ଆଇପିଏଲ ଏଲିମିନେଟରରେ ଆଜି ମୁହାଁମୁହିଁ ହେବେ ଲକ୍ଷ୍ନୌ ଓ ବାଙ୍ଗାଲୋର

1 min read

କୋଲକାତା: ଆଇପିଏଲରେ ଆଜି ଖେଳାଯିବ ଏଲିମିନେଟର । ପଦର୍ପଣକାରୀ ଟିମ୍ ଲକ୍ଷ୍ନୌ ସୁପର ଜିଆଣ୍ଟସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ ଏଲିମିନେଟର । ଆଜିର ମ୍ୟାଚରେ ଯେଉଁ ଦଳ ପରାଜିତ ହେବ ସେ ଏହି ପ୍ରତିଯୋଗିତାରୁ ବାଦ୍ ପଡ଼ିବ । ଜିତିବା ଦଳ ପ୍ରଥମ କ୍ୱାଲିଫାୟରରେ ହାରିବା ଟିମ୍ ସହ ଦ୍ୱିତୀୟ କ୍ୱାଲିଫାୟରରେ ଖେଳିବ । ଲିଗ୍ ପର୍ଯ୍ୟାୟରେ ନିଜର ପ୍ରଥମ ସିଜିନ୍ ଖେଳୁଥିବା ଲକ୍ଷ୍ନୌ ସୁପର ଜିଆଣ୍ଟସ ତୃତୀୟ ସ୍ଥାନରେ ରହିଥିଲା ।

ଦିଲ୍ଲୀ କ୍ୟାପିଟାଲ୍ସ ନିଜର ଶେଷ ଲିଗ୍ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସଠାରୁ ହାରିଲା ପରେ ହିଁ ବାଙ୍ଗାଲୋର ଫ୍ଲେ ଅଫକୁ ଉନ୍ନୀତ ହୋଇଥିଲା । ଆଉ ବାଙ୍ଗାଲୋର ଏହି ଟିମର ସଦୁପଯୋଗ କରିବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଆରସିବିର ପ୍ରଦର୍ଶନ ଲିଗ୍ ପର୍ଯ୍ୟାୟରେ ଆଶାନୁରୂପକ ନ ଥିଲେ ମଧ୍ୟ ଦଳ ଅଭିଜ୍ଞତାକୁ ପାଥେୟ କରି ଲକ୍ଷ୍ନୌକୁ କଡ଼ା ଟକ୍କର ଦେବ ବୋଲି ଆଶା କରାଯାଉଛି । ସେପଟେ ଲକ୍ଷ୍ନୌ ସୁପର ଜିଆଣ୍ଟସ ପ୍ରଥମ ପଦାର୍ପଣରେ ହିଁ ଚମତ୍କାର ପ୍ରଦର୍ଶନ କରିଛି । ତେଣୁ ଆଜିର ମ୍ୟାଚରେ ମଧ୍ୟ ଲକ୍ଷ୍ନୌ ଏହି ପ୍ରଦର୍ଶନ ଜାରି ରଖି ବିଜୟ ଲାଭ କରିବାକୁ ଚେଷ୍ଟା କରିବ ।