ମେକାନିକାଲ ଇଞ୍ଜିନିୟରରୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ: ଜାଣନ୍ତୁ ପୂରା କାହାଣୀ

1 min read

ବାସବରାଜ୍‌ ବୋମାଇ । ଇଞ୍ଜିନିୟରରୁ ମୁଖ୍ୟମନ୍ତ୍ରୀ । ୧୯୬୦ ଜାନୁଆରୀରେ ଲିଙ୍ଗାୟତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ବାସବରାଜ୍‌ ବୋମାଇ । ୧୯୮୨ ମସିହାରେ ଭୁମାରାଦ୍ଦୀ କଲେଜ୍ ଅଫ ଇଞ୍ଜିନିୟରିଙ୍ଗ ଆଣ୍ଡ ଟେକ୍ନୋଲୋଜିରୁ ଇଞ୍ଜିନିୟରିଂରେ BE ଡ୍ରିଗୀ ହାସଲ କରିଥିଲେ । ମେକାନିକାଲ ଇଞ୍ଜିନିୟର ଥିବା ବୋମାଇ ପୂର୍ବରୁ ସଂଯୁକ୍ତ ଜନତା ଦଳ ସହ ଥିଲେ । ୧୯୯୮ରୁ ୨୦୦୪ ଯାଏଁ ସେ କର୍ଣ୍ଣାଟକ ବିଧାନ ପରିଷଦର ସଦସ୍ୟ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ୨୦୦୮ରେ ବିଜେପିରେ ସାମିଲ ହୋଇଥିଲେ । ୟେଦ୍ୟୁରପ୍ପା ସରକାରରେ ଗୃହ, ଆଇନ୍ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଥିଲେ ବାସବରାଜ୍‌ । ୨୦୦୮ ଜୁନ୍ ୮ରୁ ୨୦୧୩ ମେ ୧୩ ତାରିଖ ଯାଏ ଜଳସମ୍ପଦ ମନ୍ତ୍ରୀ । ୨୦୧୯ ସେପ୍ଟେମ୍ବର ୧୭ରୁ ୨୦୨୦ ଫେବୃଆରୀ ୬ ପର୍ଯ୍ୟନ୍ତ ସମବାୟ ମନ୍ତ୍ରୀ । ୨୦୧୯ ଅଗଷ୍ଟ ୨୬ରୁ ୨୦୨୧ ଜୁଲାଇ ୨୬ ଯାଏ ଗୃହ ମନ୍ତ୍ରୀ ଓ ଚଳିତବର୍ଷ ଜାନୁଆରୀ ୨୧ରୁ ଜୁଲାଇ ୨୬ ଯାଏ ଆଇନ୍ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି ବାସବରାଜ୍ । ସିଗାଓଁ ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ ବୋମାଇ । ଅନେକ ଜନକଲ୍ୟାଣକାରୀ ଯୋଜନା, ଜଳସେଚନ ଯୋଜନା କରି ଲୋକପ୍ରିୟତା ହାସଲ କରିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀରେ ୧୦୦ ପ୍ରତିଶତ ପାଇପ ଜଳ ଜଳସେଚନ ବ୍ୟବସ୍ଥା କରି ଦେଶରେ ଚର୍ଚ୍ଚାର କାରଣ ପାଲଟିଥିଲେ । ୟେଦିଙ୍କ ଅତି ନିକଟତର ଅଟନ୍ତି ବାସବରାଜ୍‌ । ସେ ଲିଙ୍ଗାୟତ ସଂପ୍ରଦାୟରୁ ଆସିଛନ୍ତି । କର୍ଣ୍ଣାଟକରେ ଲିଙ୍ଗାୟତ ସଂପ୍ରଦାୟର ଏକ ବଡ ଭୋଟ୍ ବ୍ୟାଙ୍କ ରହିଛି । ଏଣୁ ବାସବରାଜଙ୍କୁ ମୁଖ୍ୟମନ୍ତ୍ରୀ କରି ବିଜେପି ଆଗାମି ଦିନରେ ଦଳକୁ ମଜବୁତ କରିବା ପାଇଁ ଚେଷ୍ଟା କରିଛି ।

ତେବେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏସ.ଆର. ବୋମାଇଙ୍କ ପୁତ୍ର ହେଉଛନ୍ତି ବାସବରାଜ୍‌ । ବିଜେପି ମହଲରେ ଜଣେ ବିଶ୍ୱସ୍ତ ନେତା ହେଉଛନ୍ତି ବାସବରାଜ୍ । ୟେଦ୍ୟୁରପ୍ପାଙ୍କ ଇସ୍ତଫା ପରେ ବାସବରାଜ ହିଁ ଥିଲେ ଏକ ମାତ୍ର ପ୍ରତିଦ୍ୱନ୍ଦ୍ୱି । ଲିଙ୍ଗାୟତ ସମ୍ପ୍ରଦାୟରୁ ଆସିଥିବାରୁ ବିଧାୟକ ଦଳ ବୈଠକରେ ତାଙ୍କ ନାଁରେ ସମର୍ଥନ ମିଳିଥିଲା । କର୍ଣ୍ଣାଟକ ରାଜନୀତିରେ ବେଶ ଚର୍ଚ୍ଚିତ ଚେହେରା ବାସବରାଜ ବୋମାଇ ।

ଏଥିସହିତ ପଢ଼ନ୍ତୁ: କର୍ଣ୍ଣାଟକର ନୂଆ ମୁଖ୍ୟମନ୍ତ୍ରୀ ହେଲେ ବାସବରାଜ ବୋମାଇ

Leave a Reply