ଯୁଦ୍ଧଗ୍ରସ୍ତ ଦେଶରୁ ବାହାରିବାକୁ ତ୍ରିରଙ୍ଗା ଦେଖାଇଛନ୍ତି ଅନେକ ପାକିସ୍ତାନୀ ଓ ତୁର୍କୀ ଛାତ୍ରଛାତ୍ରୀ

ବୁଖାରେଷ୍ଟ: ୟୁକ୍ରେନରେ ଲଗାତାର ବିସ୍ଫୋରଣ ହେବାରେ ଲାଗିଛି । ଋଷ ସେନାଙ୍କ ଆକ୍ରମଣରେ ଜଣେ ଭାରତୀୟ ନାଗରିକଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଏଭଳି ପରିସ୍ଥିତିରେ ଅନ୍ୟ ଦେଶର ଛାତ୍ରଙ୍କ ପ୍ରାଣ ବଞ୍ଚାଇଛି ତ୍ରିରଙ୍ଗା । ଯେଉଁ କାହାଣୀ ଶୁଣିଲେ ନିଶ୍ଚୟ ଭାରତୀୟ ବୋଲି ଗର୍ବ ଲାଗିବ । କାରଣ ତ୍ରିରଙ୍ଗା ଦେଖାଇ ଅନେକ ପାକିସ୍ଥାନୀ ଓ ତୁର୍କୀ ଛାତ୍ରଛାତ୍ରୀ ଯୁଦ୍ଧଗ୍ରସ୍ତ ଦେଶ ୟୁକ୍ରେନ ବର୍ଡର ପାର କରିଛନ୍ତି । ୟୁକ୍ରେନରୁ ରୋମାନିଆର ବୁଖାରିଷ୍ଟ ସହର ପହଞ୍ଚିଥିବା ଭାରତୀୟ ଛାତ୍ର ଯାହା କହିଛନ୍ତି ସତରେ ତାହା ପ୍ରତ୍ୟେକ ଭାରତୀୟଙ୍କୁ ଗର୍ବିତ କରିବ । ସେମାନେ କହିଛନ୍ତି ଯେ, ତ୍ରୀରଙ୍ଗା ନା କେବଳ ତାଙ୍କର ବରଂ ତୁର୍କୀ ଓ ପାକିସ୍ତାନୀଙ୍କୁ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛି ।

ଭାରତ ୟୁକ୍ରେନରେ ଫସିଥିବା ନାଗରିକଙ୍କୁ ନିଜ ଦେଶକୁ ଆଣିବାକୁ ଅପରେସନ ଗଙ୍ଗା ଆରମ୍ଭ କରିଛି । ଏଥିରେ ୟୁକ୍ରେନରେ ଫସିଥିବା ଭାରତୀୟ ଛାତ୍ରଙ୍କୁ ବିଶେଷ ବିମାନ ମାଧ୍ୟମରେ ୟୁକ୍ରେନରୁ ସ୍ୱଦେଶ ଆଣାଯାଉଛି । ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ଏବଂ ଇଣ୍ଡିଗୋ ବିମାନ ଯୋଗେ ଛାତ୍ରଛାତ୍ରୀଙ୍କୁ ୟୁକ୍ରେନରୁ ପଡ଼ୋଶୀ ଦେଶକୁ ଭାରତକୁ ଅଣାଯାଉଛି । ଦକ୍ଷିଣ ୟୁକ୍ରେନର ଓଡ଼େଶାରୁ ଆସିଥିବା ଜଣେ ଛାତ୍ର କହିଛନ୍ତି ଯେ, ୟୁକ୍ରେନରେ ଆମକୁ କୁହାଯାଇଥିଲା ଯେ, ଭାରତୀୟ ହେବା କିମ୍ବା ତ୍ରିରଙ୍ଗା ଦେଖାଇବା ଦ୍ୱାର ଆମକୁ କୌଣସି ସମସ୍ୟା ହେବ ନାହିଁ  । ଏହାପରେ ଆରମ୍ଭ ହୋଇଯାଇଥିଲା ତ୍ରୀରଙ୍ଗା ତିଆରି । କିଭଳି ସେମାନେ ବଜାରକୁ ଯାଇ କଲର ସ୍ପ୍ରେ ଏବଂ କପଡ଼ା କିଣିଥିଲେ ଆଉ ସେଥିରେ ତିଆରି କରିଥିଲେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ।

ଭାରତୀୟ ଛାତ୍ରମାନେ କହିଛନ୍ତି ଯେ, କିଭଳି ତୁର୍କି ଏବଂ ପାକିସ୍ତାନୀ ଛାତ୍ରମାନେ ଭାରତୀୟ ତ୍ରୀରଙ୍ଗା ଦେଖାଇ ଚେକପୋଷ୍ଟ ପାର କରିଥିଲେ । ଓଡେଶାରୁ ଆସିଥିବା ଏହି ଛାତ୍ରଛାତ୍ରୀମାନେ ମୋଲ୍ଡୋବାରୁ ରୋମାନିୟା ପହଞ୍ଚିଥିଲେ । ତେବେ ଛାତ୍ରମାନେ ଏହା ମଧ୍ୟ କହିଛନ୍ତି ଯେ, ମୋଲ୍ଡୋବାର ବାସିନ୍ଦା ବହୁତ ଭଲ ସେମାନେ ଆମକୁ ବିନାମୂଲ୍ୟରେ ରହିବାକୁ ଦେବା ସହ ଆମକୁ ରୋମାନିଆ ପହଞ୍ଚିବାରେ ସାହାଯ୍ୟ କରିଛନ୍ତି । ତେବେ ଭାରତୀୟ ଦୂତାବାସର ବ୍ୟବସ୍ଥା ପାଇଁ ଆମକୁ ବେଶି ସମସ୍ୟା ହୋଇନାହିଁ କାରଣ ସେମାନେ ପୂର୍ବରୁ ହିଁ ସବୁପ୍ରକାର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଭାରତୀୟ ଛାତ୍ର ।

ଏହାସହ ଛାତ୍ରଛାତ୍ରୀମାନେ ଭାରତୀୟ ଦୂତାବାସର କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାରଣ ସେମାନେ ଏହି ଛାତ୍ରଛାତ୍ରୀଙ୍କ ଖାଇବାଠାରୁ ଆରମ୍ଭ କରି ରହିବା ପର୍ଯ୍ୟନ୍ତ ସବୁ ପ୍ରକାର ବ୍ୟବସ୍ଥା କରିଥିଲେ ।  ଏହାସହ ରେଜିଷ୍ଟ୍ରେସନ କରାଯାଇ କେବେ ସ୍ୱଦେଶ ଫେରିବେ ତାହା ଫାଇନାଲ  କରିଥିଲେ ।

Leave a Reply