୧୪ରାଣୀଙ୍କ ରାଜା: ପ୍ରେମ ଦିବସରେ ବନ୍ଧା ହେଲେ ରସିକିଆ ଡାକ୍ତର

1 min read

ଭୁବନେଶ୍ୱର: ଭାଲେଣ୍ଟାଇନ୍ସ ଡେ’ରେ ବନ୍ଧା ହେଲେ ରସିକିଆ ଡାକ୍ତର । ୭ଟି ରାଜ୍ୟରେ ୧୪ ପତ୍ନୀ ରଖିଥିବା ଡାକ୍ତର ରମେଶ ସ୍ୱାଇଁଙ୍କୁ ବାନ୍ଧିଛି କମିଶନରେଟ ପୋଲିସ । ବିବାହ ନାଁରେ ଲକ୍ଷାଧିକ ଟଙ୍କାର ଠକେଇ କରିଥିବା ଅଭିଯୋଗ । ନିଜକୁ ହୋମିଓପ୍ୟାଥିକ ଡାକ୍ତର କହୁଥିବା ରମେଶ ସ୍ୱାଇଁ କିଛି ମହିଳାଙ୍କୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗର ଉପ ନିର୍ଦ୍ଦେଶକ କହିଥିବା ମଧ୍ୟ ଅଭିଯୋଗ ହୋଇଛି ।

ଅଭିଯୁକ୍ତ ଜଣଙ୍କ ଦୁଇଜଣଙ୍କୁ ଆଇନଗତ ଭାବେ ବିବାହ କରିଥିବା ବେଳେ ଅନ୍ୟ ୧୨ ଜଣଙ୍କୁ ଠକେଇ କରିବା ଉଦ୍ଦେଶ୍ୟରେ ଵିବାହ କରିଥିଲେ। ସମ୍ଭ୍ରାନ୍ତ ଘରର ଯୁବତୀ କିମ୍ବା ଏକା ରହୁଥିବା ମହିଳାମାନଙ୍କୁ ସେ ନିଜ ପ୍ରେମ ଜାଲରେ ଫସାଇ ବିବାହ କରୁଥିଲେ । ବିବାହ ପରେ ତାଙ୍କ ଠାରୁ ସମ୍ପତ୍ତି ନେଇ ଚମ୍ପଟ ମାରୁଥିଲେ । ବିଶେଷ କରି ମାଟ୍ରିମୋନିଆଲ ସାଇଟରେ ସେ ସମ୍ପର୍କ ଯୋଡ଼ୁଥିଲେ । ପୋଲିସର ତଥ୍ୟ ଅନୁସାରେ, ୧୯୮୨ରେ ସେ ପ୍ରଥମେ ବିବାହ କରିଥିଲେ । ତାଙ୍କର ୩ପିଲା ଡାକ୍ତର । ୨୦୦୨ରେ ସେ ଦ୍ୱିତୀୟ ବିବାହ କରିଥିଲେ। ତାଙ୍କର ଦୁଇଟି ପିଲା ରହିଛି । ଏହା ପରଠୁ ୧୨ଜଣଙ୍କୁ ବିବାହ କରି ଠକେଇ କରୁଥିଲା । କୌଣସି ସ୍ତ୍ରୀ ତାଙ୍କୁ ନେଇ ସନ୍ଧେହ କରୁଥିଲେ ତାକୁ ଛାଡ଼ି ଆଉ ଜଣଙ୍କୁ ବିବାହ କରୁଥିଲେ । ଠକେଇ ଟଙ୍କାରେ ସେ ରାଜକୀୟ ଜୀବନ ବିତାଉଥିଲେ । ତାକୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବାକୁ ଯୋଜନା କରିଛି ପୋଲିସ ।

୨୦୦୬ରେ କେରଳ ଏର୍ନାକୁଲମ୍ ପୋଲିସ ରମେଶକୁ ଗିରଫ କରିଥିଲା । ୧୩ଟି ବ୍ୟାଙ୍କରୁ ୧କୋଟି ଠକିଥିବା ଅଭିଯୋଗରେ ଗିରଫ ହୋଇଥିଲା । ତା’ ପାଖରୁ ୧୨୮ଟି ନକଲି ଆଇ କାର୍ଡ ମିଳିଥିଲା । କେନ୍ଦ୍ର ସରକାରଙ୍କ ମିନିଷ୍ଟ୍ରି ଅଫ ହେଲ୍ଥରେ ଡେପୁଟୀ ଡାଇରେକ୍ଟର ଥିବା କହି ଠାକୁଥିଲା । ଛାତ୍ରଙ୍କୁ MBBS କରେଇବା କହି ୨ କୋଟି ଠକିଥିବା ଅଭିଯୋଗରେ ୨୦୧୧ ରେ ହାଇଦ୍ରାବାଦ ଟାସ୍କ ଫୋର୍ସ ଗିରଫ କରିଥିଲା

ତେବେ ଗତବର୍ଷ ୨୫ଜୁଲାଇରେ ତାଙ୍କର ଏକ ପତ୍ନୀ ମହିଳା ଥାନାରେ ଠକେଇ କରିଥିବା ନେଇ ଏତଲା ଦେଇଥିଲେ । ସେହି ମାମଲାର ତଦନ୍ତ କରି ପୋଲିସ ଗିରଫ କରିଛି । ସିଙ୍ଗିଲ ଡିଭୋର୍ସ ଓ ମଧ୍ୟ ବୟସ୍କା ମହିଳାଙ୍କୁ ମଧ୍ୟ ଟାର୍ଗେଟ କରୁଥିଲେ । ଅଧିକାଂଶ ସମୟ ଆସାମ ଗୌହାଟୀରେ ରହୁଥିଲେ । ନିଜକୁ ବିଦୁ ପ୍ରସାଦ ସ୍ୱାଇଁ ଓ ରମଣୀ ରଞ୍ଜନ  ସ୍ୱାଇଁ ବୋଲି ମଧ୍ୟ ପରିଚୟ ଦେଉଥିଲେ । ୨୦୧୮ରେ ପଞ୍ଜାବର ସେଣ୍ଟ୍ରାଲ ଆର୍ମ ଫୋର୍ସର ଜଣେ ଯୁବତୀଙ୍କୁ ବିବାହ କରି ୧୦ଲକ୍ଷ ଠକେଇ କରିଥିଲେ । ଖଣ୍ଡଗିରିରେ ରହୁଥିବା ଘର ସର୍ଚ୍ଚ କରି ୧୧ଟି ଏଟିଏମ୍ ମିଳିଛି । ଏ ପର୍ଯ୍ୟନ୍ତ ୯ ମହିଳାଙ୍କ ସହ ଯୋଗାଯୋଗ କରିଛି ପୋଲିସ । ସମସ୍ତ ମହିଳା ଉଚ୍ଚ ପଦସ୍ଥ ସରକାରୀ ଚାକିରିଆ ଓ ସମ୍ଭ୍ରାନ୍ତ ଶ୍ରେଣୀର । ମହିଳା ଥାନା ଅଧିକାରୀଙ୍କୁ ନେଇ ସ୍ୱତନ୍ତ୍ର ଟିମ ତିଆରି କରି ପଚରାଉଚରା କରାଯିବ ।

Leave a Reply