ଶ୍ରୀକ୍ଷେତ୍ର ଯାଇ ଶ୍ରଦ୍ଧାଳୁଙ୍କ ଅନୁଭୂତି ପଚାରି ବୁଝିଲେ 5T ଅଧ୍ୟକ୍ଷ

1 min read

ପୁରୀ: ଶ୍ରଦ୍ଧାଳୁଙ୍କୁ ପୁରୀ ଯାଇ ସେମାନଙ୍କ ଅନୁଭୂତି ପଚାରି ବୁଝିଲେ ଫାଇଭ ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ସୋମବାର ଶ୍ରୀକ୍ଷେତ୍ର ପୁରୀରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପଦକ୍ଷିଣ କରିବାକୁ ଆସିଥିବା ଭକ୍ତଙ୍କୁ ସେମାନଙ୍କ ଅନୁଭୂତି ପଚାରି ବୁଝିଥିଲେ 5T ଅଧ୍ୟକ୍ଷ। ପୁରୀରେ ଠାକୁରଙ୍କ ଦର୍ଶନ, ବିଭିନ୍ନ ଦେବାଦେବୀଙ୍କ ଦର୍ଶନ ବ୍ୟବସ୍ଥା ବିଷୟରେ ପଚାରି ବୁଝିଥିଲେ 5T ଅଧ୍ୟକ୍ଷ । ଭକ୍ତଙ୍କୁ ଭେଟିବା ଅବସରରେ ସେ ଶ୍ରଦ୍ଧାଳୁଙ୍କ ସହ ମିଶି ପ୍ରସାଦ ସେବନ କରିଥିଲେ। ଗୋଟିଏ ଟେବୁଲରେ ବସି ଭକ୍ତଙ୍କ ପ୍ରସାଦ ଖାଇଥିଲେ ଫାଇଭ ଟି ଅଧ୍ଯକ୍ଷ। ଯେଉଁମାନେ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଆସୁଛନ୍ତି ସମସ୍ତେ ଭଲରେ ବୁଲିକି ଯାଆନ୍ତୁ ବୋଲି କହିଥିଲେ। ପୁରୀ ଆସି ସବୁ ଜାଗା ବୁଲି ଦେଖିବେ। ୫ଶହ ବର୍ଷରେ ଯେଉଁ କାମ ହୋଇ ନଥିଲା ତାହା ମହାପ୍ରଭୁଙ୍କ ଇଚ୍ଛାରେ ଏହି କାମ ହୋଇଛି। ଆଶା କରୁଛି ଜିଲ୍ଲା ପ୍ରଶାସନ ଭଲ ଆୟୋଜନ କରିଥିବେ। ଯାହା କିଛି ଅସୁବିଧା ଥିବ ପରବର୍ତ୍ତୀ ସମୟରେ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ଫାଇଭ ଟି ଅଧ୍ଯକ୍ଷ। ମହାପ୍ରଭୁଙ୍କ ମହାପ୍ରସାଦ ଖାଇ ଠାକୁରଙ୍କ ଆଶୀର୍ବାଦ ନେଇ ଘରକୁ ପହଞ୍ଚିବେ ବୋଲି କହିଥିଲେ 5T ଅଧ୍ୟକ୍ଷ। ଆଜି ରାଜ୍ୟର ୯ଟି ନିର୍ବାଚନମଣ୍ଡଳୀରୁ ଆସିଥିବା ଭକ୍ତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ଦେଖିଛନ୍ତି। ହିଂଜିଳିକାଟୁ,  ଭଂଜନଗର, ମଯୂରଭଂଜର, ବାଂଗିରିପୋଷି, କରଂଜିଆ, ବାଲେଶ୍ବର, ରେମୁଣା, କଟକ ବାରବାଟୀ , ବାଙ୍କୀ ଓ କେନ୍ଦ୍ରାପଡ଼ା  ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରୁ ପରିକ୍ରମା ପ୍ରକଳ୍ପ ଦର୍ଶନ କରିବାକୁ ଆସିଛନ୍ତି ଭକ୍ତ ।