ବଢିଲା ଜନଜାତି ଛାତ୍ରୀ ନିବାସ ମାଟ୍ରନ ମାନଙ୍କ ପାରିଶ୍ରମିକ

ଭୁବନେଶ୍ବର: ବଢିଲା ଜନଜାତି  ଛାତ୍ରୀ ନିବାସ  ମାଟ୍ରନମାନଙ୍କ  ପାରିଶ୍ରମିକ । ପାରିଶ୍ରମିକକୁ ୧୫ ହଜାର ଟଙ୍କାକୁ ବୃଦ୍ଧି କଲେ ରାଜ୍ଯ ସରକାର । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ସଂଖ୍ୟା ଲଘୁ ତଥା ପଛୁଆ ବର୍ଗ କଲ୍ୟାଣ ବିଭାଗ ଦ୍ଵାରା  ପରିଚାଳିତ ଛାତ୍ରୀ ନିବାସ ଗୁଡ଼ିକରେ କର୍ଯ୍ୟରତ ମହିଳା ମାଟ୍ରନମାନଙ୍କର  ମାସିକ ପାରିଶ୍ରମିକ ୧୦ ହଜାରରୁ ୧୫ ହଜାରକୁ ବୃଦ୍ଧି କରାଯାଇଛି ।  ଏତଦବ୍ୟତୀତ, ଯଦି କୌଣସି କାର୍ଯ୍ୟରତ ମହିଳା ମାଟ୍ରନଙ୍କ ମୃତ୍ୟୁ ହୁଏ ତେବେ ତାଙ୍କ ନିକଟତମ ସମ୍ପର୍କୀୟଙ୍କୁ ଏକକାଳୀନ ଦୁଇ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ କରାଯିବ । ସେହିପରି   ୬୦ ବର୍ଷରେ  କାର୍ଯ୍ୟ ନିବୃତ୍ତ  ହେବା ସମୟରେ  ସେମାନଙ୍କୁ ଏକ କାଳୀନ ଏକ ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ  କରାଯିବ  ବୋଲି  ମୁଖ୍ୟମନ୍ତ୍ରୀ  ଘୋଷଣା   ।  ଏଥି ପାଇଁ  ରାଜ୍ୟସରକାର ସରକାରଙ୍କର ବାର୍ଷିକ ୧୫ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିବେ।