ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ପ୍ରତିଭା ଅନଭି, ଆଶୀର୍ବାଦ ଦେଲେ ନବୀନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କୁନି ଝିଅ  । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି  ଶିଶୁ କନ୍ୟା ଅନଭି ଅଗ୍ରୱାଲ  । ଅଢେଇ ବର୍ଷର ଝିଅ ଅନଭି ଲଣ୍ଡନର ବୁକ୍ ଅଫ୍ ରେକର୍ଡସ ସହିତ ପେଣ୍ଟିଂ ପାଇଁ ଅନେକ ମାନ୍ୟତା ପାଇଛନ୍ତି  । ଅନେକ ସମ୍ମାନ ଓ ପୁରସ୍କାରର ଅଧିକାରୀ ହୋଇଛନ୍ତି ଏହଗି କୁନି ଝିଅ  ।

ଗୁରୁବାର ସନ୍ଧ୍ୟାରେ ଅନଭି ତାଙ୍କ ମାତା ଅନୁରାଧା ଡାଲମିଆ ଅଗ୍ରୱାଲଙ୍କ ସହ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ତାଙ୍କର ଅନନ୍ୟ ଚିତ୍ର ଉପସ୍ଥାପନ କରିଥିଲେ। ପିଲା ଦିନୁ ଅନଭିଙ୍କ ନିକଟରେ ରହିଛି ଅନେକ ପ୍ରତିଭା  । ସେପଟେ ଅନଭିଙ୍କ କୃତିତ୍ୱରେ ଆନନ୍ଦ ପ୍ରକଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

ଏଥି ସହିତ ମୁଖ୍ୟମନ୍ତ୍ରୀ ଆନଭିଙ୍କୁ ନିଜ ପୁସ୍ତକ ପ୍ରଦାନ କରିବା ସହ ଆଶୀର୍ବାଦ ମଧ୍ୟ ପ୍ରଦାନ କରିଥିଲେ  ।  ଅନଭି ୩୭ଟି ଟେକନିକ ସାହାଯ୍ୟରେ ୭୨ଟି ଚିତ୍ର ଆଙ୍କିଛନ୍ତି  । ଭୁବନେଶ୍ୱରରେ ରହୁଥିବା ଅନଭିଙ୍କୁ ଏବେ ଅଢେଇ ବର୍ଷ  । ସେ ଚୁମ୍ବକ ରଙ୍ଗ, ଇଙ୍କସ୍, ଛାଞ୍ଚ, ଆକ୍ରିଲିକ୍ ଏବଂ ପାଣି ସାହାଯ୍ୟରେ ଏହି ସମସ୍ତ ଚିତ୍ର  ଅଙ୍କନ କରିବାରେ ସଫଳ ହୋଇଛନ୍ତି  ।