ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ କି କେ.ଏଲ ରାହୁଲ ?

1 min read

ନନ୍ଦିଘୋଷ ବ୍ୟୁରୋ : ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଇନଷ୍ଟାଗ୍ରାମ ଷ୍ଟୋରୀରେ ଲେଖିଯାଇଛି, ବହୁ ଚିନ୍ତା ଏବଂ ବିଚାର ପରେ ମୁଁ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ସହଜ ହୋଇନି, କାରଣ ଅନେକ ବର୍ଷ ଧରି ଖେଳ ମୋ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଆସୁଛି  । ମୋର କ୍ୟାରିୟରରେ ମୋ ପରିବାର, ବନ୍ଧୁ, ସାଥୀ ଖେଳାଳି ଏବଂ ପ୍ରଶଂସକଙ୍କ ଠାରୁ ମୁଁ ପାଇଥିବା ସମର୍ଥନ ଏବଂ ଉତ୍ସାହ ପାଇଁ ମୁଁ ଅତ୍ୟଧିକ କୃତଜ୍ଞ  । ମୁଁ ପାଇଥିବା ଅଭିଜ୍ଞତା ଏବଂ ସ୍ମୃତିଗୁଡ଼ିକ ପ୍ରକୃତରେ ଅମୂଲ୍ୟ ଅଟେ । ମୋର ଦେଶକୁ ପ୍ରତିନିଧିତ୍ୱ କରିବା ଏବଂ ଅନେକ ପ୍ରତିଭାଶାଳୀ ବ୍ୟକ୍ତିଙ୍କ ସହିତ ଖେଳିବା ମୋ ପାଇଁ ଗର୍ବର କଥା  । ଆଗାମୀ ନୂତନ ଅଧ୍ୟାୟ ପାଇଁ ମୁଁ ଉତ୍ସାହିତ ଥିବାବେଳେ, ମୁଁ ଖେଳ ସହିତ ମୋର ସମୟକୁ ସର୍ବଦା ମନେ ରଖିବି । ଏହା ଅବିଶ୍ୱାସନୀୟ ଯାତ୍ରାର ଏକ ଅଂଶ ହୋଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ  ।

କେ.ଏଲ୍ ରାହୁଲ ତାଙ୍କ ଆକାଉଣ୍ଟରେ ଏହି ଇନଷ୍ଟାଗ୍ରାମ ଷ୍ଟୋରୀ ସେୟାର କରିନାହାଁନ୍ତି। ଏକ ଇନଷ୍ଟାଗ୍ରାମରେ ଷ୍ଟୋରୀ ସେୟାର କରି ସେ ଲେଖିଛନ୍ତି ଯେ ମୋର ଏକ ଘୋଷଣା କରିବାର ଅଛି, ମୋ ସହିତ ଯୋଡି ହୋଇ ରୁହନ୍ତୁ  । ଯାହା ପରେ ପ୍ରଶଂସକମାନେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ କଳ୍ପନା କରୁଛନ୍ତି  । ଏହି ସବୁ ମଧ୍ୟରେ ଏହି ନକଲି ଇନଷ୍ଟାଗ୍ରାମର ଷ୍ଟୋରୀ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

କେ.ଏଲ୍ ରାହୁଲ ୨୦୧୪ରେ ତାଙ୍କର ଇଣ୍ଟରନ୍ୟାସନାଲ କ୍ୟାରିଅର୍ ଆରମ୍ଭ କରିଥିଲେ  । ବର୍ତ୍ତମାନ ତାଙ୍କୁ ମାତ୍ର ୩୨ବର୍ଷ ବୟସ  । ଏପର୍ଯ୍ୟନ୍ତ ସେ ଟିମ୍ ଇଣ୍ଡିଆ ପାଇଁ ୫୦ଟି ଟେଷ୍ଟ, ୭୭ଟି ଦିନିକିଆ ଏବଂ ୭୨ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଟେଷ୍ଟରେ ୨୮୬୩ ରନ୍, ଦିନିକିଆରେ ୨୮୫୧ ରନ୍ ଏବଂ ଟି -୨୦ରେ ୨୨୬୫ ରନ୍ କରିଛନ୍ତି। ଏହା ବ୍ୟତୀତ ସେ ଆଇପିଏଲରେ ଲକ୍ଷ୍ନୌ ସୁପର ଜଏଣ୍ଟସ୍ ଦଳର ଅଧିନାୟକ ମଧ୍ୟ ଅଛନ୍ତି ।