ବିଜୟ ପରେ ମମତାଙ୍କ ପ୍ରତିକ୍ରିୟା, ‘ବାଂଲାର ବିଜୟ ହୋଇଛି’

କୋଲକାତା: ନନ୍ଦିଗ୍ରାମରେ ଖେଲା ହଲୋ; ଜିତିଲେ ମମତା ବାନାର୍ଜୀ । ନନ୍ଦିଗ୍ରାମ ଆସନରୁ ମମତା ବାନାର୍ଜୀ ବଜୟୀ ହୋଇଛନ୍ତି । ଦିଦି ୧୨ଶହ ଭୋଟରେ ଶୁଭେନ୍ଦୁଙ୍କୁ ହରାଇଛନ୍ତି । ୧୭ ରାଉଣ୍ଡ ଗଣତି ପରେ ନନ୍ଦିଗ୍ରାମ ଆସନରେ ମମତାଙ୍କର ବିଜୟ ହୋଇଛି।

ନନ୍ଦିଗ୍ରାମ ବିଜୟ ପରେ ମମତା ବିଜୟ ପରେ ମମତା ପ୍ରତିକ୍ରିୟା ଦେଇ କହିଛନ୍ତି, ‘ମୁଁ ସମସ୍ତଙ୍କ ଧନ୍ୟବାଦ ଜଣାଉଛି, ବାଂଲାର ବିଜୟ ହୋଇଛି।’ ଏଥିସହିତ ମମତା ନିଜ ସମର୍ଥକମାନଙ୍କୁ ବିଜୟ ଶୋଭାଯାତ୍ରା ନ କରିବାକୁ ଏବଂ କୋଭିଡ ଗାଇଡ ଲାଇନ୍ ପାଳନ କରିବାକୁ ପରାମର୍ଶ୍ୟ ଦେଇଛନ୍ତି।

ମମତାଙ୍କ ବିଜୟ ପରେ ବିଭିନ୍ନ ମହଲରୁ ତାଙ୍କ ନିକଟକୁ ଶୁଭେଚ୍ଛାର ଶୁଅ ଛୁଟିଆସୁଛି । ଏନସିପି ନେତା ଶରଦ ପାଓ୍ୱାର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ୱାଲ, ଏନସି ନେତା ଉମର ଅବଦୁଲ୍ଲା, ପିଡିପି ନେତ୍ରୀ ମେହବୁବା ମୁଫତି, ଆରଜେଡି ନେତା ତେଜସ୍ୱୀ ଯାଦବ, ଏସପି ନେତା ଅଖିଳେଶ ଯାଦବ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରଭୃତି ମମତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଭୋଟଗଣତିର ପ୍ରଥମ ରାଉଣ୍ଡରୁ ହିଁ ନନ୍ଦିଗ୍ରାମରେ  ମମତା ବାନାର୍ଜା ଓ ବିଜେପି ପ୍ରାର୍ଥୀ ଶୁଭେନ୍ଦୁ ଅଧିକାରୀଙ୍କ ମଧ୍ୟରେ କଡ଼ା ଟକ୍କର ଦେଖିବାକୁ ମିଳିଥିଲା। ମାତ୍ର ୧୬ତମ ରାଉଣ୍ଡରେ ପଛରେ ପଡ଼ିଯାଇଥିଲେ ମମତା। କିନ୍ତୁ ୧୭ତମ ରାଉଣ୍ଡ ମମତାଙ୍କୁ ଦେଲା ନିର୍ଣ୍ଣାୟକ ବିଜୟ।

Leave a Reply