ଅକ୍ଟୋବର ୨୬ରେ ବିବାହ କରିବେ ଜାପାନ ରାଜକୁମାରୀ

ଟୋକିଓ: ଆସନ୍ତା ଅକ୍ଟୋବର ୨୬ ତାରିଖରେ ବିବାହ ବନ୍ଧନରେ ଆବଦ୍ଧ ହେବେ ଜାପାନ ରାଜକୁମାରୀ ମାକୋ । ନିଜର ସହପାଠୀ କେଇ କୋମୁରୋଙ୍କୁ ବିବାହ କରିବା ପରେ ତାଙ୍କ ରାଜକୀୟ ମାନ୍ୟତା ପ୍ରତ୍ୟାହାର ହେବ। ଜାପାନର ପୂର୍ବତନ ସମ୍ରାଟ ଆକିହିତୋଙ୍କ ୨୯ ବର୍ଷ ବୟସ୍କା ନାତୁଣୀଙ୍କ ବିବାହକୁ ନେଇ ଦେଶରେ ଲାଗିଥିଲା ଚର୍ଚ୍ଚା ।

୨୦୧୭ ମସିହାରେ ରାଜକୁମାରୀ ମାକୋ ତାଙ୍କର କଲେଜ ସହପାଠୀ କୋମୁରୋଙ୍କ ସହ ପ୍ରେମ ବନ୍ଧନରେ ବାନ୍ଧି ହୋଇଥିଲେ । ରାଜକୁମାରୀ ତାଙ୍କ ପ୍ରେମିକଙ୍କ ବିଷୟରେ ଜନସାଧାରଣଙ୍କ ସମାଲୋଚନାର ସମ୍ମୁଖୀନ ହେବା ପୂର୍ବରୁ ୧୫୦ ମିଲିୟନ୍ ୟେନ୍ ବା ୧୩ ଲକ୍ଷ ଡଲାର ଦେୟ ଛାଡିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଫଳରେ ସରକାର ତାଙ୍କ ଇଚ୍ଛାକୁ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ।

ଜାପାନର ପୁରୁଷପ୍ରାଧାନ୍ୟ ରାଜପରିବାରର ନିୟମ ଅନୁସାରେ ଜଣେ ସଦସ୍ୟ ଯଦି ରାଜପରିବାର ବାହାରେ ବିବାହ କରିବେ ତେବେ ତାଙ୍କ ନିକଟରୁ ରାଜକୀୟ ମାନ୍ୟତା ପ୍ରତ୍ୟାହୃତ ହେବ।

Leave a Reply