‘ଜିଓ’ର ଓ୍ୱାର୍କ ଫ୍ରମ୍ ହୋମ ପ୍ଳାନ୍: ୮୪ ଦିନର ଅବଧି ସହ ଦିନକୁ ମିଳିବ ୩ ଜିବିର ଡେଟା

1 min read

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଅଧିକ ଡେଟା ବ୍ୟବହାର କରୁଥିବା ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ଶୁକ୍ରବାର ଆଉ ଏକ ନୂଆ ତ୍ରୈମାସିକ ‘ୱାର୍କ ଫ୍ରମ୍ ହୋମ୍‌’ ପ୍ଲାନ୍ ଆରମ୍ଭ କରାଯାଇଛି । ଏହି ନୂଆ ତ୍ରୈମାସିକ ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଡାଟା ମିଳୁଥିବା ବେଳେ ୮୪ ଦିନର ବୈଧତା ରହିଛି । ମାତ୍ର ୯୯୯ ଟଙ୍କା ମୂଲ୍ୟ ରହିଥିବା ଏହି ପ୍ଲାନ୍‌ରେ ପ୍ରତିଦିନ ମିଳୁଥିବା ୩ଜିବି ଡେଟା ହିସାବକୁ ନେଲେ ଏହା ଆପାତତଃ ୪ ଟଙ୍କାରୁ କମ୍ ମୂଲ୍ୟରେ ୧ଜିବି ହାଇସ୍ପିଡ୍ ଡେଟା ଉପଲବ୍ଧ କରାଉଛି ।

ଏହି ନୂଆ ତୈମାସିକ ପ୍ଲାନ୍‌ରେ ଜିଓ ରୁ ଜିଓ ଏବଂ ଲ୍ୟାଣ୍ଡଲାଇନକୁ ମାଗଣା ଏବଂ ଅସୀମିତ ଭଏସ୍ କଲ୍ ସୁବିଧା ଉପଲବ୍ଧ ରହିଛି । ଏଥିସହିତ ଜିଓ ରୁ ଅନ୍ୟ ମୋବାଇଲ୍‌କୁ ୩୦୦୦ ମିନିଟ୍‌ର ଭଏସ୍ କଲ୍ ଏବଂ ଦିନକୁ ୧୦୦ ଏସ୍‌ଏମ୍‌ଏସ୍‌ ଉପଲବ୍ଧ ହେଉଛି । ଏହି ପ୍ଲାନ୍‌ରେ ପ୍ରତିଦିନ ୩ଜିବି ଅସୀମିତ ହାଇସ୍ପିଡ୍ ଡାଟା ମିଳୁଥିବା ବେଳେ, ଦୈନିକ ହାଇସ୍ପିଡ୍ ଡାଟା ଲିମିଟ୍ ସମାପ୍ତ ହେବାପରେ ମଧ୍ୟ ୬୪ କେବିପିଏସ୍‌ରେ ଡେଟା ଚାଲୁ ରହିବ । ଏଥିସହ ଏହି ପ୍ଲାନ୍ ସହିତ ମାଗଣାରେ ଜିଓ ସିନେମା, ଜିଓ ସାୱନ୍‌, ଜିଓ ଟିଭି ସମେତ ସମସ୍ତ ଜିଓ ଆପ୍ସ ବ୍ୟବହାର ସୁବିଧା ମିଳୁଛି ।

ଲକଡାଉନ୍ ପରଠାରୁ ହାଇସ୍ପିଡ୍ ଡେଟାର ଆବଶ୍ୟକତା ଓ ବ୍ୟବହାର ବୃଦ୍ଧି ପାଇଛି । ଅଧିକାଂଶ ଲୋକେ ଘରୁ କାମ କରିବା ଆରମ୍ଭ କରିଛନ୍ତି ଏବଂ ଅଧିକ ମନୋରଞ୍ଜନ ପାଇଁ ମଧ୍ୟ ଉତ୍ସାହିତ ରହିଛନ୍ତି । ଏହି ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ଏହି ନୂତନ ତ୍ରୈମାସିକ ‘ୱାର୍କ-ଫ୍ରମ୍‌-ହୋମ୍‌’ ଯୋଜନା ଆଣିଦେଇଛି ।

ଏହାପୂର୍ବରୁ ଜିଓ ଆରମ୍ଭ କରିଥିବା ‘ୱାର୍କ-ଫ୍ରମ୍‌-ହୋମ୍‌’ ବାର୍ଷିକ ପ୍ଲାନ୍‌ରେ ୨୩୯୯ ଟଙ୍କାରେ ୩୬୫ ଦିନ ପାଇଁ ଦୈନିକ ୨ଜିବି ଡାଟା ପ୍ରଦାନ କରିବା ସହିତ ଅନ୍ୟମାନଙ୍କ ଠାରୁ ୩୩ ପ୍ରତିଶତ ଅଧିକ ଲାଭ ପ୍ରଦାନ କରୁଛି । ଏଥିସହିତ ଜିଓ ୨,୧୨୧ ଟଙ୍କାରେ ଏହାର ଦୀର୍ଘ ଅବଧି ପ୍ଲାନ୍‌ରେ ୩୩୬ ଦିନର ବୈଧତା ସହ ଦିନକୁ ୧.୫ଜିବି ଡାଟା ପ୍ରଦାନ କରୁଛି । ସୂଚନାଯୋଗ୍ୟ ଯେ, ଗାହକଙ୍କ ବର୍ଦ୍ଧିତ ଡାଟା ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଓ ପକ୍ଷରୁ ଗତ ସପ୍ତାହରେ ୧୫୧, ୨୦୧ ଏବଂ ୨୫୧ ଟଙ୍କାର ସୁଲଭ ୱାର୍କ ଫ୍ରମ୍ ହୋମ୍ ଡାଟା ପ୍ୟାକ୍ ଆରମ୍ଭ କରାଯାଇଥିଲା ।

Leave a Reply