ମହାକାଶଚାରୀଙ୍କ ଅଢ଼େଇ ମିନିଟ୍‌ର ବଡ଼ ଅପରେସନ୍‌, ବର୍ତ୍ତିଗଲା ଅନ୍ତରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେସନ୍‌

Space Agency

ଓ୍ୱାସିଂଟନ୍‌: ମହାକାଶଚାରୀମାନେ ଅନ୍ତରୀକ୍ଷରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଅନ୍ତରୀକ୍ଷରେ ଘୁରିବୁଲୁଥିବା ଛୋଟ ଛୋଟ ଆବର୍ଜନା ଖଣ୍ଡଗୁଡ଼ିକ ଯେଭଳି ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନ୍‌ରେ ଧକ୍କା ନହୁଏ, ସେଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ମହାକାଶଚାରୀ । ଅନ୍ତରାଷ୍ଟ୍ରୀୟ ସ୍ପେସ୍ ଷ୍ଟେସନ୍କୁ ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଯୁଦ୍ଧକାଳିନ ଭିତ୍ତିରେ ସ୍ଥାନାନ୍ତର କରିବାର ପ୍ରୟାସ କରି ସଫଳ ହୋଇଛନ୍ତି । ଯଦି ଅନ୍ତରୀକ୍ଷରେ କୌଣସି ଆବର୍ଜନା ଖଣ୍ଡ ମାଡ଼ ହେବାକୁ ଆସୁଥାଏ, ତେବେ ସ୍ପେସ୍ ଷ୍ଟେସନ୍କୁ ତୁରନ୍ତ ସ୍ଥାନାନ୍ତର କରାଯାଇପାରିବ । ଆମେରିକା ସ୍ପେସ୍ ଏଜେନ୍ସି ନାସା ପକ୍ଷରୁ ଏହି ସୂଚନା ଦିଆଯାଇଛି ।

ନାସା କହିଛି ଯେ, ପୃଥବୀ ଚାରିପଟେ ଅସଂଖ୍ୟ ଆବର୍ଜନା ଖଣ୍ଡ ଘୁରି ବୁଲୁଛନ୍ତି । ସେମାନଙ୍କ ଆଘାତ ଠାରୁ ସ୍ପେସ୍ ଷ୍ଟେସନକୁ ବଞ୍ଚାଇବା ପାଇଁ ଋଷ ଏବଂ ଆମେରିକାର ବୈଜ୍ଞାନିକମାନେ ମଙ୍ଗଳବାର ୨.୫ ମିନିଟ୍ର ଏକ ଅପରେସନ୍ କରିଥିଲେ ।

ଯେଉଁଥିରେ ସେମାନେ ସ୍ପେସ୍ ଷ୍ଟେସନ୍କୁ କିଛି ବାଟ ଆଗକୁ ନେଇ ସୁରକ୍ଷିତ ରଖିବାରେ ସଫଳ ହୋଇଛନ୍ତି । ନାସାର ସୂଚନା ଅନୁଯାୟୀ ଆବର୍ଜନା ଖଣ୍ଡଟି ସ୍ପେସ୍ ଷ୍ଟସନ୍‌ଠାରୁ ମାତ୍ର ୧.୪ କିଲୋମିଟର ଦୂରରେ ଗତି କରିଥିଲା ।

Space Agency

ନାସା ଆହୁରି କହିଛି ଯେ, ଯେତେବେଳେ ଅପରେସନ୍ ଆରମ୍ଭ ହେଲା, ଠିକ୍ ସେହି ସମୟରେ ସ୍ପେସ୍ ଷ୍ଟେସନ୍‌ରେ ଥିବା ସମସ୍ତ ସଦସ୍ୟଙ୍କୁ ଅନ୍ୟ ଏକ ଅନ୍ତରିକ୍ଷ ଯାନ ସୋୟୁଜ୍କୁ ସ୍ଥାନାନ୍ତର କରିଦିଆଗଲା । କେବଳ ଦୁଇ ଜଣ ଋଷର ଓ ଜଣେ ଆମେରିକୀୟ ମହାକାଶଚାରୀ ସ୍ପେସ୍ ଷ୍ଟେସନ୍‌ରେ ରହିଥିଲେ ।

Space Agency

ଏଭଳି କରିବା ଅତ୍ୟନ୍ତ ଜୀରୁରୀ ଥିଲା । କାରଣ କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଏହା କରିବା ନିତ୍ୟାନ୍ତ ଜରୁରୀ । ତେବେ ଏହି ଅପରେସନ୍ ପରେ ସମସ୍ତ ମହାକାଶଚାରୀ ନିଜ ନିଜ ସାଧାରଣ କାମକୁ ଫେରି ଆସିଛନ୍ତି । ନାସାର ମୁଖ୍ୟ ଜିମ ବ୍ରିଡେନଷ୍ଟାଇନ ଟ୍ୱିଟରରେ ଲେଖିଛନ୍ତି, ଅପରେସନ୍ ବା ଯୁଦ୍ଧାଭ୍ୟାସ ଶେଷ ହୋଇଛି । ସ୍ପେସ୍ ଯାତ୍ରୀମାନେ ସୁରକ୍ଷିତ ଅଛନ୍ତି ।

ତେବେ ସ୍ପେସ୍ ଷ୍ଟେସନକୁ ଯେଉଁ ଆବର୍ଜନା ଖଣ୍ଡଠାରୁ ବିପଦ ଥିଲା, ତାହା ହେଉଛି ଜପାନୀ ରକେଟ୍‌ର ଏକ ଅଂଶବିଶେଷ । ୨୦୧୮ ମସିହାରେ ଜାପାନ ଏହି ରକେଟ୍ ଅନ୍ତରୀକ୍ଷକୁ ପଠାଇଥିଲା । ଜଣେ ବୈଜ୍ଞାନିକଙ୍କ କହିବାନୁଯାୟୀ ଗତ ବର୍ଷ ଏହି ରକେଟ୍ ୭୭ଟି ଭାଗରେ ଖଣ୍ଡବିଖଣ୍ଡିତ ହୋଇଥିଲା ।

Leave a Reply