ଇଂଲଣ୍ଡ ଆଗରେ ୧୫୭ ରନ୍‌ର ବିଜୟ ଲକ୍ଷ୍ୟ

1 min read

ଅହମ୍ମଦାବାଦ: ଇଂଲଣ୍ଡ ବିପକ୍ଷ ତୃତୀୟ ଟି-୨୦ରେ ବିରାଟ କୋହଲୀଙ୍କ ବିସ୍ଫୋରକ ବ୍ୟାଟିଂ । ୪୬ ବଲରେ ୭୭ ରନ୍ ହାସଲ କରିଛନ୍ତି ବିରାଟ୍ । ଏଥିସହିତ ଟିମ୍ ଇଣ୍ଡିଆ ୧୫୬ ରନ୍ ସମ୍ମାନଜନକ ସ୍କୋର କରିବାରେ ସଫଳ ହୋଇଛି ।

ପ୍ରଥମ ବ୍ୟାଟିଂ କରିବାକୁ ମଇଦାନକୁ ଓହ୍ଲାଇଥିବା ଟିମ୍ ଇଣ୍ଡିଆର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା । ବିନା କୌଣସି ରନ୍ କରି ଓପନିଂ ବ୍ୟାଟ୍ସମ୍ୟାନ୍ କେ.ଏଲ୍‌ ରାହୁଲ ପେଭିଲିୟନ୍ ଫେରିଯାଇଥିଲେ । କେ.ଏଲ୍‌ ରାହୁଲଙ୍କ ପରେ ଇଷାନ୍ କିଷନ ମାତ୍ର ୪ ରନ୍ କରି ଆଉଟ ହୋଇଥିବା ବେଳେ ରୋହିତ ଶର୍ମା ୧୫ ରନ୍‌ର ବ୍ୟକ୍ତିଗତ ସ୍କୋରରେ ଆଉଟ୍ ହୋଇଥିଲେ । ଶ୍ରେୟାସ ଆୟର ମଧ୍ୟ ମାତ୍ର ୯ରେ ଆଉଟ ହୋଇଯାଇଥିଲେ । ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ ୨୫ ରନ୍ କରିବା ସହ ବିରାଟଙ୍କ ସହ ଇଂନିସ ସମ୍ଭାଳିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଜସ୍ ବଟଲରଙ୍କ ଦ୍ୱାରା ରନ୍ ଆଉଟ୍ ହୋଇଥିଲେ । ଏହାପରେ କୋହଲୀଙ୍କ ସହ ମିଶି ୨୦ ଓଭର ଶେଷ ପର୍ଯ୍ୟନ୍ତ ଖେଳିଥିଲେ ହାର୍ଦ୍ଧିକ ପାଣ୍ଡ୍ୟା ।ସେ ୧୫ ବଲ୍‌ରେ ୧୭ ରନ୍ କରିଥିଲେ ।

ଏଥିସହିତ ପଢ଼ନ୍ତୁ: ପୁରୁଣା ପାଣି ବୋତଲରେ ନୂଆ ଷ୍ଟିକର

Leave a Reply