ଦେଶର ସବୁଠୁ ଉତ୍ତପ୍ତ ସହର ଝାରସୁଗୁଡ଼ା

ଭୁବନେଶ୍ୱର: ଜଳୁଛି ପଶ୍ଚିମ ଓଡ଼ିଶା । ଝାରସୁଗୁଡ଼ା ହୋଇଛି ଦେଶର ସବୁଠୁ ଉତ୍ତପ୍ତ ସହର । ୪୪ଡିଗ୍ରୀ ତାପମାତ୍ରା ସହିତ ରାଜ୍ୟ ତଥା ଦେଶର ତତଲା ସହର ପାଲଟିଛି ଝାରସୁଗୁଡ଼ା ଆଜି ରାଜ୍ୟରେ ୪୦ଡିଗ୍ରୀ ଅତିକ୍ରମ କରିଛି ୧୨ ସହର । ଟିଟିଲାଗଡ଼ରେ ୪୩ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଥିବାବେଳେ ବଲାଙ୍ଗୀରେ ୪୩.୨ ଓ ଅନୁଗୁଳରେ ୪୨.୭ ଡିଗ୍ରୀ ପାରା ରେକର୍ଡ ହୋଇଛି ।

ଭୁବନେଶ୍ବରରେ ୩୮.୫ଡିଗ୍ରୀ ରହିଛି ତାପମାତ୍ରା । ପଶ୍ଚିମ ଓ ଆଭ୍ୟନ୍ତରୀଣରେ ତାତି ଆଗକୁ ଆହୁରି ବଢିବ ବୋଲି ସତର୍କ କରିଛି ପାଣିପାଗ କେନ୍ଦ୍ର । ସେପଟେ ଉପକୂଳ ଓ ଦକ୍ଷିଣରେ ପାଗ ମେଘୁଆ ରହୁଛି । ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ବର୍ଷା ଓ ଖରାର ଲୁଚକାଳୀ ଖେଳ ଜାରି ରହିବ । ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହେଉଛି ।

ଆସନ୍ତା ୫ଦିନ ଯାଏ ଏପରି ପାଗ ଜାରି ରହିବ ବୋଲି ଆକଳନ କରିଛି ପାଣିପାଗ କେନ୍ଦ୍ର । ୨୪ଘଣ୍ଟାରେ କେନ୍ଦୁଝର, ନବରଙ୍ଗପୁର, କଳାହାଣ୍ଡି ଆଦି ଜିଲ୍ଲାରେ କାଳବୈଶାଖୀ ଦେଖାଯିବ । ଏଥିପାଇଁ ଜାରି ହୋଇଛି ଆଲର୍ଟ । ଏହି ସମୟରେ ଘରୁ ନବାହାରିବାକୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର ।