ମମତା ବାନାର୍ଜୀଙ୍କ ଉପରେ ବର୍ଷିଲେ ଅଧିର ରଞ୍ଜନ ଚୌଧୁରୀ, କହିଲେ ସେ ଜଣେ …

ନୂଆଦିଲ୍ଲୀ: ଆସନ ବୁଝାବଣା ନେଇ ଇଣ୍ଡିଆ ମେଣ୍ଟର ବୈଠକ ବସିବାକୁ ଥିବାବେଳେ ଟିଏମସି ଯୋଗ ଦେଇନାହିଁ । ଯାହାକୁ ନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ବର୍ଷିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଧିର ରଞ୍ଜନ ଚୌଧୁରୀ । ସେ କହିଛନ୍ତି କି, ମମତା ହେଉଛନ୍ତି ଜଣେ ବେଇମାନ ଏବଂ ଅହଂକାରୀ ନେତା । ପଶ୍ଚିମବଙ୍ଗରେ ମାଧ୍ୟମକୁ ପ୍ରତିକ୍ରିୟା ଦେବା ଅବସରରେ ବର୍ଷିଛନ୍ତି । କହିଛନ୍ତି, ଏହି ମହିଳା ରାଜୀବ ଗାନ୍ଧୀ ଏବଂ ସୋନିଆ ଗାନ୍ଦୀଙ୍କ ନେତୃତ୍ବରେ ନେତା ବନିଛନ୍ତି । ଯେଉଁମାନେ ତାଙ୍କୁ ନେତା ବନାଇଛନ୍ତି ସେମାନଙ୍କ ସହ ବେଇମାନି କରୁଛନ୍ତି । କେବଳ ଏତିକି ନୁହେଁ, ଅଧିର ଆହୁରି କହିଛନ୍ତି କି, ସୋନିଆ ଗାନ୍ଧୀ ତାଙ୍କୁ ଭିକ ମାଗୁ ନାହାନ୍ତି । ତମେ ମୋଦୀଙ୍କ ଧୋକା ଦେବାକୁ ଚାହୁଁନାହଁ । ତେଣୁ ତମେ ଆସନ ବାଣ୍ଟିବାକୁ ଚାହୁଁନାହଁ । ବିଜେପି ହିନ୍ଦୁତ୍ବକୁ ନେଇ ରାଜନୀତି କରୁଥିବାବେଳେ ତୁମେ ହିନ୍ଦୁତ୍ବକୁ ରୋକୁଛ । ତୁମ ଅହକାଂର ରହିବ ନାହିଁ । ତେବେ ପୂର୍ବରୁ ମଧ୍ୟ ଅଧିର କହିଥିଲେ କି, ଆମେ ତାଙ୍କୁ ଭିକ ମାଗୁନାହୁଁ । ସେ ନିଜେ କହିଥିଲେ କି, ଗଠବନ୍ଧନ କରିବା ପାଇଁ ।