spot_img

Latest Posts

ଆଜି ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ

ନୂଆଦିଲ୍ଲୀ: ଦେଶର ପରବର୍ତ୍ତୀ ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ନେବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ। ଆଜି ଜେନେରାଲ ମନୋଜ ପାଣ୍ଡେଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିବେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ। ଦେଶର ୩୦ତମ ସ୍ଥଳସେନାଧ୍ୟକ୍ଷ ହେବେ ଲେପ୍ଟେନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ। ଦେଶରେ ବର୍ତ୍ତମାନ ସ୍ଥଳସେନାର ଆଧୁନିକୀକରଣ ଏବଂ ବ୍ୟବସ୍ଥା ପରିବର୍ତ୍ତନ ଜାରି ରହିଥିବାବେଳେ ଏହି ସମୟରେ ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀ ଦାୟିତ୍ଵ ଗ୍ରହଣ କରିବେ। ନର୍ଦର୍ଣ୍ଣ ଆର୍ମି କମାଣ୍ଡର ଭାବେ ଦୀର୍ଘ ବର୍ଷ ଧରି ଦେଶର ସେବା କରି ଆସିଛନ୍ତି ଲେପ୍ଟନାଣ୍ଟ ଉପେନ୍ଦ୍ର ଦ୍ଵିୱେଦୀ।

ଆଜି ଅପରାହ୍ନରେ ସେ ବିଧିବଦ୍ଧ ଭାବେ ଦେଶର ପରବର୍ତ୍ତୀ ସ୍ଥଳସେନାଧ୍ୟକ୍ଷ ଭାବେ ଦାୟିତ୍ଵ ଗ୍ରହଣ କରିବେ। ୧୯୬୪ ଜୁଲାଇ ପହିଲାରେ ଲେପ୍ଟନାଣ୍ଟ ଉପେନ୍ଦ୍ର ଦ୍ଵିୱେଦୀଙ୍କ ଜନ୍ମ। ୧୯୮୪ରେ ସେନାର ଜମ୍ମୁ କାଶ୍ମୀର ରାଇଫଲ୍ସରେ ଯୋଗ ଦେଇଥିଲେ। ସେନାରେ ଦୀର୍ଘ ୪୦ ବର୍ଷ ଧରି ଦେଶର ସେ ସେବା କରି ଆସୁଛନ୍ତି। ମଧ୍ୟପ୍ରଦେଶ ରେୱା ସୈନିକ ସ୍କୁଲ ଛାତ୍ର ହେଉଛନ୍ତି ଲେପ୍ଟନାଣ୍ଟ ଜେନେରାଲ ଉପେନ୍ଦ୍ର ଦିୱେଦୀ।

ସେପଟେ ଦେଶରେ ପ୍ରଥମଥର ଲାଗି ଦୁଇ ସହପାଠୀ ଦୁଇ ସେନାମୁଖ୍ୟ ଦାୟିତ୍ଵ ସମ୍ଭାଳିବେ। ଏବେ ଭାରତୀୟ ନୌବାହିନୀର ମୁଖ୍ୟ ଅଛନ୍ତି ଆଡମିରାଲ ଦୀନେଶ ତ୍ରିପାଠୀ। ଆଜି ଦାୟିତ୍ଵ ଗ୍ରହଣ ପରେ ଦୁଇ ସହପାଠୀ ହେବେ ଦେଶର ଦୁଇ ସେନାବାହିନୀ ମୁଖ୍ୟ। ଆଡମିରାଲ ଦୀନେଶ ତ୍ରିପାଠୀ ରେୱା ସୈନିକ ସ୍କୁଲରେ ଲେପ୍ଟେନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ଵିୱେଦୀଙ୍କ ସହ ପଞ୍ଚମ ଶ୍ରେଣୀରୁ ମିଶି ପାଠ ପଢିଛନ୍ତି ।

Latest Posts

Don't Miss