ରସି ଲଗାଇ ଆତ୍ମହତ୍ୟା କଲେ ଯବାନ, ମୃତ୍ୟୁର କାରଣ ଅସ୍ପଷ୍ଟ

1 min read

ବ୍ରହ୍ମପୁର: ଘର ଭିତରେ ଯବାନଙ୍କ ଆତ୍ମହତ୍ୟା । ବେକରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି ଯବାନ ଜଣକ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗୋପାଳପୁର ଥାନା ଅଞ୍ଚଳରେ । ଆର୍ମି ଏଡି କଲେଜରେ କାର୍ଯ୍ୟରତ ଥିବା ଜଣେ ଯବାନ ନେଇଛନ୍ତି ଏଭଳି ଚରମ ନିଷ୍ପତ୍ତି । ମୃତ ଯବାନଙ୍କ ନାମ ନଭନିତ କ୍ରିଷ୍ଣା ଆର । ସୂଚନା ଅନୁଯାୟୀ, ଆଜି ନଭନିତ କର୍ମ କ୍ଷେତ୍ରକୁ ଆସିନଥିଲେ ।

ନଭନିତ କାହିଁକି ଆସିନାହାନ୍ତି ବୋଲି ଅନ୍ୟ କର୍ମଚାରୀ ମାନେ ଯାଇ ତାଙ୍କ ଘର ଦେଖିଥିଲେ । କିନ୍ତୁ ତାଙ୍କ ଘର ଭିତରପଟୁ ବନ୍ଦ ଥିବାରୁ ସହକର୍ମୀମାନେ କବାଟ ଭାଙ୍ଗି ଭିତରକୁ ଯାଇଥିଲେ ।  ଭିତରେ ନଭନିତ ବେକରେ ରସି ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ପାଇଥିଲେ । ଏନେଇ ଏଡି ଆର୍ମି କଲେଜ ପକ୍ଷରୁ ପୋଲିସକୁ ସୂଚନା ଦିଆଯାଇଥିଲା ।  ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ')}

Leave a Reply