ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଲେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘ

ବଲାଙ୍ଗୀର: କେନ୍ଦୁପତ୍ର କର୍ମଚାରୀ ଓ ଶ୍ରମିକଙ୍କ ଦାବି ପୂରଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇଲେ ଓଡିଶା ଅସ୍ଥାୟୀ କେନ୍ଦୁପତ୍ର କର୍ମଚାରୀ ସଙ୍ଘ । ସମସ୍ତ ସିଜିନାଲ କର୍ମଚାରୀ ମାନଙ୍କ କାର୍ଯ୍ଯକାଳ ଏକ ମାସ ବୃଦ୍ଧି କରିବା ସହିତ ୩ ରୁ ୪ ହଜାର ଟଙ୍କା ବୃଦ୍ଧି କରିଛନ୍ତି । ଏଥିସହିତ କେନ୍ଦୁପତ୍ର ତୋଳାଳୀଙ୍କ ବୟସ ସୀମା ୬୦ରୁ ୬୨ ବର୍ଷକୁ ବୃଦ୍ଧି କରିବା ସହିତ ଆହୁରି ଅନେକ ସହାୟତା ଘୋଷଣା କରିଛନ୍ତି । ଏଥିପାଇଁ ପଶ୍ଚିମ ଓଡିଶାର ୮ଲକ୍ଷ କେନ୍ଦୁପତ୍ର ତୋଳାଳୀ ଓ ୧୮ ହଜାର କର୍ମଚାରୀ ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, 5ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ ଓ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି । ଏହି ପରିପରେକ୍ଷୀରେ ବଲାଙ୍ଗୀର ସାମ୍ବାଦିକ ଭବନଠାରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ଓଡିଶା କେନ୍ଦୁପତ୍ର କର୍ମଚାରୀ ଓ ତୋଳାଳୀ ମହାସଂଘ ବଲାଙ୍ଗୀର ସର୍କଲ କର୍ମକର୍ତ୍ତା ମାନେ ମୁଖ୍ଯମନ୍ତ୍ରୀଙ୍କୁ ଧନ୍ଯବାଦ ଜଣାଇଛନ୍ତି ।.