ବିଏମସିରେ ବିଜେଡିର ଡେପୁଟି ମେୟର ପ୍ରାର୍ଥୀ ହେଲେ ମଞ୍ଜୁଲତା କହଁର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ଡେପୁଟି ମେୟର ପ୍ରାର୍ଥୀ ହେଲେ ବିଜେଡି କର୍ପୋରେଟର ମଞ୍ଜୁଲତା କହଁର । ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ମଞ୍ଜୁଲତା ବିଏମସି ଡେପୁଟି ମେୟର ନିର୍ବାଚିତ ହେବା ନିଶ୍ଚିତ । ୨୨ ନମ୍ବର ୱାର୍ଡ କର୍ପୋରେଟର ଭାବେ ସେ ଚଳିତ ପୌର ନିର୍ବାଚନରେ ନିର୍ବାଚିତ ହୋଇଛନ୍ତି । ପ୍ରଥମ ଥର ପାଇଁ କର୍ପୋରେଟର ହୋଇଥିବା ମଞ୍ଜୁଲତା ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମଏ ପାସ୍‌ କରିଛନ୍ତି । ୧୧ଟାରୁ ୧୨ଟା ସୁଦ୍ଧା ଡେପୁଟି ମେୟର ପ୍ରାର୍ଥୀଙ୍କ ନାମାଙ୍କନ ଯାଞ୍ଚ ଓ ଅପରାହ୍ନ ଗୋଟାଏ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ସମୟ ରହିଛି ।

 

ଏକାଧିକ ପ୍ରାର୍ଥୀ ରହିଲେ ଗୋଟାଏ ୩୦ରୁ ୩ଟା ୩୦ ଭିତରେ ନିର୍ବାଚନ ହେବ । ଭୁବନେଶ୍ୱରରେ ମୋଟ ୬୭ କର୍ପୋରେଟର ଆସନରୁ ବିଜେଡି ଖାତାକୁ ୪୮ ଆସନ ଆସିଛି । ବିଜେପିକୁ ୧୦ଟି ଆସନ ମିଳିଥିବାବେଳେ ସ୍ୱାଧୀନଙ୍କୁ ମିଳିଛି ୯ଟି ଆସନ । ତେବେ ସ୍ୱାଧୀନଙ୍କ ଭିତରୁ ଏକାଧିକ ବିଜୟୀ ପ୍ରାର୍ଥୀ ବିଜେଡିରେ ଯୋଗଦେଇଛନ୍ତି । ବିଜେଡି ୪୮ ଆସନ ଅକ୍ତିଆର କରିଥିବାରୁ ଡେପୁଟି ମେୟର ବିଜେଡିର ମଞ୍ଜୁଲତା କହଁର ହେବା ନିଶ୍ଚିତ ।