍ପାତ କରି ସେମାନେ ଫେରାର ହୋଇଯାଇଥିଲେ । ଖବରପାଇ ନୂଆପଲ୍ଲୀ ପୋଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିବା ସହ ରାତିତମାମ ଚଢଉ କରି ୧୨ରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ହେଲେ ସାଗର ରାୟ ଓ ତାର କିଛି ସହଯୋଗୀ ପୋଲିସକୁ ଚକମା ଦେଇ ଖସିଯାଇଥିଲେ ।

Leave a Reply