କୋଭିଡରେ ମୃତ ସାମ୍ବାଦିକଙ୍କ ପରିବାରକୁ ମିଳିଲା ସହାୟତା

ରାଉରକେଲା: କରୋନାରେ ମୃତ୍ୟୁ ହୋଇଥିବା ଶ୍ରମିକ ମାଲିକ ସାପ୍ତାହିକ ସମ୍ବାଦପତ୍ରର ଏଡିଟର ତଥା ସାମ୍ବାଦିକ ଅଦ୍ବୈତ ପ୍ରସାଦ ବିଶ୍ବାଳଙ୍କ ପରିବାରକୁ ମିଳିଲା ସହାୟତା । ରାଜ୍ୟ ସରକାରଙ୍କ ଜର୍ଣ୍ଣାଲିଷ୍ଟ ଓ୍ବେଲଫେୟାର ଫଣ୍ଡରୁ ତାଙ୍କ ପରିବାର ସଦସ୍ୟଙ୍କୁ ୧୫ ଲକ୍ଷ ଟଙ୍କା ସହାୟତା ଅର୍ଥ ପ୍ରଦାନ କରାଯାଇଛି । ରାଉରକେଲା ମହାନଗର ନିଗମ କମିଶନର ମୃତ ସାମ୍ବାଦିକଙ୍କ ପୁଅ ସିଦ୍ଧାର୍ଥ ବିଶ୍ବାଳଙ୍କୁ ସାଢେ ୭ ଲକ୍ଷ ଟଙ୍କା ଓ ଝିଅ ରୋଜାଲିନ ବିଶ୍ବାଳଙ୍କୁ ସାଢେ ୭ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି ।

କୋଭିଡରେ ଆକ୍ରାନ୍ତ ହେବାପରେ ଅଦ୍ଵୈତ ପ୍ରସାଦ ବିଶ୍ବାଳଙ୍କ ୨୦୨୧ ଏପ୍ରିଲ ୩୦ ତାରିଖରେ ରାଉରକେଲା ସହରର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା । ଆର୍ଥିକ ସହାୟତା ପାଇବା ପରେ ମୃତ ସାମ୍ବାଦିକଙ୍କ ପରିବାର ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପୂର୍ବରୁ ମଧ୍ୟ କୋଭିଡରେ ମୃତ୍ୟୁ ବରଣ କରିଥିବା ସାମ୍ବାଦିକଙ୍କ ପରିବାର ବର୍ଗକୁ ରାଜ୍ୟ ସରକାର ସହାୟତା ଯୋଗାଇ ଦେଇଛନ୍ତି  ।

ସାମ୍ବାଦିକ ଉନ୍ନୟନ ପାଣ୍ଠି ଦ୍ୱାରା ରାଜ୍ୟ ସରକାର ଅନେକ ସାମ୍ବାଦିକଙ୍କୁ ସହାୟତା ଯୋଗାଇଦେଉଛନ୍ତି  । ପୂର୍ବରୁ ଜମେ ସାମ୍ବାଦିକଙ୍କ ଚିକିତ୍ସା ପାଇଁ ଅର୍ଥ ବାଧକ ସାଜିଥିବାବେଳେ ସାମ୍ବାଦିକ ପାଣ୍ଠି ଦ୍ୱାରା ମଧ୍ୟ ଚିକିତ୍ସା ପାଇଁ ଅର୍ଥ ବରାଦ କରାଯାଇଥିଲା  ।