ପୁରୁଣା ପାଣି ବୋତଲରେ ନୂଆ ଷ୍ଟିକର

1 min read
Huge Amount Of Expired Bisleri Water Bottle Seized In Balangir

ବଲାଙ୍ଗିର: ଗ୍ରାହକଙ୍କ ବିଶ୍ୱାସରେ ବିଷ । ଗୋଦାମରେ ଗଚ୍ଛିତ ଏକ୍ସପାରି ପାଣି ବୋତଲର ଷ୍ଟିକର ଛଡ଼ାଇ ଲଗାଯାଉଛି ନୂଆ ଷ୍ଟିକର, ହେବ ବିକ୍ରି । ଏନେଇ ବିଶ୍ୱସ୍ତ ସୂତ୍ରରୁ ସୂଚନା ପରେ ପାଟଣାଗଡ଼ ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ଚଢ଼ାଉ କରିଥିଲା ପ୍ରଶାସନ । ରେଡ୍ ବେଳେ ବ୍ରହ୍ମପୁରା ସ୍ଥିତ ଗୋଦାମରୁ ବର୍ଷେ ତଳୁ ଏକ୍ସପାରୀ ହୋଇ ଯାଇଥିବା ବିସ୍ଲେରିର ପାଣି ବୋତଲ ମିଳିଛି । ୫୦୦ ଏମ୍ଏଲର ଏସବୁ ପାଣି ବୋତଲର ଏକ୍ସପାରୀ ଡେଟ୍ ୨୦୨୦ ଫେବ୍ରୁଆରୀ ମାସରୁ ସରିଲାଣି । ତଥାପି ଗୋଦାମରେ ପଡ଼ି ରହିଛି । ପୁଣି ବିକ୍ରି ଲାଗି ବୁଦ୍ଧି ଖଟାଇଛନ୍ତି ଷ୍ଟକିଷ୍ଟ । ପୁରୁଣା ଏକ୍ସପାରୀ ପାଣି ବୋତଲରେ ଲଗାଉଛନ୍ତି ନୂଆ ଷ୍ଟିକର ।

Huge Amount Of Expired Bisleri Water Bottle Seized In Balangir

ପୁରୁଣା ବିସ୍ଲେରି ବୋତଲର ନୂଆ ଷ୍ଟିକରିଂ ବେଳେ ପ୍ରଶାସନ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ରେଡ୍ କରିଥିଲା । ଚଢ଼ାଉରୁ ଜଣାପଡ଼ିଛି ପାଟଣାଗଡ଼ ଏସ୍ ଏସ୍ ବିସ୍ଲେରି ଫ୍ୟାକ୍ଟ୍ରିରେ ପ୍ୟାକିଂ ହୋଇଥିବା ପାଣି କରୋନା ଯୋଗୁଁ ବିକ୍ରି ହୋଇପାରି ନଥିଲା । ଉକ୍ତ ଏକ୍ସପାରୀ ବୋତଲକୁ ବ୍ରହ୍ମପୁରରା ବିଶେଶ୍ୱର ପାଣିଗ୍ରାହୀ ନାମକ ବ୍ୟକ୍ତି କିଣିବା ପରେ ରି-ଷ୍ଟିକରିଂ କରୁଥିଲେ ବିକ୍ରି ଲାଗି । ପୋଲିସ ବିଶେଶ୍ୱରଙ୍କୁ ଅଟକ ରଖି ପଚରାଉଚରା କରୁଛି ।

Huge Amount Of Expired Bisleri Water Bottle Seized In Balangir

ପେଟି ପେଟି ଏକ୍ସପାରୀ ବିସ୍ଲେରି ପାଣି ଜବତ ପରେ ପ୍ରଶାସନ ଏସ୍ ଏସ୍ ବିସ୍ଲେରିର ଫ୍ୟାକ୍ଟ୍ରିରେ ଚଢ଼ାଉ କରିଛି । ଏଥିସହ ଏସ୍ ଏସ୍ ଇଣ୍ଡଷ୍ଟ୍ରିଜର ମାଲିକଙ୍କୁ ପଚରାଉଚରା କରୁଛି ପୋଲିସ । ରେଡ୍ ବେଳେ କମ୍ପାନୀର ପୁରୁଣା କାରଖାନାରୁ ବିପୁଳ ଡିସଟ୍ରିଲ ୱାଟର ମିଳିଛି । ତେବେ ଉକ୍ତ ବୋତଲରେ କଳିଙ୍ଗ ଗେସେ୍ସ୍ କମ୍ପାନୀର ଲେବଲ୍ ରହିଛି । ଲାଇସେନ୍ସ ନ ଥାଇ ଏସଏସ ଇଣ୍ଡଷ୍ଟ୍ରିଜ୍ ବେଆଇନ୍ ଭାବେ ଡିସଟ୍ରିଲ ୱାଟର ବିକ୍ରି କରୁଥିବା ଜଣାପଡ଼ିଛି । ବରମପୁରାରେ ଥିବା ଅନ୍ୟ ଏକ ଗୋଦାମରେ ବି ରେଡ୍ କରିଛି ପ୍ରଶାସନ ।

Huge Amount Of Expired Bisleri Water Bottle Seized In Balangir

ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଯାଥିବା ବେଲେ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠା ନିଆଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ରେଡ୍ ଓ ପ୍ରାଥମିକ ତଦନ୍ତରୁ ପ୍ରଶାସନ ହାତରେ ଠୋସ ପ୍ରମାଣ ଲାଗିଛି । ବିଶେଶ୍ୱର ଓ ସରୋଜକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

Leave a Reply